ବିବାଦୀୟ ଭିଡିଓ ପ୍ରସଙ୍ଗରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟର ୫ଟି ଟିଭି ଚ୍ୟାନେଲ ବିରୋଧରେ ସେଣ୍ଟ୍ରାଲାଇଜଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ ମନିଟରିଂ ସିଷ୍ଟମରେ ଅନନ୍ତ ନାରାୟଣ ଜେନା ନାମକ ବ୍ୟକ୍ତି କରିଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛି ଟିଭି ଚ୍ୟାନେଲ ତାଙ୍କର ଆପତ୍ତିଜନକ ଭିଡିଓ ପ୍ରସାରଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟକ୍ତି ଜଣଙ୍କ ଅନୁରୋଧ କରିଛନ୍ତି। ତେବେ ବିବାଦୀୟ ଭିଡିଓ ନେଇ ଚର୍ଚ୍ଚାରେ ଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏପରି […]

anant

anant

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 09:50 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୫ଟି ଟିଭି ଚ୍ୟାନେଲ ବିରୋଧରେ ସେଣ୍ଟ୍ରାଲାଇଜଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ ମନିଟରିଂ ସିଷ୍ଟମରେ ଅନନ୍ତ ନାରାୟଣ ଜେନା ନାମକ ବ୍ୟକ୍ତି କରିଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛି ଟିଭି ଚ୍ୟାନେଲ ତାଙ୍କର ଆପତ୍ତିଜନକ ଭିଡିଓ ପ୍ରସାରଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟକ୍ତି ଜଣଙ୍କ ଅନୁରୋଧ କରିଛନ୍ତି। ତେବେ ବିବାଦୀୟ ଭିଡିଓ ନେଇ ଚର୍ଚ୍ଚାରେ ଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏପରି ଅଭିଯୋଗ କରି ନ ଥିବା କହିଛନ୍ତି। ଯଦି ମେୟର ଏ ଅଭିଯୋଗ କରିନାହାନ୍ତି ତେବେ ଅଭିଯୋଗ କରିଥିବା ଅନନ୍ତ ନାରାୟଣ ଜେନା ଜଣଙ୍କ କିଏ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସେଣ୍ଟ୍ରାଲାଇଜଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ ମନିଟରିଂ ସିଷ୍ଟମରେ ଅନନ୍ତ ନାରାୟଣ ଜେନା କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ୫ଟି ଟିଭି ଚ୍ୟାନେଲ ତାଙ୍କର ଆପତ୍ତିଜନକ ଦୃଶ୍ୟ ପ୍ରସାରଣ କରି ତାଙ୍କ ମର୍ଯ୍ୟାଦାହାନୀ କରିଛନ୍ତି। ଏହାସହ ଏକ ହତ୍ୟା ଘଟଣାରେ ତାଙ୍କୁ ସମ୍ପୃକ୍ତ କରି ଷଡଯନ୍ତ୍ର ବି କରୁଛନ୍ତି। ଏହି ଚ୍ୟାନେଲ ଗୁଡିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନ୍ୟୁଜ୍‌ ପ୍ରସାରଣ ଅନୁମତି ରଦ୍ଦ କରାଯାଉ। ଅଭିଯୋଗରେ ଇତିଶ ପ୍ରଧାନ ଏବଂ ପ୍ରଦୀପ ପାଣ୍ଡେଙ୍କ ନାଁ ମଧ୍ୟ ରହିଛି। ଏହାକୁ ତର୍ଜମା କଲେ ଏହି ପ୍ରସଙ୍ଗ ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓ ବୋଲି ସ୍ପଷ୍ଟ ହେଉଛି।

ତେବେ ଏପରି ଅଭିଯୋଗ କରି ନ ଥିବା ମେୟର କହିଛନ୍ତି। ସେ କହିଛନ୍ତି,“ଏପରି ଅଭିଯୋଗ ମୋତେ ଫସାଇବାକୁ କରାଯାଇଛି। ଭିଡିଓ ଭଳି ଏହା ମଧ୍ୟ ମିଥ୍ୟା। ଯେଉଁମାନେ ଭିଡିଓ କରିଛନ୍ତି ସେମାନେ ଏପରି ଅଭିଯୋଗ କରିବା ପଛରେ ସମ୍ପୃକ୍ତ ଅଛନ୍ତି।”

ସେଣ୍ଟ୍ରାଲାଇଜଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ ମନିଟରିଂ ସିଷ୍ଟମ ଅଧିକାରୀ କହିଛନ୍ତି,“କାହା ନାଁରେ ଅଭିଯୋଗ ହେଉଛି ଏଥିରେ ଆମର କିଛି ଯାଏ ଆସେ ନାହିଁ। ଏଠାରେ ଆମେ କାହାର ପ୍ରମାଣପତ୍ର ନେଇ ନ ଥାଉ। ଆମ ପାଖକୁ ଯେଉଁ ଅଭିଯୋଗ ଆସିଥାଏ ଆମେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଉ।”

ଏପରି ଅଭିଯୋଗକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଗଣମାଧ୍ୟମର କଣ୍ଠରୋଧ କରିବାକୁ ଭୁବନେଶ୍ୱର ମେୟର ଯେଉଁ ଅପଚେଷ୍ଟା କରିଛନ୍ତି ଏହା ପ୍ରମାଣିତ କରୁଛି ବିବାଦୀୟ ଭିଡିଓରେ ସେ ନିଜେ ଅଛନ୍ତି।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ମେୟର ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା କୋର୍ଟରେ ବିଚାର ହେବ। ଯେକୌଣସି ବୃକ୍ତିଙ୍କ ନାଁରେ ଏପରି ଅଭିଯୋଗ ଆସିଲେ ତାଙ୍କର ନିଶ୍ଚିତ ସମ୍ମାନହାନୀ ହେବ। ସେ (ମେୟର) ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି ଓ ମାନହାନୀ ମକଦ୍ଦମା ମଧ୍ୟ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story