ରବିବାର ପ୍ରଥମ ଟି-୨୦: ଫୋକସରେ ପ୍ରଦୂଷଣ ଓ ଯୁବ ଖେଳାଳି

ନୂଆଦିଲ୍ଲୀ: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ସ୍ୱାସ୍ଥ୍ୟ ଇମର୍ଜେନ୍ସି ଲାଗୁ ହୋଇଛି। ଏସବୁ ଭିତରେ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଦୂଷଣ ଯୋଗୁ ବାଂଲାଦେଶ ଖେଳାଳିମାନେ ମୁହଁ ମାସ୍କ ଲଗାଇ ଅଭ୍ୟାସ କରିଛନ୍ତି। ଏଥିପାଇଁ ମ୍ୟାଚ୍‌ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି ହୋଇଥିଲା। ତେବେ ବିସିସିଆଇ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଠାରେ ହିଁ ଆସନ୍ତାକାଲି ମ୍ୟାଚ୍‌ ଆୟୋଜନ କରିବ। ଭାରତୀୟ […]

sq

sq

Hemant Lenka
  • Published: Saturday, 02 November 2019
  • Updated: 02 November 2019, 06:06 PM IST

Sports

Latest News

ନୂଆଦିଲ୍ଲୀ: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ସ୍ୱାସ୍ଥ୍ୟ ଇମର୍ଜେନ୍ସି ଲାଗୁ ହୋଇଛି। ଏସବୁ ଭିତରେ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଦୂଷଣ ଯୋଗୁ ବାଂଲାଦେଶ ଖେଳାଳିମାନେ ମୁହଁ ମାସ୍କ ଲଗାଇ ଅଭ୍ୟାସ କରିଛନ୍ତି। ଏଥିପାଇଁ ମ୍ୟାଚ୍‌ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି ହୋଇଥିଲା। ତେବେ ବିସିସିଆଇ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଠାରେ ହିଁ ଆସନ୍ତାକାଲି ମ୍ୟାଚ୍‌ ଆୟୋଜନ କରିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ସନ୍ଧ୍ୟା ବେଳେ ମ୍ୟାଚ୍‌ ଥିବାରୁ ଖେଳାଳିଙ୍କ ଉପରେ ପ୍ରଦୂଷଣର ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି।

ଆସନ୍ତାକାଲିର ମ୍ୟାଚ୍‌ରେ ପ୍ରଦୂଷଣ ବ୍ୟତୀତ ଭାରତୀୟ ଟିମ୍‌ରେ ଥିବା ଯୁବ ଖେଳାଳିଙ୍କ ଉପରେ ନଜର ରହିବ। କାରଣ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି। ତାଙ୍କ ବଦଳରେ ରୋହିତ ଶର୍ମା ହିଁ ଯୁବ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ।

ରେକର୍ଡ କହୁଛି କ୍ରିକେଟର ଏହି ଛୋଟିଆ ଫର୍ମାଟରେ ବାଂଲାଦେଶ କେବେ ହେଲେ ଭାରତକୁ ହରାଇ ପାରିନାହିଁ। ତେଣୁ ଭାରତ ଏହି ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ। କିନ୍ତୁ ଦଳର କୌଣସି ଷ୍ଟାର ଦ୍ରୁତ ବୋଲର ନାହାନ୍ତି।

ଖଲୀଲ ଅହମ୍ମଦ, ଦୀପକ ଚହର ଓ ଶାର୍ଦ୍ଦୁଲ ଠାକରୁ ହିଁ ପେସ୍‌ ବାହିନୀର ନେତୃତ୍ୱ ନେବେ। ସେହିପରି ସ୍ପିନ ବାହିନୀରେ ୟୁଜବେନ୍ଦର ଚହଲ, ରାହୁଲ ଚହର ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ଅଲରାଉଣ୍ଡର ଭାବେ କୃନାଲ ପାଣ୍ଡ୍ୟା ଓ ନୂଆ ମୁହଁ ଶୁଭମ ଦୁବେ ରହିଛନ୍ତି। ଆସନ୍ତାକାଲି ଶୁଭମ ଦୁବେ ତାଙ୍କ ଅନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି।

ବ୍ୟାଟିଂ ବିଭାଗରେ ଖୋଦ୍‌ ରୋହିତ ଶର୍ମା ରହିଛନ୍ତି। ତାଙ୍କୁ ସହଯୋଗ କରିବାକୁ ଶିଖର ଧୱନ, କେଏଲ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର ଅଛନ୍ତି। ସ୍କ୍ୱାଡ୍‌ରେ ଦ୍ୱିତୀୟ ୱିକେଟ କିପର ଭାବେ ସଞ୍ଜୁ ସାମସନ୍‌ ରହିଥିଲେ ହେଁ ଦଳ ରିଷଭ ପନ୍ତଙ୍କୁ ପ୍ରଥମ ସୁଯୋଗ ଦେବ।

ଏକଥା ଖୋଦ୍‌ ରୋହିତ ଶର୍ମା ହିଁ ସ୍ପଷ୍ଟ କରି ଦେଇଛନ୍ତି। ଧଳା ବଲ କ୍ରିକେଟରେ ପନ୍ତ ହିଁ ଦଳର ପସନ୍ଦ ଓ ତାଙ୍କୁ ଏକାଧିକ ସୁଯୋଗ ମିଳିବ ବୋଲି ରୋହିତ ଆଜି ମତ ଦେଇଛନ୍ତି। ତେଣୁ ସାମସନଙ୍କୁ ଆସନ୍ତାକାଲି ବେଞ୍ଚରେ ବସିବାକୁ ପଡ଼ିପାରେ। ନଚେତ ଜଣେ ବ୍ୟାଟସମ୍ୟାନ୍‌ ହିସାବରେ ତାଙ୍କୁ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ।

ଅନ୍ୟପକ୍ଷରେ ବାଂଲାଦେଶ ତା’ର ନିୟମିତ ଅଧିନାୟକ ସାକିବ ଅଲ ହାସନଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ବାଂଲାଦେଶର ମୁଖ୍ୟ ସ୍କ୍ୱାଡ୍‌ରେ ସାକିବ ଥିଲେ ହେଁ ଶେଷ ମୁହୂର୍ତ୍ତରେ ତାଙ୍କୁ ଆଇସିସି ଦୁଇ ବର୍ଷ ପାଇଁ ବ୍ୟାନ୍‌ କରିବାରୁ ମହମଦୁଲ୍ଲା କ୍ୟାପ୍ଟେନ ହୋଇଛନ୍ତି। ସେହିପରି ଦଳର ଅନ୍ୟତମ ଷ୍ଟାର ବ୍ୟାଟସମ୍ୟାନ୍‌ ତାମିମ ଇକବାଲ ମଧ୍ୟ ଭାରତ ଗସ୍ତରୁ ଓହରି ଯାଇଛନ୍ତି।

ତେଣୁ ବାଂଲାଦେଶ ପାଇଁ ୮୦ଟି ଟି-୨୦ ଖେଳିଥିବା ମହମଦୁଲ୍ଲାଙ୍କ ନେତୃତ୍ୱରେ ଦଳ କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର। ୩୩ ବର୍ଷୀୟ ମହମଦୁଲ୍ଲା ଉଭୟ ବ୍ୟାଟିଂ ଓ ବୋଲିଂ କରିପାରିବେ। ତାଙ୍କ ବ୍ୟତୀତ ଲିଟନ ଦାସ, ସୌମ୍ୟ ସରକାର, ମୁଶଫିକର ରହିମ, ମୁସ୍ତାଫିଜୁର ରେହମାନ ଓ ଅଲ ଅମୀନ ହାସନଙ୍କ ଭଳି ଖେଳାଳି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story