୮ ଏପ୍ରିଲ, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ

ମେଷ: ଆଜିର ଦିନଟି ବ୍ୟସ୍ତତା ଭିତରେ ଅତିବାହିତ ହେବ। ତଥାପି ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିବ। ଅର୍ଥ ମିଳିବ। ସେହି ହିସାବରେ ଖର୍ଚ୍ଚ ମଧ୍ୟ ହୋଇପାରେ। ବୃଷ: ପାରିବାରିକ ଜୀବନରେ ଦେଖାଦେଉଥିବା ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଆଜି ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଥୁନ: ମାନସିକ ଚିନ୍ତା ଦୂର ହେବ। ଦୂରା ଯାତ୍ରା ଅଛି। ଅର୍ଥ ମିଳିବାର ସମ୍ଭାବନା ରହିଛି। କୌଣସି ଅସୁବିଧାରେ ପଡ଼ିଲେ ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବାର […]

Rasiphala

Rasiphala

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 07:26 AM IST

Sports

Latest News

ମେଷ: ଆଜିର ଦିନଟି ବ୍ୟସ୍ତତା ଭିତରେ ଅତିବାହିତ ହେବ। ତଥାପି ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିବ। ଅର୍ଥ ମିଳିବ। ସେହି ହିସାବରେ ଖର୍ଚ୍ଚ ମଧ୍ୟ ହୋଇପାରେ।

ବୃଷ: ପାରିବାରିକ ଜୀବନରେ ଦେଖାଦେଉଥିବା ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଆଜି ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ: ମାନସିକ ଚିନ୍ତା ଦୂର ହେବ। ଦୂରା ଯାତ୍ରା ଅଛି। ଅର୍ଥ ମିଳିବାର ସମ୍ଭାବନା ରହିଛି। କୌଣସି ଅସୁବିଧାରେ ପଡ଼ିଲେ ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି।

କର୍କଟ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପୁରୁଣା ବିବାଦ ସମାଧାନ ହେବ। ମାନସିକ ଚିନ୍ତା ଦୂର ହେବାର ସମ୍ଭାବନା ରହିଛି। ବୈବାହିକ ଜୀବନ ଭଲରେ କଟିବ।

ସିଂହ: ପାରିବାରିକ ସମସ୍ୟା ଗୁଡ଼ିକୁ ଠିକ୍‌ ଭାବେ ମୁକାବିଲା କରିପାରିବେ। ଅର୍ଥ ମିଳିବାର ଯୋଗ ରହିଛି। ଦୂର ଯାତ୍ରା କରିବାର ସମ୍ଭାବନା ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଭଲ ନାହିଁ।

କନ୍ୟା: ଆୟ ବ୍ୟୟକୁ ନେଇ ସମସ୍ୟା ଦେଖା ଦେଇପାରେ। ପାରିବାରିକ ଜୀବନ ସଂଘର୍ଷମୟ ରହିବ। ସମୟକୁ ଠିକ୍‌ ଭାବେ ସଦ୍‌ବିନିଯୋଗ କରନ୍ତୁ। କାହାକୁ ବେଶୀ ସମୟ ଅପେକ୍ଷା କରନ୍ତୁ ନାହିଁ।

ତୁଳା: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଏଥିପାଇଁ ସହଯୋଗ ମଧ୍ୟ ମିଳିବ। ଆଜିର ଦିନରେ ଅର୍ଥ ମିଳିବାର ସମ୍ଭାବନା ରହିଛି।

ବିଛା: ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ସାମାନ୍ୟ ଦୂର ହେବ। ମାନସିକ ଚିନ୍ତା ଦୂର ହୋଇପାରେ। ଯାତ୍ରାରେ ସହଯୋଗ ମିଳିପାରେ।

ଧନୁ: ବୈବାହିକ ଜୀବନରେ ପରିବର୍ତ୍ତନ ଆସିବ। କର୍ମ କ୍ଷେତ୍ରରେ ସମସ୍ୟା ଥିଲେ ଦୂର ହେବ। ପାରିବାରିକ ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ।

ମକର: ଏହି ରାଶିର ବ୍ୟକ୍ତିଙ୍କର ବିବାହରେ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। କୌଣସି କଥାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ, ଭଗବାନଙ୍କ ଉପରେ ଭରସା ରଖନ୍ତୁ। ସବୁ କିଛି ଠିକ୍‌ ହୋଇଯିବ।

କୁମ୍ଭ: ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ। ଏଥିପାଇଁ ଅନ୍ୟର ସହଯୋଗ ମଧ୍ୟ ମିଳିବ। ଖିଆ-ପିଆ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଅହଙ୍କାର ପରିତ୍ୟାଗ କରନ୍ତୁ।

ମୀନ: କର୍ମ କ୍ଷେତ୍ରରେ ଚାପ ପଡ଼ିପାରେ। ଅଯଥାରେ ଦୌଡ଼ା ଦୌଡ଼ି କରବେ। କୌଣସି ଜଟିଳ ସମସ୍ୟାରେ ପଡ଼ିଲେ, ସେଥିରୁ ବାହାରିବାର ଉପାୟ ମଧ୍ୟ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos