୫ ବର୍ଷ ପରେ ବାପାଙ୍କ ଉଦ୍ୟମରେ ଧରାହେଲା ପୁଅର ହତ୍ୟାକାରୀ

ଯାଜପୁର: ୨୦୧୧ ସିଂହପୁର ବଜାରରେ ହୋଇଥିବା ବାପୁଜୀ ହତ୍ୟାକାଣ୍ଡରେ ପୋଲିସ୍‌ ଫେଲ୍‌ ମାରିବା ପରେ ମୃତକଙ୍କ ବାପାଙ୍କ ନିରଳ ଉଦ୍ୟମ ଯୋଗୁଁ ଧରାପଡିଛି ମୁଖ୍ୟ ଅଭିଯୁକ୍ତ। କୃଷ୍ଣ ଚନ୍ଦ୍ର ଥାଟୋଇଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଯୋଗୁଁ ୫ ବର୍ଷ ପରେ ଧରାପଡିଲା ହତ୍ୟାକାରୀ ସଞ୍ଜୀତ ଦାସ। ଯେଉଁ ହତ୍ୟାକାରୀ ପୋଲିସକୁ ଦୀର୍ଘ ୫ ବର୍ଷ ହେଲା ଚକମା ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିଲା ସେହି ଅପରାଧିଙ୍କୁ ମୃତକଙ୍କ ବାପାଙ୍କ ତଥ୍ୟ ଆଧାରରେ ଯାଜପୁର ପୋଲିସ ଧରିଛି। ଆଜି […]

bhagua

bhagua

Rakesh Mallick
  • Published: Friday, 01 July 2016
  • Updated: 01 July 2016, 10:27 PM IST

Sports

Latest News

krushana chadraଯାଜପୁର: ୨୦୧୧ ସିଂହପୁର ବଜାରରେ ହୋଇଥିବା ବାପୁଜୀ ହତ୍ୟାକାଣ୍ଡରେ ପୋଲିସ୍‌ ଫେଲ୍‌ ମାରିବା ପରେ ମୃତକଙ୍କ ବାପାଙ୍କ ନିରଳ ଉଦ୍ୟମ ଯୋଗୁଁ ଧରାପଡିଛି ମୁଖ୍ୟ ଅଭିଯୁକ୍ତ। କୃଷ୍ଣ ଚନ୍ଦ୍ର ଥାଟୋଇଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଯୋଗୁଁ ୫ ବର୍ଷ ପରେ ଧରାପଡିଲା ହତ୍ୟାକାରୀ ସଞ୍ଜୀତ ଦାସ। ଯେଉଁ ହତ୍ୟାକାରୀ ପୋଲିସକୁ ଦୀର୍ଘ ୫ ବର୍ଷ ହେଲା ଚକମା ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିଲା ସେହି ଅପରାଧିଙ୍କୁ ମୃତକଙ୍କ ବାପାଙ୍କ ତଥ୍ୟ ଆଧାରରେ ଯାଜପୁର ପୋଲିସ ଧରିଛି। ଆଜି ଏକ ସମ୍ମାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ଅନୂପ କୁମାର ସାହୁ।

ସେ କହିଛନ୍ତି,“୨୦୧୧ରେ ସିଂହପୁରରେ ଜଣେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ସେହି ସମୟରେ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିଲା। ସେମାନଙ୍କର ଟ୍ରାଏଲ ଶେଷ ହୋଇ ଦଣ୍ଡାଦେଶ କରାଯାଇଛି। ଏହି ମାମଲାର ମୁଖ୍ୟ ଆସାମୀ ସଞ୍ଜୀତ ଦାସ ଫେରାର ଥିଲେ। ମୃତକଙ୍କ ବାପାଙ୍କ ତଥ୍ୟକୁ ଆଧାର କରି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଟ ଗଠିତ ହୋଇଥିଲା। ସେହି ଟିମ୍‌ ତାଙ୍କୁ ବ୍ରହ୍ମପୁରରୁ ଧରିବାରେ ସକ୍ଷମ ହୋଇଛନ୍ତି। ଏନ୍‌ବିଡବ୍ଲ୍ୟୁ ବଳରେ ସଞ୍ଜୀତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ଖୁବ୍‌ଶୀଘ୍ର ତାଙ୍କର କୋର୍ଟରେ ଟ୍ରାଏଲ୍‌ ଆରମ୍ଭ ହେବ। ଖୁବ ଶୀଘ୍ର ଦୋଷୀ ଦଣ୍ଡ ପାଇବ ବୋଲି ଆମେ ଆଶା କରୁଛୁ।”

କାନ୍ଦ କାନ୍ଦ ଆଖିରେ କୃଷ୍ଣଚନ୍ଦ୍ର କହିଛନ୍ତି,“ମୁଁ ଆଜି ବହୁତ ଖୁସି ଯେ ମୋ ପୁଅର ମୁଖ୍ୟ ହତ୍ୟାକାରୀ ସଞ୍ଜୀତ ଗିରଫ ହୋଇଛି। ମୋ ପୁଅକୁ ହତ୍ୟା କରିଥିବା ଦୋଷୀମାନେ କିପରି ଦଣ୍ଡ ପାଆନ୍ତୁ ମୁଁ ଚାହୁଁଥିଲି। ପୋଲିସ ପ୍ରଶାସନ ଏକ୍ଷେତ୍ରରେ ମତେ ବହୁତ ସାହାଯ୍ୟ କରିଥିବାରୁ ପ୍ରଶାସନ ନିକଟରେ ମୁଁ ଋଣୀ।”

’ଗତ ୨୦୧୧ ମସିହାରେ ଯାଜପୁର ବିଂଝାରପୁର ସିଂହପୁର ଅଞ୍ଚଳର ଯୁବ ବ୍ୟବସାୟୀ ବାପୁଜୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସଂଜିତ‌ ଦାସ ଓରଫ ଭାଗୁଆକୁ ବ୍ରହ୍ମପୁରରୁ ଗିରଫ କରାଯାଇଛି। ମୃତ ବାପୁଜୀଙ୍କ ବାପାଙ୍କ ତଥ୍ୟ ଓ ସହଯୋଗ ଫଳରେ ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ କରି ଭାଗୁଆକୁ ଗିରଫ କରିବାରେ ସକ୍ଷମ ହୋଇଛି। ଅପରାଧିକୁ ଧରିବାରେ ପୋଲିସକୁ ସହଯୋଗ କରିଥିବାରୁ କୃଷ୍ଣଚନ୍ଦ୍ରଙ୍କୁ ଆସନ୍ତା ଅଗଷ୍ଟ ୧୫ ସ୍ୱାଧିନତା ଦିବସରେ ସମ୍ମାନିତ କରିବାକୁ ଯାଜପୁର ପୋଲିସ ପକ୍ଷରୁ ଡିଜିଙ୍କୁ ଅନୁରୋଧ କରାଯାଇଛି।

ଗତ ୫ ବର୍ଷ ତଳେ ପୋଲିସ ଆଖିରେ ଧୂଳି ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲା ଭାଗୁଆ। ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ବିଫଳ ହେବା ପରେ ବିଂଝାରପୁର ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇ ଚୁପ୍‌ରେ ବସି ରହିଥିଲା। କିନ୍ତୁ ନିଜ ପୁଅର ହତ୍ୟାକାରୀକୁ ଧରିବା ପାଇଁ ଦିନ ରାତି ଅକ୍ଲାନ୍ତ ଚେଷ୍ଟା କରୁଥିଲେ ବାପୁଜୀଙ୍କ ବାପା କୃଷ୍ଣ ଚନ୍ଦ୍ର ଥାଟୋଇ। ଶିକ୍ଷକ ଜୀବନରୁ ଅବସର ନେଇଥିବା କୃଷ୍ଣଚନ୍ଦ୍ର ପୁଅର ହତ୍ୟାକାରୀକୁ ଭୁଲି ପାରୁ ନ ଥିଲେ। ଅଭିଯୁକ୍ତ ଭାଗୁଆକୁ ଠାବ କରିବାକୁ ବହୁ କଷ୍ଟ ଓ ଅର୍ଥବ୍ୟୟର ସମ୍ମୁଖୀନ ହୋଇଛନ୍ତି। ଭାଗୁଆର ସମ୍ପର୍କରେତଥ୍ୟ ସଂଗ୍ରହ କରି ଯାଜପୁର ଏସପି ଅନୁପ ସାହୁଙ୍କୁ ସେ ଠିକଣା ଦେଇଥିଲେ। ଏସ୍‌ପିଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ କୃଷ୍ଣ ଚନ୍ଦ୍ରଙ୍କ ସୂଚନା ମୁତାବକ ବ୍ରହ୍ମପୁରର  ଉକ୍ତ ଠିକଣା ଉପରେ  ଚଢାଉ କରି ଭାଗୁଆକୁ ଗିରଫ କରିଛି।

ଏକ ମୋବାଇଲ ଫୋନ ଚୋରିକୁ କେନ୍ଦ୍ର କରି ଗତ ୨୦୧୧ ମସିହା ଜୁନ ୧ ତାରିଖରେ ସିଂହପୁର କଲେଜ ସମ୍ମୁଖରେ ଦୋକାନ କରିଥିବା ଆଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁର ରଂଜନ ଥାଟୋଇ ଓରଫ ବାପୁଜୀଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାରେ ମୋଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଇତିମଧ୍ୟରେ ଆଜୀବନ ଦଣ୍ଡାଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story