୬ ମାର୍ଚ୍ଚ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ   

ମେଷ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଆର୍ଥିକ ଲାଭ ମିଳିବ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିପାରେ। ମନରେ ଉଗ୍ର ବିଚାର ଜାଗ୍ରତ ହୋଇପାରେ। ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ସବୁ କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସଂପନ୍ନ ହେବ। ଧନଲାଭ ହୋଇପାରେ। ଅସୁସ୍ଥ ଲୋକେ ଆଜି ଟିକେ ଭଲ ଅନୁଭବ କରିବେ। ମିଥୁନ: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପେଟରେ ସମସ୍ୟା ଦେଖାଯାଇପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। […]

Rasiphalaimage

Rasiphalaimage

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 06:51 AM IST

Sports

Latest News

ମେଷ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଆର୍ଥିକ ଲାଭ ମିଳିବ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିପାରେ। ମନରେ ଉଗ୍ର ବିଚାର ଜାଗ୍ରତ ହୋଇପାରେ।

ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ସବୁ କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସଂପନ୍ନ ହେବ। ଧନଲାଭ ହୋଇପାରେ। ଅସୁସ୍ଥ ଲୋକେ ଆଜି ଟିକେ ଭଲ ଅନୁଭବ କରିବେ।

ମିଥୁନ: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପେଟରେ ସମସ୍ୟା ଦେଖାଯାଇପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଫୂର୍ତ୍ତି ଅନୁଭବ କରିବେ। କୌଣସି କଥାକୁ ନେଇ ଘରେ କାହା ସହିତ ଝଗଡ଼ା ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖିଲେ ଭଲ।

ସିଂହ: ଦିନଟି ଶୁଭଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ସହ ଆନନ୍ଦରେ ଦିନଟି ବିତାଇବେ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

କନ୍ୟା: ପରିବାରରେ ଆନନ୍ଦର ବାତାବରଣ ରହିବ। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ବୌଦ୍ଧିକ ଚର୍ଚ୍ଚାରେ ଅଂଶଗ୍ରହଣ କରିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ତୁଳା: ଦିନଟି ଭଲରେ କଟିବ। ଆୟ ବଢ଼ାଇବା ପାଇଁ ବିଶେଷ ଯୋଜନା କରିବେ। ଆତ୍ମବିଶ୍ୱାସ ବଢ଼ିବ। ମନୋରଞ୍ଜନରେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। କୌଣସି କଥାକୁ ନେଇ ଚିନ୍ତିତ ମଧ୍ୟ ରହିବେ। ଆମୋଦ-ପ୍ରମୋଦରେ ଅଧିକ ଖର୍ଚ୍ଚ କରିବେ। ବନ୍ଧୁବାନ୍ଧବ ଅବା ଘରେ କାହା ସହିତ ମତଭେଦ ହୋଇପାରେ।

ଧନୁ: ଦିନଟି ଭଲ ଫଳ ପ୍ରଦାନ କରିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ। ଆୟ ବଢ଼ିବାର ଯୋଗ ରହିଛି। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

ମକର: ଦିନଟି ସଂଘର୍ଷମୟ ହୋଇପାରେ। ବ୍ୟବସାୟ କାର୍ଯ୍ୟରେ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଅଫିସ୍‌ରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ। ପଦୋନ୍ନତି ଯୋଗ ରହିଛି। ଧନ,ମାନ ଓ ସମ୍ମାନ ମିଳିବ।

କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅପରାହ୍ଣ ପରେ ସ୍ୱାସ୍ଥ୍ୟ ଭଲ ରହି ନପାରେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ବିଦେଶରୁ କିଛି ଭଲ ଖବର ମିଳିପାରେ।

ମୀନ: କାର୍ଯ୍ୟ ବ୍ୟସ୍ତ ରହିବେ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକିଯିବେ। ଆକସ୍ମିକ ଧନଲାଭ ହୋଇପାରେ। କୌଣସି ପ୍ରକାର ଅନୈତିକ କାର୍ଯ୍ୟରେ ସାମିଲ ହୁଅନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos