ଆଇସିସି ଟେଷ୍ଟ ମାନ୍ୟତା: ବୋଲିଂ ତାଲିକାର ଶୀର୍ଷରେ ୟାସୀର, ଦ୍ୱିତୀୟ ସ୍ଥାନରେ ଅଶ୍ୱିନ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ପାକିସ୍ତାନର ସ୍ପିନର ୟାସୀର ଶାହ। ସେ ମୋଟ୍‌ ୮୭୮ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ଚତୁର୍ଥ ସ୍ଥାନରୁ ପ୍ରଥମ ସ୍ଥାନକୁ ଯାଇଛନ୍ତି। ୮୭୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ଭାରତର ରବିଚନ୍ଦ୍ରନ ଅଶ୍ୱିନ। ଗତକାଲି ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୭୫ ରନ୍‌ ହରାଇଥିଲା […]

yasir-shah

yasir-shah

Rakesh Mallick
  • Published: Monday, 18 July 2016
  • Updated: 18 July 2016, 04:49 PM IST

Sports

Latest News

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ପାକିସ୍ତାନର ସ୍ପିନର ୟାସୀର ଶାହ। ସେ ମୋଟ୍‌ ୮୭୮ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ଚତୁର୍ଥ ସ୍ଥାନରୁ ପ୍ରଥମ ସ୍ଥାନକୁ ଯାଇଛନ୍ତି। ୮୭୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ଭାରତର ରବିଚନ୍ଦ୍ରନ ଅଶ୍ୱିନ।

ଗତକାଲି ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୭୫ ରନ୍‌ ହରାଇଥିଲା ପାକିସ୍ତାନ। ୩୦ ବର୍ଷୀୟ ଏହି ସ୍ପିନର ଜଣକ ପ୍ରଥମ ଇନିଙ୍ଗସରେ ୭୨ ରନ୍‌ ଦେଇ ୬ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଙ୍ଗସରେ ୬୯ ରନ୍‌ ଦେଇ ୪ଟି ୱିକେଟ ହାତେଇଥିଲେ।

ତେବେ ଇଂଲଣ୍ଡର ଫାଷ୍ଟବୋଲର ଜେମ୍ସ ଆଣ୍ଡରସନ୍‌ ଆହତ କାରଣରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିପାରି ନ ଥିଲେ। ସେ ଗତ ଥର ପ୍ରକାଶିତ ରିପୋର୍ଟରେ ଶୀର୍ଷରେ ଥିବା ବେଳେ ଆଜି ପ୍ରକାଶିତ ରିପୋର୍ଟରେ ସେ ୮୫୯ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରର୍ଡ (୮୫୯) ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସିଛନ୍ତି। ୮୪୧ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଡେଲ୍‌ ଷ୍ଟେନ୍‌ ଓ ୭୮୯ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଭାରତର ରବୀନ୍ଦ୍ର ଜାଡେଜା ରହିଛନ୍ତି। ୭୫୭ ରେଟିଂ ପଏଣ୍ଟ ସହ ଟି.ବୋଲ୍ଟ ସପ୍ତମ ସ୍ଥାନରେ, ଜୋସ୍‌ ହଜେଲଉଡ୍‌  ୭୪୧ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ, ମୋରନେ ମୋରକେଲ ୭୨୪ ରେଟିଂ ପଏଣ୍ଟ ସହ ନବମ ସ୍ଥାନରେ ଓ ୭୧୭ ରେଟିଂ ପଏଣ୍ଟ ସହ ୧୦ମ ସ୍ଥାନରେ ଭି ଫିଲାଣ୍ଡର ରହିଛନ୍ତି।

ଜାନୁଆରୀରେ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ଥିଲେ ଅଶ୍ୱିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos