ଅଧାରୁ ପାକିସ୍ତାନ କପ୍‌ ଛାଡି ପଳାଇଲେ ୟୁନିସ୍‌ ଖାନ୍‌

କରାଚି: ଫୈସଲାବାଦ୍‌ରେ ଚାଲିଥିବା ପାକିସ୍ତାନ୍‌ କପ୍ ଦିନିକିଆ ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ୟୁନିସ୍‌ ଖାନ୍‌ ଅଧାରୁ ଛାଡି ଘରକୁ ପାଳାଇ ଆସି ପାକିସ୍ତାନ କ୍ରିକେଟରେ ଆଉ ଏକ ବିବାଦ ଛିଡା କରିଦେଇଛନ୍ତି। ଖ୍ୱାଇବର ପକତୁନ୍‌ଖାୱା ପକ୍ଷରୁ ଅଧିନାୟକ ଥିବା ୟୁନିସ୍‌ଙ୍କୁ ମ୍ୟାଚ୍‌ ରେଫ୍ରୀ ଅଜିଜ୍‌ ରେହମାନ୍‌ ତାଙ୍କୁ ଫାଇନ୍‌ କରିବା ସହ ଶୃଙ୍ଖଳା ଭଙ୍ଗ ପାଇଁ ସମନ୍‌ ଜାରି କରିବା ପରେ ୟୁନିସ୍‌ ଏପରି ନିଷ୍ପତ୍ତି ନେଇଛନ୍ତି। ରେଫ୍ରୀଙ୍କ ଏପରି ନିଷ୍ପତ୍ତି ତାଙ୍କ କ୍ରିକେଟ୍‌ କ୍ୟାରିୟରକୁ କଳଙ୍କିତ […]

younis

younis

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 03:07 PM IST

କରାଚି: ଫୈସଲାବାଦ୍ରେ ଚାଲିଥିବା ପାକିସ୍ତାନ୍କପ୍ ଦିନିକିଆ ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ ବ୍ୟାଟ୍ସମ୍ୟାନ୍ୟୁନିସ୍ଖାନ୍ ଅଧାରୁ ଛାଡି ଘରକୁ ପାଳାଇ ଆସି ପାକିସ୍ତାନ କ୍ରିକେଟରେ ଆଉ ଏକ ବିବାଦ ଛିଡା କରିଦେଇଛନ୍ତି। ଖ୍ୱାଇବର ପକତୁନ୍ଖାୱା ପକ୍ଷରୁ ଅଧିନାୟକ ଥିବା ୟୁନିସ୍ଙ୍କୁ ମ୍ୟାଚ୍ରେଫ୍ରୀ ଅଜିଜ୍ରେହମାନ୍ତାଙ୍କୁ ଫାଇନ୍କରିବା ସହ ଶୃଙ୍ଖଳା ଭଙ୍ଗ ପାଇଁ ସମନ୍ଜାରି କରିବା ପରେ ୟୁନିସ୍‌ ଏପରି ନିଷ୍ପତ୍ତି ନେଇଛନ୍ତି। ରେଫ୍ରୀଙ୍କ ଏପରି ନିଷ୍ପତ୍ତି ତାଙ୍କ କ୍ରିକେଟ୍‌ କ୍ୟାରିୟରକୁ କଳଙ୍କିତ କରିଥିବା ବେଳେ ତାଙ୍କ ବ୍ୟକ୍ତିତ୍ୱ ପ୍ରତି ଆଞ୍ଚ ଆଣିଥିବା ଓ ଏହା ତାଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ସେ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡି ଦେଇଥିବା ଚର୍ଚ୍ଚା ହେଉଛି।

ଅନ୍ୟ ଏକ ସୁତ୍ରର ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ମ୍ୟାଚ୍‌ (କେପିକେ ବିଜୟ ହାସଲ କରିଥିଲା)ରେ ୟୁନିସ୍ଚତୁର୍ଥ ଅମ୍ପାୟର ରଶିଦ୍ରିଆଜ୍ନିଷ୍ପତ୍ତିକୁ ନେଇ କିଛି ଟିପ୍ପଣି ଦେଇଥିଲେ। ଏହା ପରେ ରେଫ୍ରୀ ତାଙ୍କୁ ଶୃଙ୍ଖଳା ଭଙ୍ଗ ପାଇଁ ସମନ ପଠାଇଥିଲେ। ଏହାକୁ ବିରୋଧ କରି ସେ ଟୁର୍ଣ୍ଣାମେଣ୍ଟ ଛାଡିଥିବା ଜଣାପଡିଛି

କେପିକେ ଟିମ୍ମ୍ୟାନେଜର ମୁଖ୍ତାର ହୁସେନ କହିଛନ୍ତି, “ୟୁନିସ୍ଦଳ ଛାଡି ଘରକୁ ଯାଇସାରିଥିବାରୁ ଟେଷ୍ଟ ବ୍ୟାଟ୍ସମ୍ୟାନ୍ଅହମ୍ମଦ ଶେହଜାଦ୍ଦଳର ନେତୃତ୍ୱ ନେବେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos