୨୧ ଫେବ୍ରୁଆରୀ, ବୁଧବାର: ଜାଣନ୍ତୁ କ୍ୟାରିୟରକୁ ନେଇ କେଉଁ ରାଶିରେ କ’ଣ ରହିଛି

ମେଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ। କ୍ୟାରିୟରେ ସଫଳତା ମିଳିବ। ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ପାଇଁ ଦିନଟି ଭଲ।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଜୁଆଣି ଖାଇ ଘରୁ ବାହାରକୁ ଯାଆନ୍ତୁ।

ମିଥୁନ: ବନ୍ଧୁଙ୍କ ସହଯୋଗ ମିଳିବ। ବିବାହ ଓ ପ୍ରେମକୁ ନେଇ ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଚାକିରି କ୍ଷେତ୍ରରେ ନୂଆ ଅବସର ମିଳିବ।

କର୍କଟ: କ୍ୟାରିୟରରେ ସଫଳତା ମିଳିବ। ଜମି ଜମାକୁ ନେଇ କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ବନ୍ଧୁଙ୍କ ସହଯୋଗ ମିଳିବ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କାଟିବେ। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଯାତ୍ରା କରିବାର ଯୋଗ ରହିଛି।

କନ୍ୟା: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ଥିଲେ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। କ୍ଷୀରରେ ହଳଦୀ ମିଶାଇ ପିଇ ଘର ବାହାରକୁ ଯାଆନ୍ତୁ।

ତୁଳା: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କକୁ ନେଇ କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଅଯଥା ଖର୍ଚ୍ଚ ବଢ଼ିପାରେ।

ବିଚ୍ଛା: କ୍ୟାରିୟରେ ଉନ୍ନତି ହୋଇପାରେ। କୌଣସି ବାଦ ବିବାଦ ଥିଲେ ଆଜି ସମାଧାନ ହୋଇପାରେ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ଚାକିରିକୁ ନେଇ ଥିବା ସମସ୍ୟା ଆଜି ଦୂର ହୋଇଯିବ। ଅଟକି ରହିଥିବା କାମ ସମାଧାନ ହୋଇପାରେ। ସନ୍ତାନମାନଙ୍କ ପାଇଁ ଦିନଟି ଭଲ।

ମକର: ବ୍ୟସ୍ତତା ଭିତରେ ଦିନ କଟିବ। ଚାକିରିକ୍ଷେତ୍ରରେ ସମସ୍ୟା ଦେଖାଯିବ। ସବୁଜ ରଙ୍ଗର ଫଳ ଦାନ କରନ୍ତୁ।

କୁମ୍ଭ: କୌଣସି ବଡ଼ ଅବସର ଆଜି ମିଳିପାରେ। ମାନସମ୍ମାନ ବୃଦ୍ଧି ପାଇବ। ଦୂରଯାତ୍ରା କରିପାରନ୍ତି।

ମୀନ: ଦାୟିତ୍ୱ ବଢ଼ିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆଖି ଜନିତ ସମସ୍ୟା ଦେଖାଦେଇପାରେ।