ବରଗଡ଼, ଢେଙ୍କାନାଳ କେନ୍ଦୁଝରରେ ୩ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବରଗଡ଼/ଢେଙ୍କାନାଳ/କେନ୍ଦୁଝର: ରାଜ୍ୟରେ ଆଜି ପୁଣି ୩ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ବରଗଡ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ । ଫସଲହାନୀ ଓ ଋଣଭାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଲେ ଭଟଲୀ ବ୍ଲକ୍ ସିରାବାହାଲ ଗାଁର ପବିତ୍ର ବରିହା। ଋଣ ଭାର ସୁଝି ନ ପାରି ପବିତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା […]

baragada

baragada

Rakesh Mallick
  • Published: Monday, 26 October 2015
  • Updated: 26 October 2015, 03:05 PM IST

Sports

Latest News

[caption id="attachment_42016" align="aligncenter" width="500"]ବରଗଡ ଜିଲ୍ଲା ଭଟଲି ବ୍ଲକ ସିରାବାହାଲ ଗାଁର ମୃତ ଚାଷୀ ପବିତ୍ର ବରିହା (ବରଗଡ ଜିଲ୍ଲା ଭଟଲି ବ୍ଲକ ସିରାବାହାଲ ଗାଁର ମୃତ ଚାଷୀ ପବିତ୍ର ବରିହା)[/caption]

ବରଗଡ଼/ଢେଙ୍କାନାଳ/କେନ୍ଦୁଝର: ରାଜ୍ୟରେ ଆଜି ପୁଣି ୩ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ବରଗଡ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ । ଫସଲହାନୀ ଓ ଋଣଭାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଲେ ଭଟଲୀ ବ୍ଲକ୍ ସିରାବାହାଲ ଗାଁର ପବିତ୍ର ବରିହା। ଋଣ ଭାର ସୁଝି ନ ପାରି ପବିତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପବିତ୍ର ରବିବାର ରାତିରେ ବିଷ ପିଇଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପବିତ୍ର ୮ ଏକର ଜମିରେ ଧାନ ଓ ୩ ଏକର ଜମିରେ ପରିବା ଚାଷ କରିଥିଲେ। ଏଥିପାଇଁ ଷ୍ଟେଟ୍ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ଋଣ କରିଥିଲେ। ଏହାସହ ୫୦ ହଜାର ଟଙ୍କା ହାତ ଉଧାରି ଆଣିଥିଲେ। ବର୍ଷା ଅଭାବରୁ ଫସଲ ସବୁ ନଷ୍ଟ ହୋଇଯାଇଥିଲା । ଏଥିପାଇଁ ସେ କିଛିଦିନ ହେବ ଚିନ୍ତାରେ ଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

[caption id="attachment_42017" align="aligncenter" width="500"]denkanal chasi (ଢେଙ୍କାନାଳ ସଦର ସାଙ୍କୁଲେଇର ମୃତ ଚାଷୀ ବାଇଧର ପ୍ରଧାନ)[/caption]

ସେହିପରି ଢେଙ୍କାନାଳ ସଦର ସାଙ୍କୁଲେଇରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣଙ୍କ ହେଲେ ବାଇଧର ପ୍ରଧାନ । ଫସଲହାନୀ ଯୋଗୁ ବାଇଧର ଚିନ୍ତିତ ହୋଇପଡିଥିଲେ । ଚାଷ ଲାଗି କରିଥିବା କରିଥିବା ଋଣ କିପରି ସୁଝିବେ ସେହି କଥା ସବୁବେଳେ ଭାବୁ ଥିଲେ । ଏପରି ସ୍ଥିତିରେ ଗତକାଲି ମାନସିକ ଭାରସାମ୍ୟ ହରାଇ ବାଇଧର ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟଉ ଘଟିଛି ।

[caption id="attachment_42018" align="aligncenter" width="500"]kendujhar (କେନ୍ଦୁଝର ସଦର ଥାନା ଟିକରପଡା ଗାଁର ମୃତ ଚାଷୀ ଶତ୍ରୁଘ୍ନ ବେହେରା)[/caption]

କେନ୍ଦୁଝର ସଦର ଥାନା ନିକଟ ଟିକରପଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ହେଲେ ଶତ୍ରୁଘ୍ନ ବେହେରା । ଚାଷ ପାଇଁ ଏସକେଏସ୍ ଗ୍ରୁପରୁ  ୨୭ ହଜାର, ବ୍ୟାଙ୍କ ଅଫ ଇଣ୍ଡିଆରୁ ୩୦ ହଜାର ଓ ଗ୍ରାମ୍ୟ ବ୍ୟାଙ୍କ ମହାବୀରଯୋଡାରୁ ୩୦ ହଜାର ଟଙ୍କ। ଋଣ କରିଥିଲେ । ସେ ୨ ଏକର ଜମିରେ ପନିପରିବା ଓ ଅନ୍ୟ ୨ ଏକର ଜମିରେ ଧାନ ଚାଷ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ ମାନସିକ ଭାରସାମ୍ୟ ହରାଇ ଶତ୍ରୁଘ୍ନ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବଢୁଥିବା ଚାଷୀ ଆତ୍ମହତ୍ୟା ଅଭିଯୋଗ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ରାଜ୍ୟରେ ୨୦ରୁ ୨୫ଜଣ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ଆସିଛି। ମାତ୍ର ତଦନ୍ତ ରିପୋର୍ଟ ଆସି ନ ଥିବାରୁ ବିଭାଗ ପାଖରେ ଏ ନେଇ କୌଣସି ସ୍ପଷ୍ଟ ତଥ୍ୟ ନ ଥିବା ସେ କହିଛନ୍ତି । ଏପଟେ ଚାଷୀ ଆତ୍ମହତ୍ୟା ପ୍ରତିବାଦରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ଆସନ୍ତା ୯ ତାରିଖରେ ୧୧ ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story