ପୁରୀ: ପୁରୀ ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ସନ୍ତୋଷଜନକ କାର୍ଯ୍ୟ ହୋଇପାରି ନ ଥିବା ପରିପେକ୍ଷୀରେ ୮ଟି ବ୍ଲକର ୮ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିବା ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ପୁରୀ ଜିଲ୍ଲାର ମୋଟ ୧୧ଟି ବ୍ଲକ ମଧ୍ୟରୁ ୮ଟି ବ୍ଲକରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ନିର୍ମାଣ କ୍ଷେତ୍ରରେ ସନ୍ତୋଷଜନକ କାର୍ଯ୍ୟ ହୋଇ ପାରିନି। ଗ୍ରାମ୍ୟ ଓ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପୁରୀ ଜିଲ୍ଲା୨୮ ନମ୍ବର ସ୍ଥାନରେ ରହିଛି। ଏସବୁ ଗୃହ ନିର୍ମାଣ କ୍ଷେତ୍ରରେ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ଗୃହ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇ ନ ଥିବାରୁ ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀମାନଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।