ବ୍ରହ୍ମପୁର: ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡ ଟାମଣା ଘାଟି ଠାରେ ପୁଲିସ୍ ଏନ୍‌କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ତା’ ନାଁ ସୁବାସ ଚନ୍ଦ୍ର ନାୟକ ଓରଫ ଆଣ୍ଡାଲା। ତା’ ଘର ବ୍ରହ୍ମପୁର ମୋଚି ସାହିରେ। ଆକ୍ରମଣ,ହତ୍ୟା ଉଦ୍ୟମ, ବୋମା ମାଡ଼ ଓ ଚୋରି ଭଳି ୧୮ରୁ ଊର୍ଦ୍ଧ୍ୱ ମାମଲାରେ ସୁବାସର ସଂପୃକ୍ତି ରହିଛି। ସେ ପୋଲିସ୍‌ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା। ସୁବାସ ତା’ର ଜଣେ ସହଯୋଗୀ ସହ ମୋଟର ସାଇକେଲ ଯୋଗେ ଗୋଳନ୍ଥରା ଥାନା […]

police

police

Rakesh Mallick
  • Published: Monday, 23 May 2016
  • Updated: 23 May 2016, 10:23 AM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡ ଟାମଣା ଘାଟି ଠାରେ ପୁଲିସ୍ ଏନ୍‌କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ତା’ ନାଁ ସୁବାସ ଚନ୍ଦ୍ର ନାୟକ ଓରଫ ଆଣ୍ଡାଲା। ତା’ ଘର ବ୍ରହ୍ମପୁର ମୋଚି ସାହିରେ। ଆକ୍ରମଣ,ହତ୍ୟା ଉଦ୍ୟମ, ବୋମା ମାଡ଼ ଓ ଚୋରି ଭଳି ୧୮ରୁ ଊର୍ଦ୍ଧ୍ୱ ମାମଲାରେ ସୁବାସର ସଂପୃକ୍ତି ରହିଛି। ସେ ପୋଲିସ୍‌ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା।

ସୁବାସ ତା’ର ଜଣେ ସହଯୋଗୀ ସହ ମୋଟର ସାଇକେଲ ଯୋଗେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘାଟି ଦେଇ ଯାଉଥିବା ସଂପର୍କରେ ଖବର ପାଇବା ପରେ ଟାଉନ୍ ଥାନା ଓ ଗୋଷାଣିନୂଆଗାଁ ଥାନା ପୁଲିସ ସେଠାରେ ଛକି ରହିଥିଲେ। ଆଜି ସକାଳେ ତାକୁ ଅଟକାଇବାରୁ ପ୍ରଥମେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ୍ ପାଲଟା ଗୁଳି କରିଥିଲା।  ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ତା’ ନିକଟରୁ ପିସ୍ତଲ ଓ ଗୁଳି ଜବତ କରିଛି। ତେବେ ତା’ର ସହଯୋଗୀ ଫେରାର୍ ହୋଇଯାଇଛି ବୋଲି ଅତିରିକ୍ତ ଏସପି ତ୍ରିନାଥ ପଟେଲ୍  ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପୋଲିସ୍ ଏନ୍‌କାଉଣ୍ଟରରେ ୬ ଜଣ ଅପରାଧୀ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos