ବନ୍ୟା: ବାଲେଶ୍ୱର ସ୍ଥିତି ଅପରିବର୍ତ୍ତିତ, ଭଦ୍ରକରେ ଗମ୍ଭୀର

ଭଦ୍ରକ/ବାଲେଶ୍ୱର/ଯାଜପୁର: ଆଜି ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସର୍ବାଧିକ ଗମ୍ଭୀର ରହିଛି। ଜିଲ୍ଲାର ଚାନ୍ଦବାଲି ଓ ଧାମନଗର ବ୍ଲକରେ ଅନେକ ଗାଁକୁ ଏବେବି ବୈତରଣୀ ନଦୀର ବନ୍ୟାଜଳ ଘେରି ରହିଛି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ପାରଡ଼ିଆ ଗାଁରେ ଘର ଓ ବାଡ଼ି ବଗିଚାଗୁଡ଼ିକ ଅଧା ଅଧା ବୁଡ଼ି ରହିଛି। ଚାରି ଦିନ ହେଲା ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଧାମନଗର ବ୍ଲକ ରାଧାବଲ୍ଲଭ ପଞ୍ଚାୟତର ଷୋଳଗାଁ ଓ କାଶିମ୍ପୁର ଏବଂ ତିହିଡି ବ୍ଲକ୍ ଶ୍ୟାମସୁନ୍ଦରପୁର, […]

bhadrakbanya

bhadrakbanya

Rakesh Mallick
  • Published: Friday, 31 July 2015
  • Updated: 31 July 2015, 03:50 PM IST

Sports

Latest News

ଭଦ୍ରକ/ବାଲେଶ୍ୱର/ଯାଜପୁର: ଆଜି ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସର୍ବାଧିକ ଗମ୍ଭୀର ରହିଛି। ଜିଲ୍ଲାର ଚାନ୍ଦବାଲି ଓ ଧାମନଗର ବ୍ଲକରେ ଅନେକ ଗାଁକୁ ଏବେବି ବୈତରଣୀ ନଦୀର ବନ୍ୟାଜଳ ଘେରି ରହିଛି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ପାରଡ଼ିଆ ଗାଁରେ ଘର ଓ ବାଡ଼ି ବଗିଚାଗୁଡ଼ିକ ଅଧା ଅଧା ବୁଡ଼ି ରହିଛି। ଚାରି ଦିନ ହେଲା ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଧାମନଗର ବ୍ଲକ ରାଧାବଲ୍ଲଭ ପଞ୍ଚାୟତର ଷୋଳଗାଁ ଓ କାଶିମ୍ପୁର ଏବଂ ତିହିଡି ବ୍ଲକ୍ ଶ୍ୟାମସୁନ୍ଦରପୁର, ତଳଦୁମୁକା ଆଦି ଗାଁ ଏବେବି ପାଣି ଘେରରେ ରହିଛି। ଫଳରେ ଲୋକଙ୍କୁ ଭାରି ହଇରାଣ ହେଉଛନ୍ତି। ଭଦ୍ରକ-ଆରଡ଼ି ରାସ୍ତାର ବାଲିଛତ୍ରୀ ପୋଲରେ ପାଣି ଚାଲୁଛି। ସୁନ୍ଦରପୁର ଓ ନାନ୍ଦପୁର ଅଞ୍ଚଳରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ସାରା ଅଞ୍ଚଳର ଜଳାର୍ଣ୍ଣବ।

banya

ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁ ଭଦ୍ରକ ଜିଲ୍ଲାର ୩୫ଟି ପଞ୍ଚାୟତର ୧୫୦ଟି ଗାଁରେ ପାଣି ପଶିଛି। ଏକ ଲକ୍ଷ ୭୬ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳଗମ୍ନ ରହିଛି।

ରାଜ୍ୟର ୪ଟି ଜିଲ୍ଲା- ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିନାହିଁ। ବାଲେଶ୍ୱର ସ୍ଥିତି ଅପରିବର୍ତ୍ତିତ ରହିଥିବା ବେଳେ ଭଦ୍ରକରେ ସ୍ଥିତି ଗମ୍ଭୀର ରହିଛି। ତେବେ ଯାଜପୁର ଓ ମୟୂରଭଞ୍ଜ ସ୍ଥିତିରେ ସୁଧାର ଆସିଛି।

ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିଲେ ବି ସ୍ଥିତି ସ୍ୱାଭାବିକ ହୋଇନାହିଁ। ଭୋଗରାଇ ଓ ବାଲିଆପାଳ ବ୍ଲକର ଅନେକ ଗାଁ ଏବେବି ପାଣି ଘେରରେ ରହିଛି। ଫଳରେ ଲୋକେ ଡଙ୍ଗା ସାହାଯ୍ୟରେ ଯା’ଆସ କରୁଛନ୍ତି।

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି। ବୈତରଣୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବନ୍ୟା ଦ୍ୱାରା ପ୍ରଭାବିତ ଦଶରଥପୁର, କୋରେଇ  ଓ ଯାଜପୁର ବ୍ଲକରୁ ପାଣି ଛାଡ଼ି ଯାଇଛି। ତେବେ ଏହି ଅଞ୍ଚଳରେ ୩୬ ହଜାର ହେକ୍ଟରରୁ ଅଧିକ ଜମି ଜଳଗମ୍ନ ରହିଛି। ସେହିପରି ବିଞ୍ଝାରପୁର ବ୍ଲକରେ ୭ରୁ୮ ହଜାର ହେକ୍ଟର ଜମିରେ ଏବେବି ବନ୍ୟାଜଳ ଜମି ରହିଛି।

banya1

ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ସ୍ୱାଭାବିକ ହୋଇଛି। ବୁଢାବଳଙ୍ଗରେ ଜଳସ୍ତର ହ୍ରାସ ପାଇଛି। ଫଳରେ ବରାପଦା ସହରିତଳି ଅଞ୍ଚଳରୁ ଜଳ ସଂପୂର୍ଣ୍ଣ ଭାବେ ନିଷ୍କାସିତ ହୋଇଯାଇଛି। ରାସ୍ତା ଉପରେ ଆଶ୍ରୟ ନେଇଥିବା ଲୋକେ ନିଜ ନିଜ ଘରକୁ ଫେରି ଯାଇଛନ୍ତି।

ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି ଯେ ବର୍ଷା କମିବା ସହ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ବୈତରଣୀ ଓ ସୁବର୍ଣ୍ଣରେଖା ନଦୀର ବି ଜଳ ସ୍ତର ହ୍ରାସ ହୋଇଛି। ତେଣୁ ଆସନ୍ତାକାଲି ବନ୍ୟାଞ୍ଚଳଗୁଡ଼ିକରେ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ମହାନଦୀର ଉପରମୁଣ୍ଡରେ ଥିବା ନନ୍ଦଘାଟ ଓ ଚମ୍ପା ଅଞ୍ଚଳ ଏବଂ ତଳିଆ ଅଞ୍ଚଳ ବରମୂଳରେ ବର୍ଷା ହୋଇଛି। ସେହିଭଳି ବ୍ରାହ୍ମଣୀ ନଦୀର ପାନପୋଷ ଏବଂ ତାଳଚେରରେ ବର୍ଷା ହୋଇଛି। ତେବେ ରାଜ୍ୟରେ ପ୍ରବାହିତ ସବୁ ନଦୀର ଜଳସ୍ତର ବିପଦସଙ୍କେତ ତଳେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story