ଏମିତି ଆମ ପ୍ରାଥମିକ ଶିକ୍ଷା: ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୨୨୦୫ ସ୍କୁଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଶ୍ରେଣୀ ଗୃହରେ ୨୨୦୫ଟି ସ୍କୁଲ ଚାଲିଛି। ସେହିଭଳି ୧୭୦୦୦ ସ୍କୁଲ ଦୁଇଟି ଶ୍ରେଣୀ ଗୃହରେ ଚାଲୁଛି। ବିଧାୟକଙ୍କ ପ୍ରଶ୍ନରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି-“ରାଜ୍ୟରେ ବର୍ତ୍ତମାନ ଗଣଶିକ୍ଷା ବିଭାଗ ଅଧିନରେ ୩୩,୩୯୮ ପ୍ରାଥମିକ ବିଦ୍ୟାଳୟ ଓ ୧୭୬୯୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୧,୬୬,୭୪୩ ଶ୍ରେଣୀ ଥିଲା ବେଳେ ୯୬,୩୦୬ଟି ଶ୍ରେଣୀ ଗୃହ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 05:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଶ୍ରେଣୀ ଗୃହରେ ୨୨୦୫ଟି ସ୍କୁଲ ଚାଲିଛି। ସେହିଭଳି ୧୭୦୦୦ ସ୍କୁଲ ଦୁଇଟି ଶ୍ରେଣୀ ଗୃହରେ ଚାଲୁଛି। ବିଧାୟକଙ୍କ ପ୍ରଶ୍ନରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଉତ୍ତର ଦେଇଛନ୍ତି।

ସେ କହିଛନ୍ତି-“ରାଜ୍ୟରେ ବର୍ତ୍ତମାନ ଗଣଶିକ୍ଷା ବିଭାଗ ଅଧିନରେ ୩୩,୩୯୮ ପ୍ରାଥମିକ ବିଦ୍ୟାଳୟ ଓ ୧୭୬୯୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୧,୬୬,୭୪୩ ଶ୍ରେଣୀ ଥିଲା ବେଳେ ୯୬,୩୦୬ଟି ଶ୍ରେଣୀ ଗୃହ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧,୨୨,୦୪୫ ଶ୍ରେଣୀ ଥିଲା ବେଳେ ୯୫,୯୮୬ଟି ଶ୍ରେଣୀ ଗୃହ ରହିଛି।”

ସେ କହିଛନ୍ତି-“ଶିକ୍ଷା ଅଧିକାର ନିୟମ ଅନୁସାରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ୩୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୫ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏ ଶିକ୍ଷକ ରହିବା କଥା। କିନ୍ତୁ ଓଡ଼ିଶାରେ ଏହି ଅନୁପାନ ଯଥାକ୍ରମେ ୨୪ ଓ ୨୩ ଅଛି। ତଥାପି ଜିଲ୍ଲା ଗୁଡ଼ିକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ହିସାବକୁ ନେଇ ଆହୁରି ୧୪୦୮୭ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କଯାଇ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି।”

ଆବଶ୍ୟକ ହେଉଥିବା ଶ୍ରେଣୀ ଗୃହ ନେଇ ଶ୍ରୀ ପାତ୍ର କହିଥିଲେ-“୨୦୧୭-୧୮ ଆର୍ଥିକ ବର୍ଷରେ ୮୫୪୬ଟି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭାରତ ସରକାରଙ୍କ ପାଖରେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ୭୧୩ଟି ଶ୍ରେଣୀଗୃହ ପାଇଁ ଅର୍ଥ ବରାଦ କରାଯାଇଛି। ତେବେ ଅନ୍ୟ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆସନ୍ତା ଆର୍ଥିକ ବର୍ଷ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story