ରନ୍ଆଉଟ୍ରୁ ବର୍ତ୍ତିବା ପାଇଁ ଅମିତ୍ ଆପଣାଇଲେ ଏହି ଉପାୟ, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ
ବିଶାଖାପଟ୍ଟନମ୍: ବୁଧବାର ଆଇପିଏଲର ଏଲିମିନେଟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୨ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ମ୍ୟାଚର ଶେଷ ଓଭରରେ ଦିଲ୍ଲୀର ଅମିତ୍ ମିଶ୍ର ‘ଅବଷ୍ଟ୍ରକ୍ଟିଙ୍ଗ୍ ଦି ଫିଲ୍ଡ’ କାରଣରୁ ଆଉଟ୍ ହୋଇଥିଲେ। ଖଲୀଲ ଅହମ୍ମଦ ଅପିଲ୍ କରିଥିଲେ ଏବଂ ଥାର୍ଡ ଅମ୍ପାୟାର ଏହାକୁ ଆଉଟ୍ ଘୋଷିତ କରିଥିଲେ।
ଶେଷ ତିନି ବଲରେ ଦିଲ୍ଲୀକୁ ୨ ରନ୍ ଆବଶ୍ୟକ ହେଉଥିଲା। ବ୍ୟାଟିଂ କରୁଥିଲେ ଅମିତ୍ ଓ ବୋଲିଂ କରୁଥିଲେ ଖଲୀଲ। ଖଲୀଲ ବଲ୍ ପକାଇଥିଲେ ଏବଂ ବଲଟି ସିଧା ୱିକେଟକିପରଙ୍କୁ ପାଖକୁ ଚାଲିଯାଇଥିଲା। ଅମିତ୍ ଏକ ରନ୍ ନେବା ପାଇଁ ଦୌଡ଼ିଥିଲେ। ଏହି ସମୟେର ୱିକେଟକିପର ବଲକୁ ଖଲୀଲଙ୍କ ନିକଟକୁ ପାସ୍ କରିଥିଲେ। ଖଲୀଲ ବଲକୁ ନନଷ୍ଟ୍ରାଇକର ଏଣ୍ଡର ଷ୍ଟମ୍ପକୁ ଥ୍ରୋ ମାରିଥିଲେ, କିନ୍ତୁ ବଲଟି ଅମିତଙ୍କ ପିଠିରେ ବାଜି ବାହାରକୁ ଚାଲିଯାଇଥିଲା।
ଅମିତ୍ ୱିକେଟ୍ ମଝିରେ ଜାଣିଶୁଣି ଦୌଡ଼ିଥିବାରୁ ବଲଟି ତାଙ୍କ ପିଠି ବାଜି ଚାଲିଯାଇଥିଲା। ଏହି କାରଣରୁ ଖଲୀଲ ଅମ୍ପାୟାରଙ୍କୁ ଅପିଲ୍ କରିଥିଲେ। ଥାର୍ଡ ଅମ୍ପାୟାର ‘ଅବଷ୍ଟ୍ରକ୍ଟିଙ୍ଗ୍ ଦି ଫିଲ୍ଡ’ କାରଣରୁ ଅମିତଙ୍କୁ ଆଉଟ୍ କରିଥିଲେ। ତେବେ ଆଇପିଏଲ୍ ଇତିହାସରେ ଅମିତ୍ ଦ୍ୱିତୀୟ ଖେଳାଳି ଭାବେ ଏଭଳି ରନଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ୨୦୧୩ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ୟୁସୁଫ୍ ପଠାନଙ୍କୁ ପୁନେ ୱାରିୟର୍ସ ବିପକ୍ଷ ମ୍ୟାଚରେ “ଅବଷ୍ଟ୍ରକ୍ଟିଙ୍ଗ୍ ଦି ଫିଲ୍ଡ’ ଆଉଟ୍ କରାଯାଇଥିଲା।
ଦେଖନ୍ତୁ ଭିଡିଓ
Last over drama: Amit Mishra obstructs field https://t.co/6dsJvgO4ev via @ipl
— gujjubhai (@gujjubhai17) May 8, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।