୧୧ଟି ଚିଟଫଣ୍ଡ ସଂସ୍ଥାର ଲିକ୍ୱିଡେସନ ପ୍ରସଙ୍ଗରେ କେନ୍ଦ୍ରକୁ ଭୁଆଁ ବୁଲାଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଅର୍ଥତତ୍ତ୍ୱ, ସ୍ୱସ୍ତିକ, ଏସ୍‌ବିଏଲ୍‌ ପରି ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ୧୧ଟି ସଂସ୍ଥାକୁ ଲିକ୍ୟୁଡେଟ୍‌ କରିବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିନାହାନ୍ତି। ଏହି ସଂସ୍ଥା ରାଜ୍ୟରୁ ଉଭାନ ହୋଇଯାଇଥିବାରୁ ଲିକ୍ୟୁଟେଡ କରାଯାଇପାରି ନ ଥିବା କୋଅପରେଟିଭ ସୋସାଇଟର ରେଜିଷ୍ଟ୍ରାର ରିପୋର୍ଟ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା କାରବାର ବନ୍ଦ କରିଦେଇଥିଲେ ମଧ୍ୟ ଏହି କମ୍ପାନୀ ଗୁଡିକର କାର୍ଯ୍ୟାଳୟ ଏବେ ବି ରାଜଧାନୀରେ ଚାଲିଥିବା ଦେଖିବାକୁ ମିଳୁଛି। ଜୟଦେବ ବିହାରର ପ୍ଲଟ ନମ୍ବର ୪୫ରେ ସ୍ପେଶିମେନ୍ସ […]

chit-fund

chit-fund

Rakesh Mallick
  • Published: Friday, 22 April 2016
  • Updated: 22 April 2016, 04:43 PM IST

Sports

Latest News

ଭୁବନେଶ୍ୱର: ଅର୍ଥତତ୍ତ୍ୱ, ସ୍ୱସ୍ତିକ, ଏସ୍‌ବିଏଲ୍‌ ପରି ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ୧୧ଟି ସଂସ୍ଥାକୁ ଲିକ୍ୟୁଡେଟ୍‌ କରିବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିନାହାନ୍ତି। ଏହି ସଂସ୍ଥା ରାଜ୍ୟରୁ ଉଭାନ ହୋଇଯାଇଥିବାରୁ ଲିକ୍ୟୁଟେଡ କରାଯାଇପାରି ନ ଥିବା କୋଅପରେଟିଭ ସୋସାଇଟର ରେଜିଷ୍ଟ୍ରାର ରିପୋର୍ଟ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା କାରବାର ବନ୍ଦ କରିଦେଇଥିଲେ ମଧ୍ୟ ଏହି କମ୍ପାନୀ ଗୁଡିକର କାର୍ଯ୍ୟାଳୟ ଏବେ ବି ରାଜଧାନୀରେ ଚାଲିଥିବା ଦେଖିବାକୁ ମିଳୁଛି।

ଜୟଦେବ ବିହାରର ପ୍ଲଟ ନମ୍ବର ୪୫ରେ ସ୍ପେଶିମେନ୍ସ ମଲଟି ପର୍ପୋଜ୍ କୋଅପରେଟିଭ ସୋସାଇଟି ଚାଲିଛି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନରେ ଥିବା କୋଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର ଏହି ସଂସ୍ଥା ସହିତ ୧୧ଟି ସଂସ୍ଥା ସମ୍ପର୍କରେ ତଦନ୍ତ ରିପୋର୍ଟ ଦେବାକୁ ରାଜ୍ୟକୁ କହିଥିଲେ। ମହାରାଷ୍ଟ୍ରର ଔରଙ୍ଗାବାଦକୁ ଅଫିସ ସ୍ଥାନାନ୍ତର ହୋଇଯାଇଥିବାରୁ ତଥ୍ୟ ମିଲି ନ ଥିବା ତଦନ୍ତକାରୀ ଅଧିକାରୀ ରିପୋର୍ଟ ଦେଇଛନ୍ତି। ହେଲେ ରାଜଧାନୀରେ ଏବେ ବି ଏହି କମ୍ପାନୀର କାର୍ଯ୍ୟାଳୟ ଚାଲିଛି। କମ୍ପାନୀ ରେଜିଷ୍ଟ୍ରାରଙ୍କ ପାଇଥିବା ସାର୍ଟିଫିକେଟ୍‌ ମଧ୍ୟ ଏଠାରେ ଝୁଲୁଛି। କିଛି କର୍ମଚାରୀ କାମ କରୁଥିଲେ ମଧ୍ୟ କିଛି କହିବାକୁ ମନା କରିଦେଇଛନ୍ତି।

ସ୍ପେଶିମେନ୍ସ ମଲଟି ପର୍ପୋଜ କୋଅପରେଟିଭ ସୋସାଇଟର ସଦସ୍ୟ ରୁଷି ପ୍ରସାଦ ନାହାକ କହିଛନ୍ତି, “ଏହି ସଂସ୍ଥା ଏବେ ବ୍ରହ୍ମପୁରରେ ଚାଲୁଛି ଓ କୋଅପରେଟିଭ ସୋସାଇଟି ମାଗିଥିବା ତଥ୍ୟ ଦିଆଯାଇଛି।”

ଆରବିଆଇ ଓ କେନ୍ଦ୍ର କୋଅପରେଟିଭ ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶରେ ୫୦ଟି ମଲଟି କ୍ରେଡିଟ କୋଅପରେଟିଭ ସଂସ୍ଥା ସମ୍ପର୍କରେ ତଦନ୍ତ କରିଥିଲା ରାଜ୍ୟ କୋଅପରେଟିଭ ସୋସାଇଟି ରେଜିଷ୍ଟ୍ରାର। ଏଥି ମଧ୍ୟରେ ଥିଲେ ଅର୍ଥତତ୍ତ୍ୱ, ସ୍ୱସ୍ତିକ ଇଣ୍ଡିଆ, ମାଇକ୍ରୋ ଫାଇନାନ୍ସ, ସାଇକିଶୋର, ମିଡଇଷ୍ଟ, ଗ୍ରୀନ ଇଣ୍ଡିଆ ମଲଟି କ୍ରେଡିଟ ସୋସାଇଟ ପରି ସଂସ୍ଥା। ବଡକଥା ହେଲା ଏହି ୫୦ଟି ଭିତରୁ କିଛି କମ୍ପାନୀ ସିବିଆଇ ତଦନ୍ତ ପରିସରଭୁକ୍ତ ହୋଇଛି। ତଦନ୍ତ ବେଳେ ଜଣାପଡିଛି ୫୦ରୁ ୩୫ଟି ସଂସ୍ଥାର ଠିକଣା ଓଡ଼ିଶାରେ ନାହିଁ। ଏଥିରୁ ୧୧ଟି ସଂସ୍ଥାକୁ ଲିକ୍ୟୁଡେଟ୍‌ କରିବାକୁ କେନ୍ଦ୍ର କହିଥିଲେ ବି ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି।

ସଂସ୍ଥାଗୁଡିକ ରାଜ୍ୟ ବାହାରକୁ ଚାଲି ଯାଇଥିବାରୁ ଆବଶ୍ୟକ କାଗଜପତ୍ର ମିଳୁ ନ ଥିବାରୁ ଏହାକୁ ଲିକ୍ୟୁଡେଟ୍‌ କରାଯାଇ ପାରିନାହିଁ ବୋଲି ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି ଜଏଣ୍ଟ ଡାଇରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story