ମନ୍ତ୍ରୀସ୍ତରୀୟ ବୈଠକ ବିଫଳ, ଅଧ୍ୟାପକଙ୍କ ସମସ୍ୟାର ସମାଧାନ ବାଟ ଫିଟିଲାନି

ଭୁବନେଶ୍ୱର: ୬୬୨ ଓ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ସମସ୍ୟାର ସମାଧାନ ପାଇଁ ସୋମବାର ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ପ୍ରଥମେ ୬୬୨ ବର୍ଗ ଅଧ୍ୟାପକଙ୍କ ବୈଠକ ବସିଥିଲା। ଏହା ବିଫଳ ହେବା ପରେ ବସିଥିଲା ୪୮୮ ବର୍ଗ ଅଧ୍ୟାପକଙ୍କ ବୈଠକ। ତେବେ ତାହା ବି ବିଫଳ ହୋଇଥିଲା। ଫେବ୍ରୁଆରୀ ୨୫ ତା’ରିଖରେ ଦୁଇ ସଂଘ ସହିତ ମନ୍ତ୍ରୀସ୍ତରୀୟ କମିଟି ପୁଣି ଆଲୋଚନା କରିବେ। ତେବେ ସେହି […]

Odisha

Odisha

Rakesh Mallick
  • Published: Monday, 15 February 2016
  • Updated: 16 February 2016, 01:51 AM IST

Sports

Latest News

ଭୁବନେଶ୍ୱର: ୬୬୨ ଓ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ସମସ୍ୟାର ସମାଧାନ ପାଇଁ ସୋମବାର ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ପ୍ରଥମେ ୬୬୨ ବର୍ଗ ଅଧ୍ୟାପକଙ୍କ ବୈଠକ ବସିଥିଲା। ଏହା ବିଫଳ ହେବା ପରେ ବସିଥିଲା ୪୮୮ ବର୍ଗ ଅଧ୍ୟାପକଙ୍କ ବୈଠକ। ତେବେ ତାହା ବି ବିଫଳ ହୋଇଥିଲା। ଫେବ୍ରୁଆରୀ ୨୫ ତା’ରିଖରେ ଦୁଇ ସଂଘ ସହିତ ମନ୍ତ୍ରୀସ୍ତରୀୟ କମିଟି ପୁଣି ଆଲୋଚନା କରିବେ। ତେବେ ସେହି ଦିନ ପର୍ଯ୍ୟନ୍ତ ଏହି ଅଧ୍ୟାପକମାନେ କଳାବ୍ୟାଜ୍ ପିନ୍ଧି ପରୀକ୍ଷା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବୈଠକ ପରେ ୬୬୨ ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ଯେ ଆଜି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅର୍ଥ ସଚିବ ଅନୁପସ୍ଥିତ ଥିଲେ। ସରକାରଙ୍କ ପାଖରେ ଆଲୋଚନା ପାଇଁ ସଠିକ୍ ବିବରଣୀ ନ ଥିଲା। ଦୁଃଖର କଥା ଅଧ୍ୟାପକମାନେ ଆନ୍ଦୋଳନରେ ବସିଥିବା ତଥା କଲେଜ୍‌ଗୁଡ଼ିକରେ ପାଠପଢ଼ା ବନ୍ଦ ରହିଥିବା ବେଳେ କମିଟି ପାଖରେ ତଥ୍ୟ ବି ନାହିଁ। ଏଭଳି ସ୍ଥିତିରେ ଆଲୋଚନା ବିଫଳ ହୋଇଥିଲା। ମନ୍ତ୍ରୀସ୍ତରୀୟ କମିଟି ଫେବ୍ରୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି। ଏହା ସହିତ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ କମିଟି ଅନୁରୋଧ କରିଛି। ଏହି ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସେମାନଙ୍କ ଆନ୍ଦୋଳନ ଜାରି ରହିବ। ସଂଘର ମୁଖ୍ୟ ଟାର୍ଗେଟ୍ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଦାବି ପୂରଣ ନହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ବର୍ଜନ କରାଯିବ। ଯୁକ୍ତ ୩ ପରୀକ୍ଷା ସଂଘ ପାଇଁ ଏତ ଗୁରୁତ୍ୱପୂର୍ଣ୍ଣ ନୁହେଁ।

୬୬୨ ବର୍ଗ ଅଧ୍ୟାପକଙ୍କ ସହିତ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ବିଫଳ ହୋଇଥିବା ବେଳେ ଏବେ ୪୮୮ ବର୍ଗ କଲେଜ୍ ଅଧ୍ୟାପକଙ୍କ ସହିତ ଆଲୋଚନା ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ରୁଦ୍ଧ ଦ୍ୱାର ବୈଠକ ଚାଲିଥିଲା। ତେବେ ତାହା ବି ବିଫଳ ହୋଇଛି। ସଂଘର ସଭାପତି ପବିତ୍ର ମାହାରା କହିଛନ୍ତି ଯେ କଥା କିଛି ବାଟ ଆଗେଇଛି। ସେମାନଙ୍କର (ସରକରଙ୍କ) ବି କିଛି ବାଧା ରହିଛି। ୨୫ ତାରିଖରେ ପୁଣି ବୈଠକ ବସିବ।

ଅନ୍ୟପକ୍ଷରେ ଆଗକୁ ପରୀକ୍ଷା ଥିବାରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଏଥିରେ ସହଯୋଗ କରିବାକୁ ସମସ୍ତ ଅଧ୍ୟାପକଙ୍କୁ ଅନୁରୋଧ କରାଯାଇଛି। ଅଧ୍ୟାପକଙ୍କ ଦାବୀ ସଂପର୍କରେ ଆଲୋଚନା ଲାଗି ଆସନ୍ତା ୨୫ ତାରିଖରେ ପୁଣି ବୈଠକ ବସିବ ବୋଲି ସେ କହିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଜି ଆଲୋଚନା କିଛି ବାଟ ଆଗେଇଛି। ୨୫ରେ ପୁଣି ବୈଠକ ବସିବ। ଅଧ୍ୟାପକମାନଙ୍କ ସମସ୍ୟା ଦୂର କରିବା ପାଇଁ ସମାଧାନର ବାଟ କଢ଼ା ଯିବ।

ଅଧ୍ୟାପକଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରବିବାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା। ୫ଜଣ ମନ୍ତ୍ରୀଙ୍କୁ ନେଇ ଗଠନ ହୋଇଛି ଏହି କମିଟି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବୈଷୟିକ ଶିକ୍ଷାମନ୍ତ୍ରୀ ସଞ୍ଜୟ ଦାସବର୍ମା, ଆଇନ‌ ମନ୍ତ୍ରୀ ଅରୁଣ ସାହୁ ଓ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଅଛନ୍ତି।

ସୂଚନାଯୋଗ୍ୟ, ନିଖିଳ ଓଡ଼ିଶା ୬୬୨ ଓ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ସମିତି ପୂର୍ବରୁ ଦୁଇ ଦଫା ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବାସଭବନ ଘେରାଉ କରିଥିଲେ। ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଦାବି ପୂରଣ ନ ହେଲେ ପରୀକ୍ଷା ଓ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ଧମକ ଦେଇଥିଲେ ସେମାନେ। ଆସନ୍ତା ଫେବୃଆରୀ ୧୬ ଓ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୩ ଓ ଯୁକ୍ତ ୨ ପରୀକ୍ଷାକୁ ବର୍ଜନ କରିବୁ ଅଧ୍ୟାପକମାନେ ଚେତାବନୀ ଦେଇଥିଲେ। ନିଖିଳ ଓଡ଼ିଶା ୬୬୨(ଯୁକ୍ତ ୨ ଓ ଯୁକ୍ତ ୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗରେ ଆନ୍ଦୋଳନ ଜାରି ରହିଛି। ସେହିପରି ୧୬-୧୭ ମସିହା ଆର୍ଥିକ ବଜେଟ‌ରେ ପୂର୍ଣ୍ଣ ଅନୁଦାନ ପାଇଁ ଅର୍ଥ ବ୍ୟବସ୍ଥା କରିବା ଓ ଯୋଗ୍ୟତା ଦିନଠାରୁ ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ନିର୍ଦ୍ଦେଶାନାମା ଜାରି କରିବା ଦାବି ନେଇ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ବ୍ଲକଗ୍ରାଣ୍ଟ ଅଧ୍ୟାପକ-କର୍ମଚାରୀ ସମନ୍ୱୟ ସମିତି ନିଜ ଜିଦ୍‌ରେ ଅଟଳ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story