ଭବାନୀପାଟଣା: ଦାନଙ୍କ ବିରୋଧରେ ପତ୍ନୀ ହତ୍ୟା ଅଭିଯୋଗ ଆଣିଲେ ଜିଲ୍ଲାପାଳ

ଭବାନୀପାଟଣା: ଅର୍ଥାଭାବରୁ କାନ୍ଧରେ ପତ୍ନୀର ଶବ ବୋହିବା ଦାନ ମାଝିଙ୍କ ପାଇଁ ମହଙ୍ଗା ପଡିଛି। ଗୋଟିଏ ପରେ ଗୋଟିଏ ସମସ୍ୟା ସାମ୍ନା କରିବାକୁ ପଡୁଛି ତାଙ୍କୁ। ପ୍ରଥମେ ଦାନଙ୍କ ମୁଣ୍ଡରେ ସବୁ ଦୋଷ ଲଦି ଖସି ଯିବାକୁ ବସିଥିବା ପ୍ରଶାସନ ଆଜି ତାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିବା ଦାନ କହିଛନ୍ତି। ଦାନ କହିଛନ୍ତି, “ଗତକାଲି ଜିଲ୍ଲାପାଳ ମୋତେ ଧମକ ଦେଇଛନ୍ତି। ତୁ କାହାକୁ ନ ଜଣାଇ ପତ୍ନୀର ଶବ କାହିଁକି ନେଲୁ ବୋଲି ଜିଲ୍ଲାପାଳ […]

bhabanipatana

bhabanipatana

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 09:23 PM IST

Sports

Latest News

bhabanipatanaଭବାନୀପାଟଣା: ଅର୍ଥାଭାବରୁ କାନ୍ଧରେ ପତ୍ନୀର ଶବ ବୋହିବା ଦାନ ମାଝିଙ୍କ ପାଇଁ ମହଙ୍ଗା ପଡିଛି। ଗୋଟିଏ ପରେ ଗୋଟିଏ ସମସ୍ୟା ସାମ୍ନା କରିବାକୁ ପଡୁଛି ତାଙ୍କୁ। ପ୍ରଥମେ ଦାନଙ୍କ ମୁଣ୍ଡରେ ସବୁ ଦୋଷ ଲଦି ଖସି ଯିବାକୁ ବସିଥିବା ପ୍ରଶାସନ ଆଜି ତାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିବା ଦାନ କହିଛନ୍ତି। ଦାନ କହିଛନ୍ତି, “ଗତକାଲି ଜିଲ୍ଲାପାଳ ମୋତେ ଧମକ ଦେଇଛନ୍ତି। ତୁ କାହାକୁ ନ ଜଣାଇ ପତ୍ନୀର ଶବ କାହିଁକି ନେଲୁ ବୋଲି ଜିଲ୍ଲାପାଳ ମୋତେ ପ୍ରଶ୍ନ କରିଥିଲେ। ତୁ ତୋ ପତ୍ନୀକୁ ମାରି ଦେଇନାହୁଁ ତ ବୋଲି ସେ (ଜିଲ୍ଲାପାଳ) ମୋତେ ପ୍ରଶ୍ନ କରିଥିଲେ।”

ଦାନଙ୍କ ଏ ଅଭିଯୋଗ ଯଦି ସତ ହୋଇଥାଏ ତେବେ ଏହା ସାଂଘାତିକ। ଏହା ପୁଣି ଜିଲ୍ଲା ମୁଖ୍ୟଙ୍କ ଉପରେ। ଏହି ଘଟଣା ବିଶ୍ୱବ୍ୟାପୀ ନିନ୍ଦିତ ହେବା ପରେ ପ୍ରଶାସନକୁ ବିଚଳିତ କରି ଦେଇଛି। ନିଜର ଅପାରଗତାକୁ ଲୁଚାଇବାକୁ ଦାନଙ୍କୁ ଏପରି ପ୍ରଶ୍ନ କରି ମାନସିକ ଆଘାତ ଦିଆଯାଉଥିବା ଅଭିଯୋଗ ହେଉଛି।

ଅର୍ଥାଭାବରୁ ପତ୍ନୀର ଶବକୁ ୧୦ କି.ମି. କାନ୍ଧରେ ବୋହିଥିବା ଦାନଙ୍କ ପାଖରେ ପ୍ରଶାସନିକ ସହାୟତା କେତେ ପହଞ୍ଚିଛି? ସେ କେମିତି ଜୀବନ ଜିଉଁଛନ୍ତି ଜାଣିବାକୁ ଆଜି ଓଟିଭିର ସ୍ଥାନୀୟ ପ୍ରତିନିଧି ତାଙ୍କ ଗାଁକୁ ଯାଇଥିବା ବେଳେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦାନ।

ଦାନ କହିଛନ୍ତି, “କ’ଣ ଅସୁବିଧା ହୋଇଥିଲା ବୋଲି ଜିଲ୍ଲାପାଳ ପଚାରିବାରୁ ମୁଁ କହିଲି ପତ୍ନୀ ମରିଯିବାରୁ ମୁଁ ନେଇ ଆସିଲି। ଏହାପରେ ସେ ମୋତେ ପ୍ରଶ୍ନ କରିଥିଲେ କାହିଁକି ମାରିଦେଲୁ ? ମୁଁ ମାରିଥିଲେ ଏତେ ଦୂର କାନ୍ଧରେ ବୋହି କି ନେଇ ନ ଥାନ୍ତି ବୋଲି କହିଥିଲି। ଯଦି ମାରିଥାନ୍ତି କେଉଁଠି ଫାଙ୍କା ଜାଗା ଦେଖି ରାସ୍ତା କଡରେ ଫିଙ୍ଗି ଚାଲି ଯାଇଥାନ୍ତି ବୋଲି ଉତ୍ତର ଦେଇଥିଲି।”

ଦାନଙ୍କ ଏପରି ଅଭିଯୋଗକୁ ଜିଲ୍ଲାପାଳ ଡି. ବୃନ୍ଦା ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, “ସେ ଦିନର ଘଟଣା ଜାଣିବାକୁ କ’ଣ ସବୁ ହୋଇଥିଲା ପଚାରି ଥିଲି। ଉପଜିଲ୍ଲାପାଳ ତଦନ୍ତ କରିଛନ୍ତି। ତାଙ୍କ ରିପୋର୍ଟକୁ ଆଧାର କରି ଆମେ ପଦକ୍ଷେପ ନେଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story