ଫସଲ ପୋଡ଼ିଥିବା ଚାଷୀଙ୍କୁ ମିଳିବନି କ୍ଷତିପୂରଣ: ଦାମ

<p>ଭୁବନେଶ୍ୱର: ଜମିରେ ଫସଲ ପୋଡ଼ିଥିବା ଚାଷୀଙ୍କୁ ମିଳିବନି କ୍ଷତିପୂରଣ। ଆଜି ଏହା କହିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି,&ldquo;ଯେଉଁ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିବ ସେହି ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ। ଚାଷୀ କାହିଁକି ଫସଲ ପୋଡୁଛନ୍ତି ଓ ଆତ୍ମହତ୍ୟା କରୁଛନ୍ତି ତାର ତର୍ଜମା ହେବ। ବରଗଡ଼ ଜିଲ୍ଲାରୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ରିପୋର୍ଟ ହସ୍ତଗତ ହୋଇଛି। ତା&rsquo;ସହ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ ୮ଟି ଜିଲ୍ଲାରୁ ଜିଲ୍ଲାପାଳଙ୍କୁ ମଗାଯାଇଥିବା ରିପୋର୍ଟ ଉପରେ ମଧ୍ୟ ଅନୁଧ୍ୟାନ ଚାଲିଛ&rdquo;</p> <p>ଆଜି ସଚିବାଳୟରେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏହି ବୈଠକରେ କୃଷି ସଚିବ, ନିର୍ଦ୍ଦେଶକ ଓ କମିଶନର ପ୍ରମୁଖ ଯୋଗ ଦେଇଛନ୍ତି। ସବୁ ସ୍ଥାନରୁ ରିପୋର୍ଟ ମିଳିବା ପରେ ସରକାର ସହାୟତା ପ୍ରଦାନ ନେଇ ପଦକ୍ଷେପ ନେବେ ବୋଲି କୃଷିମନ୍ତ୍ରୀ କହିଛନ୍ତି।</p>

Ordigital Desk
  • Published: Saturday, 04 November 2017
  • Updated: 04 November 2017, 01:24 PM IST

Sports

Latest News

<p>ଭୁବନେଶ୍ୱର: ଜମିରେ ଫସଲ ପୋଡ଼ିଥିବା ଚାଷୀଙ୍କୁ ମିଳିବନି କ୍ଷତିପୂରଣ। ଆଜି ଏହା କହିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି,&ldquo;ଯେଉଁ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିବ ସେହି ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ। ଚାଷୀ କାହିଁକି ଫସଲ ପୋଡୁଛନ୍ତି ଓ ଆତ୍ମହତ୍ୟା କରୁଛନ୍ତି ତାର ତର୍ଜମା ହେବ। ବରଗଡ଼ ଜିଲ୍ଲାରୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ରିପୋର୍ଟ ହସ୍ତଗତ ହୋଇଛି। ତା&rsquo;ସହ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ ୮ଟି ଜିଲ୍ଲାରୁ ଜିଲ୍ଲାପାଳଙ୍କୁ ମଗାଯାଇଥିବା ରିପୋର୍ଟ ଉପରେ ମଧ୍ୟ ଅନୁଧ୍ୟାନ ଚାଲିଛ&rdquo;</p><p>ଆଜି ସଚିବାଳୟରେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏହି ବୈଠକରେ କୃଷି ସଚିବ, ନିର୍ଦ୍ଦେଶକ ଓ କମିଶନର ପ୍ରମୁଖ ଯୋଗ ଦେଇଛନ୍ତି। ସବୁ ସ୍ଥାନରୁ ରିପୋର୍ଟ ମିଳିବା ପରେ ସରକାର ସହାୟତା ପ୍ରଦାନ ନେଇ ପଦକ୍ଷେପ ନେବେ ବୋଲି କୃଷିମନ୍ତ୍ରୀ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos