ଆଜି ପବିତ୍ର ମହାଳୟା

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଯାହାକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ। ବର୍ଷକରେ ଥରେ ମା’ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୂଣ୍ୟଫଳ ମିଳେ ବୋଲି ବିଶ୍ୱାସ ରହିଛି। ଏହି ବେଶ ଅଢେଇ ଦିନ ପର୍ଯ୍ୟନ୍ତ ରହିବ। ପରେ ମା’ ଭିନ୍ନ ଭିନ୍ନ ଦିବସରେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କାତ୍ୟାୟନୀ, ମହାଗୌରୀ […]

sambulpur

sambulpur

Rakesh Mallick
  • Published: Friday, 30 September 2016
  • Updated: 30 September 2016, 02:11 PM IST

Sports

Latest News

sambulpurଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଯାହାକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ। ବର୍ଷକରେ ଥରେ ମା’ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୂଣ୍ୟଫଳ ମିଳେ ବୋଲି ବିଶ୍ୱାସ ରହିଛି।

ଏହି ବେଶ ଅଢେଇ ଦିନ ପର୍ଯ୍ୟନ୍ତ ରହିବ। ପରେ ମା’ ଭିନ୍ନ ଭିନ୍ନ ଦିବସରେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କାତ୍ୟାୟନୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମା’ଙ୍କ ଏହି ବେଶ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭକ୍ତଙ୍କ ଗହଳିକୁ ଦେଖି ପୋଲିସ୍‌ ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ମହାଳୟା ଅବସରରେ ପିତୃ ପୁରୁଷକୁ ପିଣ୍ଡଦାନ କରାଯାଇଛି। ଭୁବନେଶ୍ୱରର ବିନ୍ଦୁସାଗର ଓ ଶ୍ରୀମନ୍ଦିର ବାଇଶି ପାହାଚରେ ଶହ ଶହ ଶ୍ରଦ୍ଧାଳୁ ସେମାନଙ୍କ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବର୍ଷକ ଭିତରେ ଶ୍ରାଦ୍ଧ ଦେଇ ପାରି ନ ଥିଲେ ଏହି ସମୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଆଜିର ଦିନରେ ପିଣ୍ଡଦାନ କଲେ ପିତୃ ପୁରୁଷ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos