ହରତାଳ ବେଳେ ବିଜେପି ଗାଡ଼ି ଭାଙ୍ଗିଲେ ବିଜେଡି କର୍ମୀ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ସାରା ରାଜ୍ୟରେ ହରତାଳ କରିଛି। ସକାଳେ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ହରତାଳ କରାଯାଇଥିଲା। ହରତାଳ ବେଳେ ଭୁବନେଶ୍ୱରର ଏଜି ଛକରେ ଏକ ଗାଡ଼ିକୁ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।  ଭଙ୍ଗା ଯାଇଥିବା ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖିବାକୁ ମିଳିଥିଲା।  କିଛି ବ୍ୟକ୍ତି ଗାଡ଼ିର କାଚ ଭାଙ୍ଗିବା ସହ ଗାଡ଼ି ଉପରେ ଚଢ଼ି ଯାଇଥିଲେ।

ସେହିପରି ରାଜଧାନୀର ବିଭିନ୍ନ ଛକରେ ବିଜେଡି କର୍ମୀମାନେ ଗାଡ଼ି ଅଟକାଇ ଥିଲେ। ଏହାସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।