ବିସିସିଆଇ ଉପରେ ବର୍ଷିଲେ ସିକ୍ସର କିଙ୍ଗ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କ୍ରିକେଟ୍ ଖେଳାଳିଙ୍କୁ ଅନୁଶାସନର ପାଠ ପଢ଼ାଉଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ୍ (ବିସିସିଆଇ)ର ଆଚରଣ ଉପରେ ବର୍ଷିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଯୁବରାଜ ସିଂହ। ଚଳିତ ବର୍ଷ ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଟିମ୍ ଇଣ୍ଡିଆର ଏହି ସିକ୍ସର କିଙ୍ଗ୍ ନିଜ ଦଳ ଉପରେ ମଧ୍ୟ ବର୍ଷିଛନ୍ତି। ଭଲ ଫର୍ମରେ ଥିବା ବେଳେ ତାଙ୍କ ସହ ବିସିସିଆଇ ଏବଂ ଦଳ ଅନ୍ୟାୟ କରିଛି ବୋଲି ପରୋକ୍ଷରେ କହିଛନ୍ତି ଯୁବି। ଏକ […]

yuvraj singh

yuvraj singh

Subhransu Sekhar
  • Published: Friday, 27 September 2019
  • Updated: 27 September 2019, 02:47 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କ୍ରିକେଟ୍ ଖେଳାଳିଙ୍କୁ ଅନୁଶାସନର ପାଠ ପଢ଼ାଉଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ୍ (ବିସିସିଆଇ)ର ଆଚରଣ ଉପରେ ବର୍ଷିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଯୁବରାଜ ସିଂହ। ଚଳିତ ବର୍ଷ ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଟିମ୍ ଇଣ୍ଡିଆର ଏହି ସିକ୍ସର କିଙ୍ଗ୍ ନିଜ ଦଳ ଉପରେ ମଧ୍ୟ ବର୍ଷିଛନ୍ତି। ଭଲ ଫର୍ମରେ ଥିବା ବେଳେ ତାଙ୍କ ସହ ବିସିସିଆଇ ଏବଂ ଦଳ ଅନ୍ୟାୟ କରିଛି ବୋଲି ପରୋକ୍ଷରେ କହିଛନ୍ତି ଯୁବି। ଏକ ଜାତୀୟ ଗଣମାଧ୍ୟମକୁ ଗତକାଲି ସାକ୍ଷାତକାର ଦେବା ଅବସରରେ ସେ ବିସିସିଆଇ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅବସର ବେଳେ ବିସିସିଆଇର କୌଣସି ଅଧିକାରୀ ତାଙ୍କ ସହ କଥା ନହେବା ତାଙ୍କୁ ବାଧିଛି ବୋଲି ସେ କହିଛନ୍ତି।

ଟିମ୍ ଇଣ୍ଡିଆର ଏହି ପୂର୍ବତନ ବିସ୍ଫୋଟକ ବ୍ୟାଟସମ୍ୟାନ୍ କହିଛନ୍ତି ଟିମ୍ ଇଣ୍ଡିଆ ତାଙ୍କୁ ଦଳରୁ ବାହାର କରିବା ପାଇଁ ଅପେକ୍ଷା କରିଥିଲା। ସେଥିପାଇଁ ୧୫-୧୭ ବର୍ଷର ଅଭିଜ୍ଞତା ପରେ ବି ଦଳ ତାଙ୍କୁ ୟୋ ‘ୟୋ ୟୋ ଟେଷ୍ଟ’ ଖେଳିବାକୁ ନିର୍ଦ୍ଦେଶ ଦେଇଥିଲା। ଯାହାକି ତାଙ୍କୁ ନିରାଶ କରିଥିଲା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ହେଲେ ‘ୟୋ ୟୋ ଟେଷ୍ଟ’ ପାସ୍ କରିବା ନିହାତି ଆବଶ୍ୟକ ବୋଲି ବିସିସିଆଇ ନିୟମ କରିଛି।

ଅବସର ବେଳେ ତାଙ୍କ ସହ ବିସିସିଆଇ ଥରୁଟିଏ କଥା ମଧ୍ୟ ହୋଇନଥିଲା ବୋଲି ସେ କହିଛନ୍ତି। ଖାଲି ତାଙ୍କ କ୍ଷେତ୍ରରେ ନୁହେଁ ବୀରେନ୍ଦ୍ର ସେହଓ୍ୱାଗ୍ ଏବଂ ଜାହିର ଖାନଙ୍କ କ୍ଷେତ୍ରରେ ମଧ୍ୟ ବିସିସିଆଇ ସମାନ ବ୍ୟବହାର ଦେଖାଇଥିଲା ବୋଲି ସେ କହିଛନ୍ତି। ଯୁବରାଜ ସିଂହ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଅନ୍ତିମ ଟି-ଟ୍ୱେଣ୍ଟି ଖେଳିଥିଲେ। ଏହି ମ୍ୟାଚରେ ଭାରତ ୭୫ ରନରେ ବିଜୟୀ ହୋଇଥିଲା।

ତାଙ୍କ ଅବସର ବାବଦରେ କହିବାକୁ ଯାଇ ସେ କହିଛନ୍ତି ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ପରେ ୮-୯ ମ୍ୟାଚରୁ ୨ଟି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ହେଲେ ଏହାପରେ ସେ ଆହତ ହୋଇଯାଇଥିଲେ। କିନ୍ତୁ ଶ୍ରୀଲଙ୍କା ସହ ମ୍ୟାଚ ପାଇଁ ପ୍ରାକ୍ଟିସ କରିବାକୁ କୁହାଯାଇଥିଲା। ହଠାତ୍ କିନ୍ତୁ ତାଙ୍କୁ ଦଳରେ ସୁଯୋଗ ମିଳିନଥିଲା ବୋଲି କହିଛନ୍ତି ଯୁବରାଜ୍। ଏହାପରେ ‘ୟୋ ୟୋ ଟେଷ୍ଟ’ ଖେଳିବାକୁ ନିର୍ଦ୍ଦେଶ ଦେଇଥିଲା ଦଳ।

‘ୟୋ ୟୋ ଟେଷ୍ଟ’ ଖେଳି ସାରିବା ପରେ ତାଙ୍କୁ ଘରୋଇ ମ୍ୟାଚ ଖେଳିବାକୁ କୁହାଯାଇଥିଲା। ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେ ଆଉ ଜାତୀୟ ଦଳକୁ ଫେରିପାରିନଥିଲେ। ଏହାପରେ ନିରାଶ ହୋଇ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଯୁବରାଜ ସିଂହ ଇଂଲଣ୍ଡ ବିପକ୍ଷରେ ୧୨ଟି ବଲ୍‌ରୁ ୫୦ ରନ୍ କରିଥିଲେ। ସେ ଗୋଟିଏ ଓଭରରେ ଛଅଟି ବଲ୍‌ରୁ ଲଗାତାର ୬ଟି ଛକ୍କା ମାରିଥିଲେ। ୨୦୧୧ କ୍ରିକେଟ୍ ବିଶ୍ୱକପରେ ଯୁବରାଜ ସିଂହ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos