ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟଙ୍କଠାରୁ ନିରାଶ ହେବା ପରେ ଆଜି ବଲାଙ୍ଗିରରେ ଜଣେ ଛଟେଇ ଅମିନ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକ ଅଭିଯୋଗ କହିଛନ୍ତି। ଅନ୍ୟପକ୍ଷରେ ଛଟେଇ ଆର୍ଆଇ ଅମିନ ସଂଘର ଉପଦେଷ୍ଟା କହିଛନ୍ତି ରାଜ୍ୟ ସରକାର ଆମ କଥା ନବୁଝିଲେ ଆମେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ସମୂହ ଆତ୍ମହତ୍ୟା କରିବୁ।
୨୦୧୩ ମସିହାରେ ବଲାଙ୍ଗିର ଜିଲ୍ଲାରେ ୧୫୩ ଜଣ ଆର୍ଆଇ ଓ ଅମିନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାର ୨୦୧୬ ମାର୍ଚ୍ଚ ୩ ତାରିଖରେ ଉକ୍ତ ନିଯୁକ୍ତିକୁ ବାତିଲ୍ କରିଥିଲେ। ପରେ ଛଟେଇ ହୋଇଥିବା କର୍ମଚାରୀମାନେ ସ୍ୟାଟ୍ର ଦ୍ୱାରସ୍ଥ ହୋଇଥିଲା। ସ୍ୟାଟ୍ ଛଟେଇ କର୍ମଚାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ସ୍ୟାଟ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ଖବର ପ୍ରସାରିତ ଆଜି ରାମେଶ୍ୱର ନଗରରେ ଜଣେ ଛଟେଇ ଅମିନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।