ୱେଷ୍ଟଇଣ୍ଡିଜକୁ ଝଟକା, ଏହି ଷ୍ଟାର୍ ଅଲରାଉଣ୍ଡରଙ୍କ ବିଶ୍ୱକପ୍ ଅଭିଯାନ ଶେଷ

ଲଣ୍ଡନ: ଜୁନ୍ ୨୭ ତାରିଖରେ ଭାରତ ବିପକ୍ଷ ଖେଳାଯିବାକୁଥିବା ମୁକାବିଲା ପୂର୍ବରୁ ୱେଷ୍ଟଇଣ୍ଡିଜକୁ ଶକ୍ତ ଝଟକା ଲାଗିଛି। ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଆହତ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୁନୀଲ ଅମ୍ବ୍ରିଶଙ୍କୁ ଟିମରେ ସାମିଲ୍ କରାଯାଇଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ରସେଲଙ୍କୁ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଖେଳିନଥିଲେ। ଏଭଳି ସ୍ଥିତିରେ ତାଙ୍କର ବାଦ୍ ପଡ଼ିବା ଟିମ୍ ପାଇଁ ବଡ଼ କ୍ଷତି। […]

russel

russel

Hemant Lenka
  • Published: Monday, 24 June 2019
  • Updated: 24 June 2019, 09:38 PM IST

Sports

Latest News

ଲଣ୍ଡନ: ଜୁନ୍ ୨୭ ତାରିଖରେ ଭାରତ ବିପକ୍ଷ ଖେଳାଯିବାକୁଥିବା ମୁକାବିଲା ପୂର୍ବରୁ ୱେଷ୍ଟଇଣ୍ଡିଜକୁ ଶକ୍ତ ଝଟକା ଲାଗିଛି। ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଆହତ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୁନୀଲ ଅମ୍ବ୍ରିଶଙ୍କୁ ଟିମରେ ସାମିଲ୍ କରାଯାଇଛି।

ବାଂଲାଦେଶ ବିପକ୍ଷ ମ୍ୟାଚରେ ରସେଲଙ୍କୁ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଖେଳିନଥିଲେ। ଏଭଳି ସ୍ଥିତିରେ ତାଙ୍କର ବାଦ୍ ପଡ଼ିବା ଟିମ୍ ପାଇଁ ବଡ଼ କ୍ଷତି। ଆଇପିଏଲର ଦ୍ୱାଦଶ ସଂସ୍କରଣରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ବିଶ୍ୱକପ୍ ପାଇଁ ଟିକେଟ୍ କାଟିଥିବା ରସେଲ ଏପର୍ଯ୍ୟନ୍ତ ନିଜ ବ୍ୟାଟର ଯାଦୁ ଦେଖାଇପାରି ନାହାନ୍ତି।

ଚଳିତ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରି ୪ ପଏଣ୍ଟ ସହ ନବମ ସ୍ଥାନରେ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହି ୬ଟି ମୁକାବିଲା ମଧ୍ୟରୁ ରସେଲ୍ ୪ଟି ମ୍ୟାଚରେ ଅନ୍ତିମ ଏକାଦଶରେ ସ୍ଥାନ ପାଇଥିଲେ। ସେ ୩ଟି ଇନିଂସରେ ମାତ୍ର ୩୬ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ବୋଲିଂରେ ସେ ୫ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos