ଗ୍ଲାସଗୋ ବିମାନବନ୍ଦର ଆକ୍ରମଣର ଅଭିଯୁକ୍ତ ସହିତ ଅବଦୁର ରେହମାନର ସଂପର୍କ ଥିଲା: ପୋଲିସ୍ କମିଶନର

ଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ଗିରଫ ହୋଇଥିବା ଅଲକଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନର ଗ୍ଲାସଗୋ ଅନ୍ତର୍ଜାତୀୟ ବିମାନବନ୍ଦର ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଆତଙ୍କବାଦୀ ସହିତ ସଂପର୍କ ଥିଲା। ଗୁରୁବାର ପୋଲିସ୍ କମିଶନର ଡ. ଆର.ପି ଶର୍ମା ଏହି ସୂଚନା ଦେଇଛନ୍ତି। ପୋଲିସ୍ କମିଶନର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ତଦନ୍ତ ବେଳେ ଦିଲ୍ଲୀ ପୋଲିସ୍ ଜାଣିବାକୁ ପାଇଛି ଯେ ୨୦୦୭ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିସ୍ଫୋରକ […]

policecommissioner

policecommissioner

Rakesh Mallick
  • Published: Thursday, 17 December 2015
  • Updated: 18 December 2015, 03:31 AM IST

policecommissionerଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ଗିରଫ ହୋଇଥିବା ଅଲକଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନର ଗ୍ଲାସଗୋ ଅନ୍ତର୍ଜାତୀୟ ବିମାନବନ୍ଦର ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଆତଙ୍କବାଦୀ ସହିତ ସଂପର୍କ ଥିଲା। ଗୁରୁବାର ପୋଲିସ୍ କମିଶନର ଡ. ଆର.ପି ଶର୍ମା ଏହି ସୂଚନା ଦେଇଛନ୍ତି।

ପୋଲିସ୍ କମିଶନର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ତଦନ୍ତ ବେଳେ ଦିଲ୍ଲୀ ପୋଲିସ୍ ଜାଣିବାକୁ ପାଇଛି ଯେ ୨୦୦୭ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିସ୍ଫୋରକ ଭର୍ତ୍ତି ଜିପକୁ ପ୍ରବେଶ କରାଇ ବିସ୍ଫୋରଣ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଥିବା ବେଙ୍ଗାଲୁରୁର କାଫିଲ୍ ଅହମଦ ସହିତ ଅବଦୁର ରେହମାନର ସଂପର୍କ ଥିଲା।

ସେ କହିଛନ୍ତି, ଅବଦୁର ରେହମାନ ଅଧିକାଂଶ ସମୟ ଓଡ଼ିଶା ବାହାରେ ବିତାଉ ଥିଲା। ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ପ୍ରତିଷ୍ଠାତା ସଦସ୍ୟ ମହମ୍ମଦ ଅସିଫକୁ ଦିଲ୍ଲୀ ପୋଲିସ୍ ପଚରାଉଚରା କରୁଥିବା ବେଳେ ଅବଦୁର ରେହମାନ ସଂପର୍କରେ ଜାଣିବାକୁ ପାଇଥିଲେ। ପୂର୍ବରୁ ଗିରଫ ଅସିଫ ଭାରତ ବାହାରେ ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ ପ୍ରଶିକ୍ଷଣ ନେଇଥିଲା। ଭାରତରେ ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ତାକୁ ଦାୟିତ୍ୱ ଦିଆଯାଇଥିଲା।

ପୋଲିସ୍ କମିଶନର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୨୦୧୧ ଫେବୃୟାରୀରେ କିଲା ଫୋର୍ଟ ମଧ୍ୟରେ ଥିବା ସାହି ମସଜିଦରେ ଏକ ଘଟଣାରେ ଅବଦୁର ରେହମାନ ନାଁରେ କଟକର କ୍ୟାଣ୍ଟନମେଣ୍ଟ୍ ପୋଲିସ୍ ଏକ ମାମଲା ରୁଜୁ କରିଥିଲା। ତାକୁ ଏନେଇ ଗିରଫ କରାଯାଇଥିଲା। ତା’ ନାଁରେ ଚାର୍ଜ ମଧ୍ୟ ଫ୍ରେମ୍ କରାଯାଇଛି। ବର୍ତ୍ତମାନ ଏହି ମାମଲାଟିରେ କୋର୍ଟରେ ବିଚାରାଧୀନ ରହିଛି।

ଡ. ଆର.ପି ଶର୍ମା ଆହୁରି ମଧ୍ୟ କହିଛନ୍ତି, ଅବଦୁର ରେହମାନଙ୍କ ସହିତ ଘନିଷ୍ଠ ସଂପର୍କ ଥିବା ବ୍ୟକ୍ତିଙ୍କ ସଂପର୍କରେ ବର୍ତ୍ତମାନ ଖୋଳତାଡ଼ କରାଯାଉଛି। ସେହିପରି କଟକର ଟାଙ୍ଗୀ ଅଞ୍ଚଳରେ ଥିବା ତା’ର ମଦ୍ରାସା ସଂପର୍କରେ ଅଧିକ ତଥ୍ୟ ଯୋଗାଡ଼ କରୁଛି କମିଶନରେଟ୍ ପୋଲିସ୍। ସେଠାରେ ୧୦ରୁ ୧୫ ବର୍ଷ ମଧ୍ୟରେ ପ୍ରାୟ ୮୦ ପିଲା ପାଠ ପଡୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଝାଡ଼ଖଣ୍ଡର।

ଅବଦୁରେ ରେହମାନର ଗିରଫଦାରୀ ପରେ ଦିଲ୍ଲୀ ପୋଲିସ୍ ଭଳି କମିଶନରେଟ୍ ପୋଲିସରେ ଏକ ସ୍ପେଶାଲ୍ ସେଲ୍ ଗଠନ କରାଯିବା ଉପରେ ନିଷ୍ପତ୍ତି ହୋଇଛି। ସେହିପରି ଗୁଇନ୍ଦା ଆଧାରିତ ଅପରେସନକୁ ସୁଦୃଢ଼ କରିବାକୁ ମଧ୍ୟ ଉଦ୍ୟମ କରାଯାଉଛି। ସେ କହିଛନ୍ତି, ଦିଲ୍ଲୀ ପୋଲିସ୍ ଭଳି କମିଶନରେଟ୍ ପୋଲିସରେ ଏକ ସ୍ପେଶାଲ୍ ସେଲ୍ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ସେଲ୍ ବିଶେଷ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ସଂଗଠିତ ଅପରାଧ ଉପରେ ନଜର ରଖିବ।

ଜଗତପୁର ଅଞ୍ଚଳର ଅବଦୁର ରେହମାନର ୩ ଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖି  ପଚରାଉଚରା କରୁଛି। ସେମାନଙ୍କ ପାସପୋର୍ଟ, ବ୍ୟାଙ୍କ ଡିଟେଲସ୍ ଓ ଫେ।ନ ରେକର୍ଡକୁ ଯାଞ୍ଚ କରୁଛି ପୋଲିସ। ରେହମାନଙ୍କ ସହ ଏମାନଙ୍କର କି ସଂପର୍କ ଥିଲା, ରେହମାନର ଅଲକାଏଦ ସହ ସଂପର୍କ ନେଇ ସେମାନେ ଜାଣିଥିଲେ ନା ନାହିଁ, ଯଦି ଜାଣିଥିଲେ ପୋଲିସକୁ ଜଣାଇନଥିଲେ କାହିଁକି- ଏସବୁ ନେଇ ପୋଲିସ ଏଇ ୩ ଜଣଙ୍କୁ ପଚରାଉଚରା କରୁଛି।

ଅନ୍ୟପକ୍ଷରେ ଗତକାଲି କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନକୁ ୧୨ ଦିନ ରିମାଣ୍ଡରେ ନେବାକୁ ଦିଲ୍ଲୀ ପୋଲିସକୁ ମିଳିଛି ଅନୁମତି। ଦିଲ୍ଲୀର ପତିଆଲା କୋର୍ଟ ଏହି ଅନୁମତି ଦେଇଛନ୍ତି। ଗତକାଲି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଅଣାଯିବା ପରେ ଆଜି ଅବଦୁର ଓ ଅନ୍ୟ ଜଣେ ଆତଙ୍କବାଦୀ ଜାଫର ମାସଦକୁ ପତିଆଲା ହାଉସ୍ କୋର୍ଟରେ ହାଜର କରିଥିଲା । ଅଧିକ ପଚରାଉଚୁରା ଲାଗି ସେମାନଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story