ଆସ୍ଥାଠାରୁ ଅନୁଗୃହୀତ ହୋଇଛନ୍ତି ଦାମ: ବାପି ସର୍ଖେଲ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସ୍‌ନାଲ୍‌ର ଓଡ଼ିଶା ମୁଖ୍ୟଙ୍କ ଦ୍ୱାରା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଓ ତାଙ୍କ ପରିବାର ଅନୁଗୃହୀତ ହୋଇଛନ୍ତି ବୋଲି ଆଜି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ଏକ ଠକେଇ ମାମଲାରେ ସେ ଫେରାର ହୋଇଯାଇଛନ୍ତି ବୋଲି ଦାମ ଗତକାଲି କହିଥିବା ବେଳେ ଆଜି ତାଙ୍କୁ ଜୋରଦାର ଆକ୍ରମଣ କରି ବାପି ଆଣିଛନ୍ତି ଏହି ଅଭିଯୋଗ। ସେ ଅଭିଯୋଗ କରିଛନ୍ତି,“ସିବିଆଇ ହାଇକୋର୍ଟରେ ଦେଇଥିବା ସତ୍ୟପାଠରୁ ପ୍ରମାଣିତ ହେଉଛି ଯେ ଦାମ […]

bapi-sarkhel

bapi-sarkhel

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 04:21 PM IST

Sports

Latest News

bapi-sarkhelଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସ୍‌ନାଲ୍‌ର ଓଡ଼ିଶା ମୁଖ୍ୟଙ୍କ ଦ୍ୱାରା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଓ ତାଙ୍କ ପରିବାର ଅନୁଗୃହୀତ ହୋଇଛନ୍ତି ବୋଲି ଆଜି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ।

ଏକ ଠକେଇ ମାମଲାରେ ସେ ଫେରାର ହୋଇଯାଇଛନ୍ତି ବୋଲି ଦାମ ଗତକାଲି କହିଥିବା ବେଳେ ଆଜି ତାଙ୍କୁ ଜୋରଦାର ଆକ୍ରମଣ କରି ବାପି ଆଣିଛନ୍ତି ଏହି ଅଭିଯୋଗ।

ସେ ଅଭିଯୋଗ କରିଛନ୍ତି,“ସିବିଆଇ ହାଇକୋର୍ଟରେ ଦେଇଥିବା ସତ୍ୟପାଠରୁ ପ୍ରମାଣିତ ହେଉଛି ଯେ ଦାମ ଓ ତାଙ୍କ ପରିବାର ଚିଟ୍‌ଫଣ୍ଡ୍ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସ୍‌ନାଲ୍ ଦ୍ୱାରା ଅନୁଗୃହୀତ ହୋଇଛନ୍ତି। ଦାମଙ୍କ ଝିଅ ଆସ୍ଥା ପାଖରୁ ୨୦ ଲକ୍ଷ ଟଙ୍କା ଆଣିଛନ୍ତି। ସେହିଭଳି ତାଙ୍କ ପୁଅ ସଂସ୍ଥାର ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ଠାରୁ ଅଡି କାର୍ ନେଇଛନ୍ତି। ତାଙ୍କ ପୁଅ ତ କିଛି କରନ୍ତି ନାହିଁ। ସେ କେମିତି ଦେଢ଼ କୋଟି ଟଙ୍କାର କାର୍ ଚଢ଼ୁଛନ୍ତି?”

ଆସ୍ଥାର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ମାଆଙ୍କୁ ଜିଲ୍ଲା ପରିଷଦ ଟିକେଟ୍ ଦେଇ ଦାମ କେତେ ଟଙ୍କା ନେଇଛନ୍ତି ବୋଲି ବି ପ୍ରଶ୍ନ କରିଛନ୍ତି ବାପି ସର୍ଖେଲ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମଦ ବ୍ୟବସାୟୀଙ୍କଠାରୁ ଦାମ ଅନୁଗୃହୀତ ହୋଇଛନ୍ତି।

ସେ କହିଛନ୍ତି,“ଦାମ ବାବୁ ଅବକାରୀ ମନ୍ତ୍ରୀ ହେବା ପରେ ଏକ ବିଜ୍ଞପ୍ତି ଜାରି କଲେ ଯେ ରାତି ୧୦ଟା ସୁଦ୍ଧା ସବୁ ମଦ ଦୋକାନ ଓ ବାର୍ ବନ୍ଦ ହେବ। କିନ୍ତୁ ଦୁଇ ତିନି ମାସ ପରେ ସେ ଆଉ ଏକ ବିଜ୍ଞପ୍ତି ଜାରି କରି କହିଲେ ଯେ ୧୧ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ। ଏହି ଦୁଇ ତିନି ମାସ ମଧ୍ୟରେ ସେ ସାରା ରାଜ୍ୟର ମଦ ଦୋକାନୀଙ୍କଠାରୁ ପ୍ରାୟ ୧୮ରୁ ୨୦ କୋଟି ଟଙ୍କା ଦାମ ବାବୁ ଆଦାୟ କରିଛନ୍ତି। ତା’ପରେ ନିୟମ ବଦଳାଇ ଦେଇଥିଲେ।”

ଅନ୍ୟପକ୍ଷରେ ଦାମ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,“ ମୁଁ ସେ ଅଞ୍ଚଳ (ପାରାଦୀପ)ର ଲୋକ। ସେଇଠି ମୋର ଜନ୍ମ। ସେଇଠି ପାଠପଢ଼ିଛି। ସେଇଠି ରାଜନୀତି କରୁଛି। ମୁଁ କେଉଁ ଚ୍ୟାନେଲ୍‌ରୁ ଟଙ୍କା ଆଣୁଛି କି ନାହିଁ ଲୋକେ ଠିକ୍ ଜାଣିଛନ୍ତି। ତାର (ବାପି ସର୍ଖେଲ) ଠିକଣା ଜଣା ନାହିଁ। ବାଂଲାଦେଶ କି ପଶ୍ଚିମବଙ୍ଗଳାରୁ ଆସିଛି। ଆଗେ ପାରାଦୀପରେ ଏକ କମ୍ପାନୀରେ ସୁପରଭାଇଜର୍ କାମ କରୁଥିଲା। ବାଇଶ ଶହ ଟଙ୍କା ଦରମା ପାଉଥିଲା। ଏବେ ସେ କୋଟି କୋଟି ଟଙ୍କାର ମାଲିକ। ସେ କେଉଁଠାରୁ ଟଙ୍କା ଆଣୁଛି, ତା’ ଠିକଣା କ’ଣ ଲୋକେ ଜାଣି ନାହାନ୍ତି।”

ଗତକାଲି ଦାମ କହିଥିଲେ ଯେ ବାପି ସାର୍ଖେଲ ଜଣେ ନାମାଜାଦା ଗୁଣ୍ଡା ଓ ଅପରାଧୀ। ଗୋଟିଏ ଜାଗାରେ ବାପି କୋଟିଏ ଟଙ୍କାର ଠକେଇ କରିଛନ୍ତି। କୋଲକାତାରୁ ତାଙ୍କ ନାଁରେ ୱାରେଣ୍ଟ ଆସିଛି। ୱାରେଣ୍ଟ ପରେ ତାଙ୍କର ଜଣେ ଗେରେଣ୍ଟର  ଗିରଫ ହୋଇ ଝାରପଡ଼ା ଜେଲରେ ଅଛି। ବାପି ଏବେ ଫେରାର ହୋଇଯାଇଛନ୍ତି।  ପୋଲିସ୍ ଜାଣତରେ ବାପି  ଫେରାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story