୨୧ ଜାନୁଆରୀ, ରବିବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କୁ ଅର୍ଥ ଚିନ୍ତା ଘାରିବ

ମେଷ: ଦିନଟି ବ୍ୟସ୍ତତା ଭିତରେ କଟିବ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଗୁରୁଜନଙ୍କ ସହଯୋଗ ପ୍ରାପ୍ତି ହେବ।

ବୃଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଆୟ ବଢ଼ିବ। ଚାକିରିରେ ପଦୋନ୍ନତିର ସଂକେତ ମିଳୁଛି। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମିଥୁନ: ଅଳସୁଆ ଅନୁଭବ କରିବେ। ତେଣୁ ନିର୍ଦ୍ଧାରିତ କାର୍ଯ୍ୟ ଶେଷ କରିପାରିବେ ନାହିଁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଉଚ୍ଚ ପଦାଅଧିକାରୀଙ୍କ ସହ ବିବାଦ ହୋଇପାରେ।

କର୍କଟ: କଥା କଥାରେ ରାଗିଯିବେ। ନକାରାତ୍ମକ ଚିନ୍ତା ମନକୁ ଘାରିବ। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କୌଣସି ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ। ଅର୍ଥ ଚିନ୍ତା ବି ଘାରିପାରେ।

ସିଂହ: ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ଦେଖାଯାଇପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପାରେ। ବ୍ୟବସାୟୀମାନେ ଟିକେ ସାବଧାନ ରହିଲେ ଭଲ।

କନ୍ୟା: ଦିନଟି ଆପଣଙ୍କ ପାଇଁ ବେଶ୍ ଅନୁକୂଳ ରହିଛି। ଘରେ ସୁଖ, ଶାନ୍ତିର ବାତାବରଣ ରହିବ। ଧନାଗମନର ସୂଚନା ମିଳୁଛି। କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ମିଳିବ।

ତୁଳା: ବୌଦ୍ଧିକ ଚର୍ଚ୍ଚାରେ ସମୟ ଅତିବାହିତ କରିବାକୁ ପସନ୍ଦ କରିବେ। ଅଯଥାରେ କୌଣସି ବାଦବିବାଦରେ ପଡ଼ନ୍ତୁ ନାହିଁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ବିଛା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ମା’ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ମନ ଶାନ୍ତ ଓ ପ୍ରସନ୍ନ ରହିବ। ଭାଇଭଉଣୀ ଓ ବନ୍ଧୁବାନ୍ଧବଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରିବେ। ଆଜି ଦିନରେ ଆପଣ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ।

ମକର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କାହା ସହିତ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ଯୋଜନା କରିବେ।

କୁମ୍ଭ: ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ। ଦିନ ସାରା ଫୂର୍ତ୍ତି ଅନୁଭବ କରିବେ। କୌଣସି ସୂତ୍ରରୁ ଅର୍ଥ ଲାଭ ହୋଇପାରେ। ସୁସ୍ୱାଦୁ ଭୋଜନ ଖାଇବେ।

ମୀନ: ଏକାଗ୍ର ଚିତରେ କାମ କରନ୍ତୁ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। କୌଣସି କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ବିବାଦରେ ପଡ଼ିପାରନ୍ତି।