ବିରାଟଙ୍କ ଯିବା ପରେ କ'ଣ କରିବ ଟିମ୍ ଇଣ୍ଡିଆ? ଜବାବ ଦେଲେ ରାହାଣେ

ଆଡିଲେଡ୍: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ମାସେରୁ ଅଧିକ ସମୟ ଧରି ବିତାଇ ସାରିଛି। ଏହାର ଭିତରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଜିତି ହିସାବ ବରାବର କରିଛି। ଏବେ ଅପେକ୍ଷା ଟେଷ୍ଟ ସିରିଜକୁ। ଦୁଇ ଦେଶ ମଧ୍ୟରେ ୪ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆସନ୍ତାକାଲିଠାରୁ ଅର୍ଥାତ୍ ଗୁରୁବାରଠାରୁ ଆରମ୍ଭ ହେବ। ନିୟମିତ କ୍ୟାପଟେନ୍ ବିରାଟ୍‌ କୋହଲି କେବଳ ପ୍ରଥମ ଟେଷ୍ଟ ଖେଳିବେ। ଯାହା ପରେ ସେ ପ୍ୟାଟରନିଟୀ ଲିଭରେ […]

virat-and-rahane

virat-and-rahane

Ranjit Kumar Jena
  • Published: Wednesday, 16 December 2020
  • Updated: 16 December 2020, 01:37 PM IST

Sports

Latest News

ଆଡିଲେଡ୍: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ମାସେରୁ ଅଧିକ ସମୟ ଧରି ବିତାଇ ସାରିଛି। ଏହାର ଭିତରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଜିତି ହିସାବ ବରାବର କରିଛି। ଏବେ ଅପେକ୍ଷା ଟେଷ୍ଟ ସିରିଜକୁ। ଦୁଇ ଦେଶ ମଧ୍ୟରେ ୪ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆସନ୍ତାକାଲିଠାରୁ ଅର୍ଥାତ୍ ଗୁରୁବାରଠାରୁ ଆରମ୍ଭ ହେବ। ନିୟମିତ କ୍ୟାପଟେନ୍ ବିରାଟ୍‌ କୋହଲି କେବଳ ପ୍ରଥମ ଟେଷ୍ଟ ଖେଳିବେ। ଯାହା ପରେ ସେ ପ୍ୟାଟରନିଟୀ ଲିଭରେ ସ୍ୱଦେଶ ଫେରିଯିବେ। ଏଭଳି ସ୍ଥିତିରେ ତାଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ବାକି ତିନୋଟି ଟେଷ୍ଟରେ ଟିମର ନେତୃତ୍ୱ ନେବେ।

କୋହଲିଙ୍କ ଉପସ୍ଥିତି ହିଁ ଭାରତ ପାଇଁ ଯଥେଷ୍ଟ। ତେଣୁ କୋହଲି ଅନୁପସ୍ଥିତିରେ ଭାରତର ପ୍ରଦର୍ଶନ କିପରି ରହିବ, ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିରାଟଙ୍କ ଭଳି ନେତୃତ୍ୱ ରାହାଣେ କରିପାରିବେ କି ନାହିଁ, ଏ ନେଇ ଅଷ୍ଟ୍ରେଲିଆ ମିଡିଆର ପ୍ରଶ୍ନର ସୁନ୍ଦର ଜବାବ ଦେଇଛନ୍ତି ଖୋଦ୍ ରାହାଣେ।

ରାହାଣେଙ୍କ ମତରେ ବର୍ତ୍ତମାନ ପ୍ରଥମ ଟେଷ୍ଟ ଉପରେ ତାଙ୍କର ପୂରା ଫୋକସ୍ ରହିଛି। କ୍ୟାପଟେନ୍ କଥା ସେ ଆଦୌ ଚିନ୍ତା କରୁନାହାନ୍ତି। ସେ କହିଛନ୍ତି, ମୁଁ ସର୍ବଦା ବର୍ତ୍ତମାନରେ ରହିବାକୁ ବିଶ୍ୱାସ କରେ। ଏବେ ବିରାଟ୍ ଆମର କ୍ୟାପଟେନ୍। ବିରାଟ୍ ସ୍ୱଦେଶ ଯିବା ପରେ ମୁଁ କ୍ୟାପଟେନ୍ କଥା ଚିନ୍ତା କରିବି। ବିରାଟଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଆମ ପାଇଁ ଚ୍ୟାଲେଞ୍ଜ ହେବ। ଆଗକୁ କ'ଣ ହେବ, ତାହା ଉପରେ ଆମେ ବିଶେଷ କିଛି ଭାବୁନାହୁଁ।

ପ୍ରଥମ ଟେଷ୍ଟ ପ୍ରସ୍ତୁତିକୁ ନେଇ ରାହାଣେ କହିଛନ୍ତି, ପ୍ରଥମ ଟେଷ୍ଟ ପାଇଁ ଆମର ପ୍ରସ୍ତୁତି ଭଲ ରହିଛି। ଦିନରେ ପିଙ୍କ୍ ବଲ୍ ଅଲଗା ବ୍ୟବହାର କରିଥାଏ ଏବଂ ଫ୍ଲଡ୍ ଲାଇଟରେ ଅଲଗା ବ୍ୟବହାର କରିଥାଏ। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଏହା ଉପରେ ଧ୍ୟାନ ଦେବା ମୋ ପାଇଁ ଜରୁରୀ। ପିଙ୍କ୍ ବଲ୍ ପ୍ରଥମରୁ ମୁଭ୍ କରିଥାଏ, ତେଣୁ ଖେଳିବାରେ ଅସୁବିଧା ହୋଇପାରେ। କିନ୍ତୁ ବଲ୍ ସାମାନ୍ୟ ପୁରୁଣା ହେବା ପରେ ଖେଳିବା ସହଜ ହୋଇଥାଏ।

ସାଧାରଣତଃ ନାଲି ବଲରେ ଆମେ ପୂରା ଦିନଯାକ ଖେଳୁ, କିନ୍ତୁ ସେଥିରେ ବଲର ଗତି ଅଚାନକ ବଦଳି ନଥାଏ। କିନ୍ତୁ ପିଙ୍କ୍ ବଲରେ ୪୦-୫୦ ମିନିଟ୍‌ ଭିତରେ ଅଚାନକ ଗତି ବଦଳି ଯାଇଥାଏ ଏବଂ ଏହି ସମୟରେ ତାଳମେଳ କାଏମ ରଖିବା ନିହାତି ଜରୁରୀ। ସିଡନୀରେ ଆମେ ଯେଉଁ ଦିବାରାତ୍ର ଅଭ୍ୟାସ ମ୍ୟାଚ୍ ଖେଳିଥିଲୁ, ତାହା ଫଳପ୍ରଦ ରହିଥିଲା। ମ୍ୟାଚରେ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ପ୍ରାକ୍ଟିସ୍ କରିବାର ପର୍ଯ୍ୟାପ୍ତ ସୁଯୋଗ ମିଳିଛି। ତେବେ ଆଡିଲେଡର ପିଚ୍ କିଭଳି ବ୍ୟବହାର କରୁଛି, ତାହା ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ, ଆସନ୍ତାକାଲି ଆଡିଲେଡରେ ଖେଳାଯିବାକୁ ପ୍ରଥମ ଟେଷ୍ଟ ପିଙ୍କ୍ ବଲରେ ଖେଳାଯିବ। ପ୍ରଥମ ଟେଷ୍ଟ ପରେ ବିରାଟ୍ ସ୍ୱଦେଶ ଫେରିଯିବେ। ତା' ପରେ ବାକି ତିନୋଟି ଟେଷ୍ଟରେ ରାହାଣେ କ୍ୟାପଟେନ୍ ଭାର ସମ୍ଭାଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story