ଅଭିଯୋଗକୁ ବାବା ସାରଥୀଙ୍କ ଖଣ୍ଡନ, କହିଲେ ତାଙ୍କ ବିରୋଧରେ କରାଯାଇଛି ଷଡ଼ଯନ୍ତ୍ର

କେନ୍ଦ୍ରାପଡ଼ା: ଜିନ୍ସ ପ୍ୟାଣ୍ଟ୍ ଓ ସାର୍ଟ ପିନ୍ଧିବା ତଥା ଜଣେ ଯୁବତୀଙ୍କ ସହିତ ହାଇଦ୍ରାବାଦର ଏକ ହୋଟେଲରେ ରହିବା ପ୍ରସଙ୍ଗକୁ ନେଇ ବୁଧବାର ମୁହଁ ଖୋଲିଛନ୍ତି ବାବା ସାରଥୀ। ସେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବାବା ସାରଥୀ କହିଛନ୍ତି, ଯେଉଁ ଫଟୋଗୁଡ଼ିକ ଗଣମାଧ୍ୟମରେ ପ୍ରକାଶ ପାଇଛି ସେଗୁଡ଼ିକ ହ୍ରାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲର ନୁହେଁ। ସେ ଫଟୋଗୁଡ଼ିକ ଆହ୍ଲାବାଦର ଯମୁନା କୂଳ ହୋଟେଲ୍ କ୍ରାଉନର ଫଟୋ। ପୁଣି ସେ ନିକଟରେ ହାଇଦ୍ରାବାଦ ବି […]

babasarathee

babasarathee

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 12:26 PM IST

Sports

Latest News

କେନ୍ଦ୍ରାପଡ଼ା: ଜିନ୍ସ ପ୍ୟାଣ୍ଟ୍ ଓ ସାର୍ଟ ପିନ୍ଧିବା ତଥା ଜଣେ ଯୁବତୀଙ୍କ ସହିତ ହାଇଦ୍ରାବାଦର ଏକ ହୋଟେଲରେ ରହିବା ପ୍ରସଙ୍ଗକୁ ନେଇ ବୁଧବାର ମୁହଁ ଖୋଲିଛନ୍ତି ବାବା ସାରଥୀ। ସେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ବାବା ସାରଥୀ କହିଛନ୍ତି, ଯେଉଁ ଫଟୋଗୁଡ଼ିକ ଗଣମାଧ୍ୟମରେ ପ୍ରକାଶ ପାଇଛି ସେଗୁଡ଼ିକ ହ୍ରାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲର ନୁହେଁ। ସେ ଫଟୋଗୁଡ଼ିକ ଆହ୍ଲାବାଦର ଯମୁନା କୂଳ ହୋଟେଲ୍ କ୍ରାଉନର ଫଟୋ। ପୁଣି ସେ ନିକଟରେ ହାଇଦ୍ରାବାଦ ବି ଯାଇ ନାହାନ୍ତି। ଏପରିକି ଚଳିତ ବର୍ଷ ସେ ରାଜ୍ୟ ବାହାରକୁ ଯାଇ ନାହାନ୍ତି। ୨ରୁ ୫ ତାରିଖ ମଧ୍ୟରେ ସେ ଓଡ଼ିଶାରେ ହିଁ ଥିଲେ। ଆଉ ଯେଉଁ ଫଟୋଗୁଡ଼ିକ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି ତାହା ତାଙ୍କ କଲେଜ ବେଳର।

ହୋଟେଲରେ ତାଙ୍କ ସହିତ ଜଣେ ଯୁବତୀ ଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ବାବା ସାରଥୀ କହିଛନ୍ତି ଯେ ସେ କୌଣସି ଯୁବତୀଙ୍କୁ ଜାଣନ୍ତି ନାହିଁ। ତାଙ୍କୁ ଫସାଇବା ଲାଗି ଷଡ଼ଯନ୍ତ୍ର କରାଯାଇଛି।

ସେ କହିଛନ୍ତି ଯେ ଯେତେବେଳ ସେ ଓଡ଼ିଶା ବାହାରକୁ ଯାଆନ୍ତି ପ୍ୟାଣ୍ଟ୍ ଓ ସାର୍ଟ ପିନ୍ଧନ୍ତି। କାରଣ ଏହା ଦ୍ୱାରା ତାଙ୍କୁ ଯିବାଆସିବାରେ ସୁବିଧା ହୁଏ। ଲୋକମାନେ ତାଙ୍କ ପରିଚୟ ଜାଣିପାରନ୍ତି ନାହିଁ। ଓଡ଼ିଶା ବାହାରେ ସେ ନିଜ ପ୍ରକୃତ ପରିଚୟ ମଧ୍ୟ ଦିଅନ୍ତି ନାହିଁ। କେହି କେବେ ପଚାରିଲେ ନିଜକୁ ଜଣେ ଅଧ୍ୟାପକ ବୋଲି କହିଦିଏ। ଆଉ ଜିନ୍ସ ଓ ସାର୍ଟ ପିନ୍ଧିବାରେ କୌଣସି ଭୁଲ୍ ନାହିଁ। ବିବେକାନନ୍ଦ ବି ଯେତେବେଳ ଦେଶ ବାହାରକୁ ଯାଉଥିଲେ କୋର୍ଟ ଓ ଟାଇ ପିନ୍ଧୁଥିଲେ।

ବାବା ସାରଥୀ କହିଛନ୍ତି ଯେ ସେ ବିଭିନ୍ନ ସମୟରେ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଆନ୍ତି। ସେ ଆଗରୁ ବିଭିନ୍ନ ରାଜ୍ୟକୁ ବୁଲିବାକୁ ଯାଉଥିଲେ, ଏବେ ବି ଯାଉଛନ୍ତି ଓ ଆଗକୁ ଯିବେ। ଏଥିପାଇଁ ତାଙ୍କୁ କେହି ରୋକି ପାରିବେ ନାହିଁ।

ସେହିପରି ଗଣମାଧ୍ୟମଗୁଡ଼ିକରେ ବାରମ୍ବାର ତାଙ୍କ ନାମ ପୂର୍ବରୁ ଭଣ୍ଡ ଶବ୍ଦର ପ୍ରୟୋଗ କରାଯିବା ନେଇ ମଧ୍ୟ ସେ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି, କୌଣସି ବୈଦ୍ୟୁତିକ ଗଣମାଧ୍ୟମ ଏଭଳି ଶବ୍ଦ ପ୍ରୟୋଗ କରିବା ଉଚିତ୍ ନୁହେଁ। ଗଣମାଧ୍ୟମଗୁଡ଼ିକ ପାଇଁ ସେ ସାଧୁ ନ ହୋଇପାରନ୍ତି, କିନ୍ତୁ ତାଙ୍କର ହଜାର ହଜାର ଭକ୍ତ ରହିଛନ୍ତି। ସେମାନେ ତାଙ୍କୁ ସାଧୁ ବୋଲି ବିବେଚନା କରନ୍ତି। ପୁଣି ବାରମ୍ବାର ଭଣ୍ଡ ଶବ୍ଦ ପ୍ରୟୋଗ କରି ହିଂସାକୁ ପ୍ରୋତ୍ସାହିତ କରାଯାଉଛି। ଏହା ଦ୍ୱାରା ଦେଶ ଓ ରାଜ୍ୟର ନାମକୁ ଖରାପ କରାଯାଉଛି। ଦୁଃଖର କଥା ଜଣେ ଓଡ଼ିଆକୁ ବଦନାମ କରିବାକୁ ଓଡ଼ିଆମାନେ ଲାଗି ପଡ଼ିଛନ୍ତି। ତେବେ ଏସବୁକୁ ନେଇ ସେ ଆଦୌ ଚିନ୍ତିତ ନୁହନ୍ତି। ମୃତ୍ୟୁକୁ ତାଙ୍କର ଭୟ ନାହିଁ କି ନିନ୍ଦାକୁ ବି ସେ ଡରନ୍ତି ନାହିଁ।

ସେ  ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କ ନାଁରେ କେହି ଥାନାରେ ଏତଲା ଦେଇ ନାହାନ୍ତି। ଖାଲି ମିଥ୍ୟା ଅଭିଯୋଗ କରାଯାଉଛି।

ଏହା ସହିତ ସେ ତାଙ୍କ ଅନୁଗାମୀ ଓ ଭକ୍ତଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ସେମାନଙ୍କ ବାବା ସାରଥୀ କିଛି ଭୁଲ୍ କରି ନାହାନ୍ତି। ତମମାନଙ୍କ ପ୍ରଭୁ ଠିକ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story