ଭାଗଚାଷୀଙ୍କ ପାଇଁ ସରକାର ଆଣିବେ ନୂଆ ଆଇନ୍‌

ଭୁବନେଶ୍ୱର: ରାଜ୍ୟରେ ଭାଗଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଓ ସେମାନଙ୍କୁ ତାଙ୍କ ଅଧିକାର ପ୍ରଦାନ ପାଇଁ ରାଜ୍ୟ ସରକାର ନୂଆ ଆଇନ୍‌ (ଓଡ଼ିଶା ଲ୍ୟାଣ୍ଡ ଲିଜିଂ ଆକ୍ଟ) ଆଣିବାକୁ ଯାଉଛନ୍ତି। ଏ ନେଇ ସଚିବାଳୟରେ ଆଜି ଏକ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇ କହିଛନ୍ତି, “ଏହି ଆଇନ୍‌ କାର୍ଯ୍ୟକାରୀ କରିବାକୁ ତହସିଲଦାରମାନଙ୍କ ଜରିଆରେ ଉଭୟ ଜମି ମାଲିକ ଓ ଭାଗଚାଷୀଙ୍କ ମତ ନିଆଯିବ। ୩ ସପ୍ତାହ […]

bijayashree

bijayashree

Rakesh Mallick
  • Published: Monday, 25 April 2016
  • Updated: 25 April 2016, 11:31 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଭାଗଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଓ ସେମାନଙ୍କୁ ତାଙ୍କ ଅଧିକାର ପ୍ରଦାନ ପାଇଁ ରାଜ୍ୟ ସରକାର ନୂଆ ଆଇନ୍‌ (ଓଡ଼ିଶା ଲ୍ୟାଣ୍ଡ ଲିଜିଂ ଆକ୍ଟ) ଆଣିବାକୁ ଯାଉଛନ୍ତି। ଏ ନେଇ ସଚିବାଳୟରେ ଆଜି ଏକ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି।

ବୈଠକ ପରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇ କହିଛନ୍ତି, “ଏହି ଆଇନ୍‌ କାର୍ଯ୍ୟକାରୀ କରିବାକୁ ତହସିଲଦାରମାନଙ୍କ ଜରିଆରେ ଉଭୟ ଜମି ମାଲିକ ଓ ଭାଗଚାଷୀଙ୍କ ମତ ନିଆଯିବ। ୩ ସପ୍ତାହ ମଧ୍ୟରେ ତହସିଲଦାରମାନେ ଏହି ମତ ସଂଗ୍ରହ କରି ତାଙ୍କ ରିପୋର୍ଟ ଦେବେ, ଏହା ପରେ ଆଇନ୍‌ ପ୍ରଣୟନ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ଆବଶ୍ୟକ ହେଲେ ପୁରୁଣା ଆଇନ୍‌ରେ ସଂଶୋଧନ କରାଯିବ। ଏହାଦ୍ୱାରା ଭାଗଚାଷୀ ସବୁ ପ୍ରକାର ସରକାରୀ ସୁବିଧା ପାଇ ପାରିବେ।”

ମନ୍ତ୍ରୀ ରାଉତରାୟ କହିଛନ୍ତି, “କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ସରକାର ଯୋଗାଇ ଦେଉଥିବା କ୍ଷତିପୂରଣ ଜମି ମାଲିକମାନଙ୍କ ପାଖକୁ ଯାଉଛି। ଭାଗଚାଷୀ ଏହାର ଲାଭ ପାଉନାହାନ୍ତି। ତେଣୁ ଭାଗଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆମ ସରକାର ଓଡ଼ିଶା ଲ୍ୟାଣ୍ଡ ଲିଜିଂ ଆକ୍ଟ (ପରବର୍ତ୍ତି ସମୟରେ ଏହି ଆକ୍ଟର ନାମ ବଦଳା ଯାଇ ପାରେ) ଆଣିବାକୁ ଯାଉଛି। ଏହି ଆଇନ ବଳରେ ବ୍ୟାଙ୍କରୁ ଋଣ ନେବା ସହ ସରକାର ଦେଉଥିବା ସବୁ ସୁବିଧା ଜଣେ ଭାଗଚାଷୀ ପାଇ ପାରିବେ।”

ସେ କହିଛନ୍ତି, “ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଏ ନେଇ ଆଲୋଚନା ହୋଇଛି। ବିନା କୌଣସି ସମସ୍ୟାରେ ଏହି ଆଇନ୍‌ କିପରି ଅଣାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ନୀତି ଆୟୋଗ ଏକ ମଡେଲ ଆକ୍ଟ ଦେଇଛନ୍ତି। ଏହି ଆକ୍ଟ ଆମ ଲୋକଙ୍କୁ କିପରି ସୁହାଇବ, ଏଥିରେ କିଛି ପରିବର୍ତ୍ତନ କରାଯିବାର ଆବଶ୍ୟକତା ଅଛି କି ନାହିଁ, ଜାଣିବାକୁ ଆମେ ଜନମତ ନେବାକୁ ଚାହୁଁଛୁ, ଏଥିପାଇଁ ଏକ ଫର୍ମାଟ ପ୍ରସ୍ତୁତ କରାଯିବ। ଏହି ଫର୍ମାଟକୁ ପ୍ରତି ଜିଲ୍ଲାର ପ୍ରାୟ ୩୦ ଜଣ ତହସିଲଦାରଙ୍କ ପାଖକୁ ପଠାଯିବ। ସମ୍ପୃକ୍ତ ତହସିଲଦାରମାନେ ଅତି କମରେ ୫୦ ଜଣ ଚାଷୀ (ଜମି ମାଲିକ ଓ ଭାଗଚାଷୀ)ଙ୍କ ମତ ସଂଗ୍ରହ କରି ତାହାକୁ ତର୍ଜମା କରିବା ପରେ ୩ ସପ୍ତାହ ମଧ୍ୟରେ ତାଙ୍କ ରିପୋର୍ଟ ଦେବେ। ଉକ୍ତ ରିପୋର୍ଟକୁ ତର୍ଜମା କରାଯିବା ପରେ ପୁଣି ଏକ ମନ୍ତ୍ରୀସ୍ତରୀୟ ବୈଠକ ବସି ଆଇନ୍‌ ପ୍ରସ୍ତୁତ କରାଯିବ।”

ମନ୍ତ୍ରୀ କହିଛନ୍ତି, “ପୂର୍ବରୁ ଥିବା ଓଏଲ୍‌ଆର୍‌ ଆକ୍ଟକୁ ସଂଶୋଧନ କରାଯିବ କି ସମ୍ପୂର୍ଣ୍ଣ ନୂଆ ଆଇନ୍‌ ଆଣାଯିବ ସେ ବିଷୟରେ ଚିନ୍ତା କରାଯାଉଛି। ନୂଆ ଆଇନ୍‌ ଆଣିଲେ ଏହାକୁ କାର୍ଯ୍ୟକାରୀ କରିବାକୁ ସୁବିଧା ହେବ। ଆନ୍ଧ୍ରପ୍ରଦେଶରେ ଚାଷୀଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ୍‌ର ତର୍ଜମା କରିବାକୁ ଯାଇଥିବା ଅଧିକାରୀଙ୍କ ରିପୋର୍ଟ ଆସିଛି। ତାହାକୁ ମଧ୍ୟ ତର୍ଜମା କରାଯାଉଛି। ଆମ ଚାଷୀଙ୍କ ସୁବିଧା ହେଲା ଭଳି କିଛି ଥିଲେ ତାହାକୁ ମଧ୍ୟ ନୂଆ ଆଇନ୍‌ର ପରିସରଭୁକ୍ତ କରାଯିବ।”

ଆଇନ୍‌ରେ ଉଭୟ ଜମି ମାଲିକ ଓ ଚାଷୀଙ୍କ ମଧ୍ୟରେ କିପରି ସମନ୍ୱୟ ରହିବ ତାହା ଉପରେ ଗୁରୁତ୍ୱ ଦେଉଛୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏପରି ଆଇନ୍‌ ଅଣାଯିବ ଯେଉଁଥିରେ ଜମି ମାଲିକ ମନରେ ନିଜ ଜମି ଚାଲିଯିବାର ଭୟ ରହିବ ନାହିଁ। ଜମି ମାଲିକ ଜାଣିବ ତା’ ଜମି ତା’ର, ଏ ଯେଉଁ ଆଇନ୍‌ ହୋଇଛି ଏହାଦ୍ୱାରା ତା’ ଜମି ଚାଷ କରିଥିବା ବ୍ୟକ୍ତି ଜଣଙ୍କ କିଛି ସୁବିଧା ପାଇପାରିବ। ଏପରି ଭାବେ ଜମି ମାଲିକ ଓ ଭାଗଚାଷୀଙ୍କ ମଧ୍ୟରେ ସମନ୍ୱୟ ରଖି ଆଇନ୍‌ ଆଣିବାକୁ ଚେଷ୍ଟା କରୁଛୁ। ଏହାଦ୍ୱାରା ଉଭୟ ଲାଭବାନ ହେବେ ଓ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story