ବାରିପଦାରୁ ଦ୍ୱିତୀୟ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ପାଇଁ ଅବଶିଷ୍ଟ ୧୬ ଟି ଜିଲ୍ଲାରେ ଆଜିଠାରୁ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ବାରିପଦାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ବାରିପଦାରେ ପହଞ୍ଚିବା ଏହାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୫୨ ଲକ୍ଷ ୮୮ […]

cm

cm

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 03:01 PM IST

Sports

Latest News

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ପାଇଁ ଅବଶିଷ୍ଟ ୧୬ ଟି ଜିଲ୍ଲାରେ ଆଜିଠାରୁ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ବାରିପଦାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ବାରିପଦାରେ ପହଞ୍ଚିବା ଏହାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୫୨ ଲକ୍ଷ ୮୮ ହଜାର ୬୮୧ ପରିବାରର ୨ କୋଟି ୧ ଲକ୍ଷ ୭୯ ହଜାର ୬୦୫ ହିତାଧିକାରୀ ଉପକୃତ ହେବେ।
ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେବାକୁ ଥିବା ୧୪ଟି ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲାରେ କାର୍ଡ ବଣ୍ଟା ସରିନି। ତେଣୁ ଆସନ୍ତା ପହିଲାରୁ ଏସବୁ ଜିଲ୍ଲାର ହିତାଧିକାରୀଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଣ ସମ୍ଭବ ହେବ ନାହିଁ। ତେବେ ୧୬ରୁ ୨୧ ତାରିଖ ମଧ୍ୟରେ ଏହି ୧୪ ଜିଲ୍ଲାର ୨୬ ଲକ୍ଷ ୪୦ ହଜାର ହିତାଧିକାରୀ ଖାଦ୍ୟ ଶସ୍ୟ ପାଇବେ ବୋଲି ଯୋଗାଣ ସଚିବ କହିଛନ୍ତି।

ଅନ୍ୟପକ୍ଷରେ ହିତାଧିକାରୀ ଚୟନରେ ଅନିୟମିତତା ନେଇ ଅଭିଯୋଗ ବଢିବାରେ ଲାଗିଛି। ଦୁଇ ଦିନ ତଳେ ଅନୁଗୁଳ ଧୋକଟାରେ ଯୋଜନାରୁ ବାଦ୍ ପଡିଥିବା କିଛି ଆବେଦନକାରୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟଣାଓଟରା କରିଥିଲେ। ସମାନ ଅଭିଯୋଗ ନେଇ ଆଜି ବାଲେଶ୍ୱରରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି। ଦଳୀୟ କର୍ମୀ ସେଠାକୁ କାର୍ଡ ବାଣ୍ଟିବା ପାଇଁ ଯାଇଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ କଳାପତାକା ଦେଖାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା।sora-birodhକେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଆବେଦନକାରୀ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିବା ବେଳେ ବଲାଙ୍ଗିର ଦେଓଗାଁରେ ରାସ୍ତାରୋକ କରିଥିଲେ। ସେହିପରି କାମାକ୍ଷାନଗର, ସୋର ଓ ବ୍ରହ୍ମଗିରିରେ ମଧ୍ୟ ବାଦ୍ ପଡ଼ିଥିବା ଆବେଦନକାରୀ ଆନ୍ଦୋଳନ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଆଳି ବ୍ଲକରେ ଅନେକ ଯୋଗ୍ୟ ଆବେଦନକାରୀଙ୍କୁ ବାଦ୍ ଦିଆଯିବା ସହ ସ୍ୱଚ୍ଛଳ ବର୍ଗ ଲୋକଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ଆସିଛି।

ତେବେ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରତର ଭାବେ ନେଇଛନ୍ତି। ଏଭଳି ଅଭିଯୋଗର ୧୫ ଦିନ ମଧ୍ୟରେ ତଦନ୍ତ କରି ଯୋଗ୍ୟ ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରିବା ସହ ଅନିୟମିତତାରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story