୧୮ ଫେବ୍ରୁଆରୀ, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବଢ଼ିବ

ମେଷ: ପୂଜାପାଠରେ ଅଧିକ ସମୟ ଦେବେ। ମନ ଶାନ୍ତ ରହିବ। ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ। ବୃଷ: ନିଜ ଉପରେ ଭରସା ରଖି କାମ କରନ୍ତୁ। ଦେଖିବେ ସଫଳ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭଙ୍କର। ଛାତ୍ରଛାତ୍ରୀମାନେ ପାଠପଢାରେ ସଫଳତା ପାଇବେ। ମିଥୁନ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ସୁସମ୍ବାଦ ପାଇ ଖୁସି ହେବେ। ପରିବାର ସହିତ ଅଧିକ ସମୟ କଟାଇବେ। କର୍କଟ: ଆମଦାନୀ ବୃଦ୍ଧି ଉପରେ ଧ୍ୟାନ ଦିଅନ୍ତୁ। ଉଧାର […]

zodaic

zodaic

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 07:29 AM IST

Sports

Latest News

ମେଷ: ପୂଜାପାଠରେ ଅଧିକ ସମୟ ଦେବେ। ମନ ଶାନ୍ତ ରହିବ। ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ।

ବୃଷ: ନିଜ ଉପରେ ଭରସା ରଖି କାମ କରନ୍ତୁ। ଦେଖିବେ ସଫଳ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭଙ୍କର। ଛାତ୍ରଛାତ୍ରୀମାନେ ପାଠପଢାରେ ସଫଳତା ପାଇବେ।

ମିଥୁନ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ସୁସମ୍ବାଦ ପାଇ ଖୁସି ହେବେ। ପରିବାର ସହିତ ଅଧିକ ସମୟ କଟାଇବେ।

କର୍କଟ: ଆମଦାନୀ ବୃଦ୍ଧି ଉପରେ ଧ୍ୟାନ ଦିଅନ୍ତୁ। ଉଧାର ଦେଇଥିବା ପଇସା ଫେରି ପାଇବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗାଡି ଚଲାଇଲା ବେଳେ ସାବଧାନତାର ସହ ଚଲାନ୍ତୁ।

ସିଂହ: ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ପୁଞ୍ଜି ବଜାରରେ ଅର୍ଥନିବେଶ କରିପାରନ୍ତି । ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ମହିଳାଙ୍କର ଚିତ୍ରାଙ୍କନ ଓ ସାହିତ୍ୟ ଆଦିରେ ରୁଚି ବଢ଼ିବ।

କନ୍ୟା: ଦିନଟି ଆପଣଙ୍କ ଲାଗି ଲାଭଦାୟକ। ନୂଆ ଜମି କିଣି ପାରନ୍ତି।

ତୁଳା: ଇଷ୍ଟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ମାନ-ସମ୍ମାନ ପାଇବେ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସଂପର୍କ ବଢ଼ିପାରେ।

ବିଛା: ବ୍ୟବସାୟରେ ଲାଭବାନ ହେବେ। ସନ୍ଧ୍ୟାରେ ବୁଲିବାକୁ ଯାଇପାରନ୍ତି।

ଧନୁ: ଆର୍ଥିକ ସ୍ଥିତି ଭଲ ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପିଲାଙ୍କଠାରୁ ଖୁସି ଖବର ପାଇବେ।

ମକର: କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। କୌଣସି ଜରୁରୀ କାମରେ ବିଦେଶ ଯାତ୍ରାରେ ଯାଇପାରନ୍ତି । ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବଢ଼ିବ।

କୁମ୍ଭ: ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ।

ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଅଧିକ ସମୟ ଦେବାକୁ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos