ବିଶ୍ୱବିଜୟୀ ଦୃଷ୍ଟିହୀନ ଟି୨୦ କ୍ରିକେଟ୍‌ ଟିମ୍‌କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ବିଶ୍ୱବିଜୟୀ ହେ।ଇଥିବା ଭାରତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଦଳକୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫାଇନାଲ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଟି୨୦ ବିଶ୍ୱକପକୁ ନିଜ ନାଁରେ କରିବା ପରେ ଭାରତୀୟ ଟିମ୍‌କୁ  ବିଭିନ୍ନ ମହଲରୁ ସମ୍ବର୍ଦ୍ଧନାର ସୁଅ ଛୁଟିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଫଳରେ ଖେଳାଳିଙ୍କ ମନବଳ ଦ୍ୱିଗୁଣିତ ହୋଇଯାଇଛି । ଏହି ଅବସରରେ ସାମଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଶ୍ୱକପ୍‌ରେ […]

kkk

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 06:28 PM IST

ନୂଆଦିଲ୍ଲୀ: ନିକଟରେ ବିଶ୍ୱବିଜୟୀ ହେ।ଇଥିବା ଭାରତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଦଳକୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫାଇନାଲ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଟି୨୦ ବିଶ୍ୱକପକୁ ନିଜ ନାଁରେ କରିବା ପରେ ଭାରତୀୟ ଟିମ୍‌କୁ  ବିଭିନ୍ନ ମହଲରୁ ସମ୍ବର୍ଦ୍ଧନାର ସୁଅ ଛୁଟିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଫଳରେ ଖେଳାଳିଙ୍କ ମନବଳ ଦ୍ୱିଗୁଣିତ ହୋଇଯାଇଛି ।

ଏହି ଅବସରରେ ସାମଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଶ୍ୱକପ୍‌ରେ ଭାଗ ନେଇଥିବା ୧୭ଜଣ ଖେଳାଳି ଓ ଦୁଇ ଜଣ କେ।ଚଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର  ରାଶି ପ୍ରଦାନ କରାଯାଇଛି ।

ଗତ ରବିବାର ଦିନ ‘ମନକୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ଏହି ବିଶ୍ୱବିଜୟୀ ଦଳକୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ଏହି ବିଶ୍ୱବିଜୟୀ ଟିମ୍‌ରେ ଦୁଇ ଓଡ଼ିଆ ଖେଳାଳି ଜାଫର ଇକବାଲ୍ ଓ ସୁଖିରାମ ମାଝୀ  ସାମିଲ ଥିଲେ।

 

 

 

 

Related story