ୟୁଏସ୍‌ ଓପନ ଟାଇଟଲ ଜିତିଲେ ୱାରିଙ୍କା

ଜୋହାନ୍ସବର୍ଗ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିଆର ନୋଭାକ୍‌ ଜୋକୋଭିକ୍‌ଙ୍କୁ ହରାଇ ଚଳିତବର୍ଷର ପ୍ରଥମ ବିଜୟ ହାସଲ କରିଛନ୍ତି ୨ଥର ଗ୍ରାଣ୍ଡ ସ୍ଲାମ୍‌ ହାସଲ କରିଥିବା ଷ୍ଟାନିସ୍‌ଲାସ୍‌ ୱାରିଙ୍କା। ସେ ୪ଟି ସେଟ୍‌ରେ ଜୋକଭିକଙ୍କୁ ପରାସ୍ତ କରି ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ପୁରୁଷ ଏକକ ବର୍ଗରେ ସେ ଜୋକୋଭିକ୍‌ଙ୍କୁ ୬-୭(୧/୭), ୬-୪, ୭-୫ ଓ ୬-୩ରେ ପରାସ୍ତ କରିଛନ୍ତି। ସେ କହିଛନ୍ତି,“ଏହା ମୋ ପାଇଁ ଏକ ସ୍ୱପ୍ନ ପରି ଲାଗୁଛି। ମୁଁ ଏଠାକୁ କୌଣସି […]

warinka

warinka

Rakesh Mallick
  • Published: Monday, 12 September 2016
  • Updated: 12 September 2016, 07:32 PM IST

Sports

Latest News

ଜୋହାନ୍ସବର୍ଗ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିଆର ନୋଭାକ୍‌ ଜୋକୋଭିକ୍‌ଙ୍କୁ ହରାଇ ଚଳିତବର୍ଷର ପ୍ରଥମ ବିଜୟ ହାସଲ କରିଛନ୍ତି ୨ଥର ଗ୍ରାଣ୍ଡ ସ୍ଲାମ୍‌ ହାସଲ କରିଥିବା ଷ୍ଟାନିସ୍‌ଲାସ୍‌ ୱାରିଙ୍କା। ସେ ୪ଟି ସେଟ୍‌ରେ ଜୋକଭିକଙ୍କୁ ପରାସ୍ତ କରି ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି।

ପୁରୁଷ ଏକକ ବର୍ଗରେ ସେ ଜୋକୋଭିକ୍‌ଙ୍କୁ ୬-୭(୧/୭), ୬-୪, ୭-୫ ଓ ୬-୩ରେ ପରାସ୍ତ କରିଛନ୍ତି।

ସେ କହିଛନ୍ତି,“ଏହା ମୋ ପାଇଁ ଏକ ସ୍ୱପ୍ନ ପରି ଲାଗୁଛି। ମୁଁ ଏଠାକୁ କୌଣସି ଆଶା ନେଇ ଆସି ନ ଥିଲି। ଟ୍ରଫି ଜିତିବି ବୋଲି କେବେ ମଧ୍ୟ ଆଶା କରି ନ ଥିଲି। ମୁଁ ଗତ ୨ ସପ୍ତାହ ହେବ ଭଲ ଟେନିସ୍‌ ଖେଳିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos