ବଲାଙ୍ଗିର: ସ୍ୱାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା

ବଲାଙ୍ଗିର: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯିବା ସହ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ସିଲେଟପଡା ଗାଁରୁ। ମୃତା ମହିଳାଙ୍କ ଘର କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଡଙ୍ଗାପଟା ଗାଁରେ। ସେହିଭଳି ମୃତ ମହିଳାଙ୍କ ସ୍ୱାମୀ କହୁଥିବା ଅଭିଯୁକ୍ତ ଯୁବକଙ୍କ ଘର ମଧ୍ୟ କଳାହାଣ୍ଡି ଜିଲ୍ଲା ମହଙ୍ଗାରେ ବୋଲି ଜଣାପଡ଼ିଛି। ସିଲେଟପଡା ଗାଁର ଏକ ଜମି ମଧ୍ୟରୁ ଜଣେ ପୁରୁଷ […]

vlcsnap-2015-08-16-18h09m37s768

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 12:55 PM IST

ବଲାଙ୍ଗିର: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯିବା ସହ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ସିଲେଟପଡା ଗାଁରୁ। ମୃତା ମହିଳାଙ୍କ ଘର କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଡଙ୍ଗାପଟା ଗାଁରେ। ସେହିଭଳି ମୃତ ମହିଳାଙ୍କ ସ୍ୱାମୀ କହୁଥିବା ଅଭିଯୁକ୍ତ ଯୁବକଙ୍କ ଘର ମଧ୍ୟ କଳାହାଣ୍ଡି ଜିଲ୍ଲା ମହଙ୍ଗାରେ ବୋଲି ଜଣାପଡ଼ିଛି।

ସିଲେଟପଡା ଗାଁର ଏକ ଜମି ମଧ୍ୟରୁ ଜଣେ ପୁରୁଷ ଓ ମହିଳା ଗୁରୁତର ଅବସ୍ଥାରେ ପଡ଼ିଥିବା ଆଜି ସକାଳେ ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସଇଁତଳା ଓ ଟିଟିଲାଗଡ଼ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଯାଞ୍ଚ ବେଳେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିବାବେଳେ ପୁରୁଷ ଜଣକ ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ହସପିଟାଲ ପଠାଇଯାଇଥିଲା।  ଗୁରୁତର ପୁରୁଷ ଜଣକ କହିଛନ୍ତି ଯେ, କିଛି ମୁଖାପିନ୍ଧା ଲୋକ ସେମାନଙ୍କୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ। ପରେ ସେମାନେ ତାଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ପତ୍ନୀଙ୍କୁ ଗଣ ବଳାତ୍କାର କରିଥିଲେ। ପୋଲିସ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।

Related story