୧୭୪ ଚାଷୀ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ଫସଲହାନି ଯୋଗୁଁ ନୁହେଁ

ଭୁବନେଶ୍ୱର: ରାଜ୍ୟରେ ୧୭୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ କେହି ଫସଲହାନି ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି। ଆଜି ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର। ବିଧାୟକ ଦୁର୍ଯ୍ୟୋଧନ ମାଝିଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ ରାଜ୍ୟରେ ସମୁଦାୟ ୧୭୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ସର୍ବାଧିକ ୨୬ ଜଣ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଫସଲହାନି ଯୋଗୁଁ କେହି ଚାଷୀ ଆତ୍ମହତ୍ୟା […]

pradeep-maharathee

pradeep-maharathee

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 03:45 PM IST

pradeep-maharatheeଭୁବନେଶ୍ୱର: ରାଜ୍ୟରେ ୧୭୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ କେହି ଫସଲହାନି ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି। ଆଜି ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର।

ବିଧାୟକ ଦୁର୍ଯ୍ୟୋଧନ ମାଝିଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ ରାଜ୍ୟରେ ସମୁଦାୟ ୧୭୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ସର୍ବାଧିକ ୨୬ ଜଣ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଫସଲହାନି ଯୋଗୁଁ କେହି ଚାଷୀ ଆତ୍ମହତ୍ୟା କରି ନାହାନ୍ତି।

ସେ କହିଥିଲେ ଯେ ୨୦୧୫-୧୬ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗଗୁଡ଼ିକୁ ତଦନ୍ତ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମୁଖ୍ୟ ଶାସନ ସଚିବ ୨୦୧୫ ଅକ୍ଟୋବର ୩୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ତଦନ୍ତ ଆଧାରରେ ସରକାରଙ୍କ ନିକଟରେ ଏହି ତଥ୍ୟ ଉପଲବ୍ଧ ରହିଛି।

ଚାଷୀ ଆତ୍ମହତ୍ୟାକୁ ନେଇ ସରକାରଙ୍କ ତଦନ୍ତ ରିପୋର୍ଟରେ ଅଧିକାଂଶ କ୍ଷେତ୍ରରେ ମୃତ୍ୟୁର କାରଣ ସ୍ପଷ୍ଟ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ଆଉ କିଛି ଚାଷୀଙ୍କ ଆତ୍ମହତ୍ୟା ଲାଗି ଶାରୀରିକ ଅସୁସ୍ଥତା, ହୃଦଘାତ, ଅତ୍ୟଧିକ ମଦ୍ୟପାନ ବା ପାରିବାରିକ କଳହକୁ ଦାୟୀ କରାଯାଇଛି।

ନବରଙ୍ଗପୁରର ଚାଷୀ କମଳଲୋଚନ ମାଝୀ ଆତ୍ମହତ୍ୟା କରିଥିବା ସରକାର ମାନିଛନ୍ତି। ତାଙ୍କର ୯୦ ପ୍ରତିଶତ ଫସଲ ହାନି ହୋଇଥିବା କଥା ବି ମାନିଛନ୍ତି। ତେବେ ସେ ଫସଲହାନି ଯୋଗୁଁ ଆତ୍ମହତ୍ୟା କରିଥିବା କଥାକୁ ସରକାର ମାନି ନାହାନ୍ତି। ଓଲଟି ମୃତ୍ୟୁର କାରଣ ସ୍ପଷ୍ଟ ନୁହେଁ ବୋଲି ଦର୍ଶାଇଛନ୍ତି। ସେହିପରି ନବରଙ୍ଗପୁରର ଆଉ ଜଣେ ଚାଷୀ ଦୁସୁରୁ ଗୌଡ଼ଙ୍କ ୬୦ ପ୍ରତିଶତ ଫସଲହାନି ହୋଇଛି ବୋଲି ସରକାରଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ମୃତ୍ୟୁ କାରଣ ସ୍ପଷ୍ଟ ନୁହେଁ ବୋଲି ଦର୍ଶାଯାଇଛି।

ଅନୁଗୋଳ ଜିଲ୍ଲାରେ ୧୩ ଜଣ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏମାନଙ୍କ ମଧ୍ୟରୁ ତିନି ଜଣ ଅସୁସ୍ଥତା କାରଣରୁ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଯାଇଥିବା ବେଳେ ଜଣେ ମାନସିକ ବିକୃତି ଯୋଗୁଁ ଜୀବନ ହାରିଥିବା କୁହାଯାଇଛି। ଅନ୍ୟ ତିନି ଜଣଙ୍କ କ୍ଷେତ୍ରରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ନ ଥିବା କୁହାଯାଇଥିବା ବେଳେ ୬ ଜଣଙ୍କ କ୍ଷେତ୍ରରେ ଲେଖାଯାଇଛି ମୃତ୍ୟୁର କାରଣ ଫସଲହାନି ଯୋଗୁଁ ନୁହେଁ ବୋଲି ଦର୍ଶାଯାଇଛି।

ସେହିପରି ସରକାରଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ବଲାଙ୍ଗିର ଜିଲ୍ଲାରେ ୧୬ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଫସଲହାନି ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି ବୋଲି ଉଲ୍ଲେଖ କରାଯାଇଥିବା ବେଳେ ୬ଟି କ୍ଷେତ୍ରରେ ପାରିବାରିକ କଳହ ଓ ମଦ୍ୟପାନକୁ କାରଣ ଭାବେ ଦର୍ଶାଯାଇଛି। ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ବୋଲି ରିପୋର୍ଟରେ କୁହାଯାଇଥିବା ବେଳେ ଜଣେ ଅସୁସ୍ଥତା ଯୋଗୁଁ ଓ ଅନ୍ୟ ଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି। ପୀତା ନାଗ ନାମକ ଜିଲ୍ଲାର ଜଣେ ଚାଷୀ ତାଙ୍କ ଝିଅର ଚିକିତ୍ସାରେ ଅତ୍ୟଧିକ ଟଙ୍କା ଖର୍ଚ୍ଚ ହେବାରୁ ସେ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି।

ସରକାରଙ୍କ ଏଭଳି ରିପୋର୍ଟକୁ ଗ୍ରହଣ କରିନାହାନ୍ତି ବିରୋଧୀ କଂଗ୍ରେସ ଓ ବଜେପି।

କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତି,“ରାଜ୍ୟରେ ଚାଷୀମାନେ ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସରକାର ଆଜି ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ସରକାର ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଜନପ୍ରତିନିଧିମାନଙ୍କୁ ସରକାର ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ।”

ସେହିଭଳି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ମରୁଡ଼ି, ଋଣ ବୋଝ ଓ ପରିବାର ଚଳାଇବାରେ କଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛି। କିନ୍ତୁ ରାଜ୍ୟ ସରକାର ଏହା ମାନିବାକୁ ରାଜି ନୁହନ୍ତି।”

ଅନ୍ୟପକ୍ଷରେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ ତଦନ୍ତ ରିପୋର୍ଟ ଆଧାରରେ ଏହି ତଥ୍ୟ ଦିଆଯାଇଛି। ଲୁଚାଇବା ପାଇଁ ସରକାରଙ୍କ ପାଖରେ କିଛି ନାହିଁ।

ସରକାରଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ବାଲେଶ୍ୱରରେ ୮ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ବରଗଡ଼ରେ ୨୬ ଜଣ, ଭଦ୍ରକରେ ୩, ବୌଦ୍ଧରେ ୩, କଟକରେ ୧୦, ଦେବଗଡ଼ରେ ଜଣେ, ଢେଙ୍କାନାଳରେ ୬, ଗଜପତିରେ ଜଣେ, ଗଞ୍ଜାମରେ ୭, ଜଗତସିଂହପୁରରେ ୨, ଯାଜପୁରର ୭, ଝାରସୁଗୁଡ଼ାରେ ୨, କୋରାପୁଟରେ ୫ ଖୋର୍ଦ୍ଧାରେ ୫, କେନ୍ଦୁଝରରେ ୪, ମୟୂରଭଞ୍ଜରେ ୭, ନବରଙ୍ଗପୁରର ୫, କଳାହାଣ୍ଡିରେ ୬ ଓ କେନ୍ଦ୍ରାପଡ଼ାରେ ୬ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିପରି ସୁନ୍ଦରଗଡ଼ରେ ୬, ସମ୍ବଲପୁରରେ ୭ ଓ ସୁବର୍ଣ୍ଣପୁରରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story