ନବୀନଙ୍କୁ ମୋଦିଙ୍କ ପ୍ରଶଂସା ପରେ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ବିମୁଦ୍ରାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତକାଲି ବିଜେପି ସଂସଦୀୟ ଦଳୀୟ ବୈଠକରେ ପ୍ରଶଂସା କରିଥିଲେ। ମୋଦି କହିଥିଲେ ଯେ ବୈଚାରିକ ମତଭେଦ ଥାଇ ମଧ୍ୟ କିଛି ଦେଶହିତ ଦୃଷ୍ଟିରୁ ବିମୁଦ୍ରାକରଣକୁ ସମର୍ଥନ କରିଥିଲେ। ଏଥିରେ ସେ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇଥିଲେ। କିଛିଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ […]

naveen-and-modi

naveen-and-modi

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 07:32 PM IST

Sports

Latest News

naveen-and-modiଭୁବନେଶ୍ୱର: ବିମୁଦ୍ରାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତକାଲି ବିଜେପି ସଂସଦୀୟ ଦଳୀୟ ବୈଠକରେ ପ୍ରଶଂସା କରିଥିଲେ। ମୋଦି କହିଥିଲେ ଯେ ବୈଚାରିକ ମତଭେଦ ଥାଇ ମଧ୍ୟ କିଛି ଦେଶହିତ ଦୃଷ୍ଟିରୁ ବିମୁଦ୍ରାକରଣକୁ ସମର୍ଥନ କରିଥିଲେ। ଏଥିରେ ସେ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇଥିଲେ। କିଛିଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାର ଲାଗିଛି। ଆଗାମୀ ଦିନରେ ରାଜ୍ୟରେ ବିଜେପି ଓ ବିଜେଡି ମିଶି ନିର୍ବାଚନ ଲଢିବେ ବୋଲି କଂଗ୍ରେସ କହିଛନ୍ତି। ତେବେ ଏପରି ସମ୍ଭାବନାକୁ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି।

କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି, ବିଜେପି-ବିଜେଡି ଆଗକୁ ମିଶି ନିର୍ବାଚନ ଲଢିବାକୁ ଯାଉଛନ୍ତି। ବିରୋଧୀ ଦଳ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି,“ବିଜେପି, ବିଜେଡି ଦୁଇ ସଉତୁଣୀ। ଏମାନେ ଆଗରୁ ମିଶିକି ଥିଲେ,ଏବେ ବି ମିଶିକି ଅଛନ୍ତି। ଆସନ୍ତା ଦିନରେ ମଧ୍ୟ ମିଶିକି ରହିବେ, ଏଥିରେ କିଛି ଅସୁବିଧା ନାହିଁ।”

ତେବେ ବିଜେଡି ଓ ବିଜେପି ମଧ୍ୟରେ ଆଗକୁ କୌଣସି ଗଠବନ୍ଧନ ହେବାର ସମ୍ଭାବନା ନ ଥିବା ଉଭୟ ଦଳ ପକ୍ଷରୁ କୁହାଯାଇଛି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ମୋଦି ଯେଉଁ ଆଧାରରେ ପ୍ରଶଂସା କରିଛନ୍ତି ଆପତ୍ତି ନାହିଁ। କେବଳ ପ୍ରଧାନମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କରି ନାହାନ୍ତି, ଅନ୍ୟମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ବିମୁଦ୍ରାକରଣଙ୍କୁ ସମର୍ଥନ ଜଣାଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।”

ସେ ଆହୁରି କହିଛନ୍ତି,“ଓଡ଼ିଶାରେ ଅମିତ ଶାହା ଉଠାଇଥିବା ପ୍ରସଙ୍ଗ ଖାରଜ ହୋଇନାହିଁ। କଳାଧନ ବିରୋଧରେ ଲଢ଼େଇ ସହ ରାଜନୀତିକୁ ଯୋଡ଼ା ଯାଉଛି। ଏହାର ଅର୍ଥ ନୁହେଁ ବିଜେଡି-ବିଜେପି ଗଠବନ୍ଧନ ହେବ।”

ସେ କହିଛନ୍ତି,“ରାଜ୍ୟରେ ରାଜନୈତିକ ସମୀକରଣର ସମ୍ଭାବନା ନାହିଁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ରାଜ୍ୟ ଓ ଦେଶର ହିତ ପାଇଁ ମୁଖ୍ୟମନ୍ତ୍ରୀ ନୀତିଗତ ନିଷ୍ପତ୍ତି ନିଅନ୍ତି। ବିମୁଦ୍ରାକରଣ କ୍ଷେତ୍ରରେ ସେଭଳି ନିଷ୍ପତ୍ତି ଯୋଗୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାକୁ ବିଜେଡି ଓ ବିଜେପି ସଂପର୍କ ବୋଲି ଭାବିବା ଠିକ୍‌ ନୁହେଁ। ସାଧାରଣ ନିର୍ବାଚନକୁ ଆହୁରି ଅଢ଼େଇ ବର୍ଷ ରହିଲାଣି। ଏବେଠାରୁ ସମୀକରଣ କଥା କହିବା ଠିକ୍‌ ନୁହେଁ।”

ନିକଟରେ ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ଭିନ୍ନ ଭିନ୍ନ ପ୍ରସଙ୍ଗରେ ନବୀନ ସରକାରର ତାରିଫ କରିଥିଲେ। କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସି ତାଙ୍କ ଅଭିଭାଷଣରେ ନବୀନ ସରକାର ଉପରେ ବର୍ଷିଥିଲେ। ଏହାକୁ ନେଇ ବିଜେପିରେ ଦ୍ୱନ୍ଦ ଦେଖା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story