ସଂସାର ବୋଝରେ ଭାରାକ୍ରାନ୍ତ ଶୈଶବ: ୮ ବର୍ଷର ଝିଅ ଉପରେ ତିନିପ୍ରାଣୀ କୁଟୁମ୍ୱର ବୋଝ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କଅଁଳ ବୟସରେ ପରିବାର ବୋଝ। ନିଜେ ଅଳି ଅର୍ଦଳି କରିବା ବୟସରେ ଛୋଟ ଭାଇ ଓ ଭଉଣୀଙ୍କ ଅଝଟ ସମ୍ଭାଳୁଛି। ଏକଥା ଭେଟିବା ବେଳକୁ ମୁଣ୍ଡ ଗୁଡୁମ ହୋଇଯାଉଛି। ବାସ୍ତବ ଜୀବନରେ ଏମିତି ଅଙ୍ଗେନିଭା କଥା ଦେଖିବାକୁ ମିଳିଛି କେନ୍ଦୁଝରରେ। ରତ୍ନଗର୍ଭା କେନ୍ଦୁଝର ସଦର ବ୍ଲକ ଡାଳିମାପୁର ଗାଁର ୮ ବର୍ଷର ଝିଅ ବାସୁମତି ନିଜର ଶୈଶବକୁ ହଜାଇ ନିଜ ଛୋଟ ଭାଇ-ଭଉଣୀଙ୍କ ପାଇଁ ସାଜିଛନ୍ତି ମମତାର ମୂର୍ତ୍ତି।

ଡ଼ାଳିମାପୁର ଗାଁର ବାସୁମତିଙ୍କ ବାପା ଜଣେ ଦିନ ମଜୁରିଆ। ପ୍ରତିଦିନ କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପରିବାର। ସ୍ତ୍ରୀର ମୃତ୍ୟୁଙ୍କ ପରେ ୮ ବର୍ଷର ବଡ଼ ଝିଅ ବାସୁମତି କାନ୍ଧରେ ପରିବାର ବୋଝ। ଯେଉଁ ବୟସରେ କାନ୍ଧରେ ବହି ବସ୍ତାନି ରହିବା କଥା, ସେହି ବୟସରେ ମୁଣ୍ଡରେ କାଠ ବୋହି ଘରକୁ ଆଣୁଛି। ଘର ଝାଡଠୁ ଆରମ୍ଭ କରି ରୋଷେଇ କରୁଛି। ପୁଣି କୁନି କୁନି ଭାଇ ଭଉଣାକୁ ଖୁଆଇବା ପର୍ଯ୍ୟନ୍ତ ସବୁ କାମ କରୁଛି। କହିବାକୁ ଗଲେ ବାସୁମତି ତାର ସାନ ଭାଇଭଉଣୀ ପାଇଁ ମାଆ ପାଲଟି ଯାଇଛି। ଆଉ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଭାଇ ଭଉଣୀଙ୍କ ଚିନ୍ତା ବାସୁମତି ପାଦରେ ଶିକୁଳି ସାଜିଛି।

ବାସୁମତି ମୁଣ୍ଡା କହିଛନ୍ତି-“ମୋର ମାଆ ମରିଯାଇଛି। ଘର କାମ କିଏ କରିବ? ସେଥିପାଇଁ ସକାଳୁ ଉଠି ଘର କାମ କରିବା ସହିତ ଛୋଟ ଭାଇ-ଭଉଣୀଙ୍କ କଥା ବୁଝୁଛି। ପାଠ ପଢ଼ିବାକୁ ଯାଇପାରୁନି।”

ମାଆର ମୃତ୍ୟୁ ପରେ ବେସାହାରା ହୋଇପଡିଛନ୍ତି ତିନି ତିନିଟି କଅଁଳ ଜୀବନ। ତେବେ ପାଠ ପଢା ପାଇଁ ବାସୁମତିକୁ କନ୍ୟାଶ୍ରମ ପଠାଯିବ। ସିଡବ୍ଲ୍ୟୁସି ସହ କଥା ହୋଇ ସାନ ଦୁଇ ଭାଇଭଉଣୀ ପାଇଁ  ବ୍ୟବସ୍ଥା କରାଯିବ ବୋଲି ସଦର ବିଡିଓ କହିଛନ୍ତି।

Ordigital Desk
• Published: Thursday, 07 December 2017
• Updated: 07 December 2017, 06:54 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos