ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ‘ଆଇଜର’; ରାଜ୍ୟ ସରକାର ଦେବେ ୨୦୦ ଏକର ଜମି

ଭୁବନେଶ୍ୱର: ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ଆଇଜର’। ଏଥିପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ମାଗଣାରେ ଯୋଗାଇ ଦେବେ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଥିବା ନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି, ‘ଆଇଜର’ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ରଖିଥିବା ସମସ୍ତ ସର୍ତ୍ତାବଳୀ ‘ବ୍ରହ୍ମପୁର’ ପୂରଣ କରୁଛି। ଆବଶ୍ୟକ ଭିତ୍ତିଭୂମି ସହିତ […]

bhdrak

bhdrak

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 12:48 PM IST

Sports

Latest News

ଭୁବନେଶ୍ୱର: ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ଆଇଜର’। ଏଥିପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ମାଗଣାରେ ଯୋଗାଇ ଦେବେ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଥିବା ନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା।

ସେ କହିଛନ୍ତି, ‘ଆଇଜର’ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ରଖିଥିବା ସମସ୍ତ ସର୍ତ୍ତାବଳୀ ‘ବ୍ରହ୍ମପୁର’ ପୂରଣ କରୁଛି। ଆବଶ୍ୟକ ଭିତ୍ତିଭୂମି ସହିତ ଯୋଗାଯୋଗ ପାଇଁ ସଡ଼କ, ରେଳ ଓ ଆକାଶ ପଥରେ ଉପଯୁକ୍ତ ବ୍ୟବସ୍ଥା ରହିଛି। ପ୍ରାରମ୍ଭରେ ଅସ୍ଥାୟୀ କ୍ୟାମ୍ପସରେ ‘ଆଇଜର’ ଚାଲିବ। ଅସ୍ଥାୟୀ କ୍ୟାମ୍ପସରେ ୨୦୧୬-୧୭ ଶିକ୍ଷା ବର୍ଷରୁ ନାମ ଲେଖା ହେବ। ଅସ୍ଥାୟୀ କ୍ୟାମ୍ପସରେ ଅନୁଷ୍ଠାନର ପ୍ରଫେସର ଓ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ମଧ୍ୟ ସୁବିଧା କରାଯିବ।  ଏଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ। ୩ ବର୍ଷ ପର୍ଯ୍ୟନ୍ତ ଅସ୍ଥାୟୀ କ୍ୟାମ୍ପସରେ ‘ଆଇଜର’ ଚାଲିବ।

ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି, ‘ଆଇଜର’ର କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟି ସମସ୍ତ କାର୍ଯ୍ୟ ତଦାରଖ କରିବ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଓ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ସଦସ୍ୟ ରହିବେ। ନିୟୋଜନ ଓ ବୈଷୟିକ ଶିକ୍ଷା, ତାଲିମ ବିଭାଗ ପ୍ରମୁଖ ଶାସନ ସଚିବ ଏହି କମିଟିର ଆବାହକ ରହିବେ।

ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ କହିଛନ୍ତି ଯେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ଦକ୍ଷିଣ ଓଡ଼ିଶା ସମେତ ସାରା ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବେ। ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବୈଜ୍ଞାନକମାନଙ୍କ ସନ୍ଦର୍ଭ ତଥା ଗବେଷଣା ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ପାଇପାରିବେ। ରାଜ୍ୟରେ ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଗବେଷଣା ପାଇଁ ଏହା ଏକ ମାଇଲ୍ ଖୁଣ୍ଟ ହେବ।

ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ବିଜେଡି ନେତା ତଥା ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ସେ କହିଛନ୍ତି, ଏହା ନିଶ୍ଚିତ ଭାବେ ପୂରା ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଏକ ସୁଖବର। ଏହା ଦ୍ୱାରା ଗଞ୍ଜାମ ସହିତ ଦକ୍ଷିଣ ଓଡ଼ିଶା ଏବଂ ସାରା ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବେଶ ଉପକାର କରିବ। ଉଚ୍ଚତର ବିଜ୍ଞାନ ଗବେଷଣା ପାଇଁ ଆଉ ଏ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ଅବା ଦେଶ ବାହାରକୁ ଯିବାକୁ ପଡ଼ିବ ନାହିଁ।

ସେହିପରି କଂଗ୍ରେସ ନେତା ତଥା ବ୍ରହ୍ମପୁରର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ମଧ୍ୟ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ବିଳମ୍ବରେ ହେଲେ ବି ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଗଞ୍ଜାମ ଜିଲ୍ଲାରେ କୌଣସି ସର୍ବଭାରତୀୟ ଶିକ୍ଷାନୁଷ୍ଠାନ ନଥିଲା। ନାଇଜର ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀମାନେ ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଗବେଷଣା କରିବାର ସୁଯୋଗ ପାଇ ପାରିବେ। ନାଇଜର ପ୍ରତିଷ୍ଠା ଘୋଷଣା ବ୍ରହ୍ମପୁରବାସୀଙ୍କ ଆଇଆଇଟି, ଆଇଆଇଏମ୍ ସ୍ଥାପିତ ହୋଇନପାରିବା ଦୁଃଖକୁ ଟିକେ ଲାଘବ କରିବ।

ବ୍ରହ୍ମପୁରବାସୀ ଏହି ଖବର ପାଇବା ପରେ ବାଣ ଫୁଟାଇ ସେଲିବ୍ରେସନ୍ କରିଥିଲେ।

ସୂଚନାଯୋଗ୍ୟ,  ଗତ କେନ୍ଦ୍ର ବଜେଟରେ ଓଡ଼ିଶାରେ ‘ଆଇଜର’ ପ୍ରତିଷ୍ଠା ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story