ବିନା ବିରୋଧୀରେ ଚାଲିଲା ବିଧାନସଭା

ଭୁବନେଶ୍ୱର: ନବ ଦାସଙ୍କ ବିରୋଧରେ ଆସିଥିବା ଅଶ୍ଳୀଳ ଭିଡିଓ ଦେଖା ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି। ନବଙ୍କ ପକ୍ଷ ଶୁଣା ନ ଯାଇ ତାଙ୍କୁ ବାଚସ୍ପତି ୭ଦିନ ପାଇଁ ଗୃହରୁ ନିଲମ୍ବନ କରିବା ପ୍ରତିବାଦରେ ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ। ଆଜି ବିରୋଧୀ ଗୃହକୁ ଆସି ନ ଥିଲେ। ହେଲେ ବିନା ବିରୋଧୀରେ ବିଧାନସଭା ପ୍ରଶ୍ନକାଳ ଚାଲିଥିଲା। ଶୂନ୍ୟକାଳରେ ଶାସକ ଦଳ ପକ୍ଷରୁ ଗୃହରେ ମୋବାଇଲ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଯାଇଛି। ବିଧାୟକ […]

b

b

Rakesh Mallick
  • Published: Wednesday, 16 December 2015
  • Updated: 16 December 2015, 10:12 AM IST

Sports

Latest News

ଭୁବନେଶ୍ୱର: ନବ ଦାସଙ୍କ ବିରୋଧରେ ଆସିଥିବା ଅଶ୍ଳୀଳ ଭିଡିଓ ଦେଖା ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି। ନବଙ୍କ ପକ୍ଷ ଶୁଣା ନ ଯାଇ ତାଙ୍କୁ ବାଚସ୍ପତି ୭ଦିନ ପାଇଁ ଗୃହରୁ ନିଲମ୍ବନ କରିବା ପ୍ରତିବାଦରେ ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ। ଆଜି ବିରୋଧୀ ଗୃହକୁ ଆସି ନ ଥିଲେ। ହେଲେ ବିନା ବିରୋଧୀରେ ବିଧାନସଭା ପ୍ରଶ୍ନକାଳ ଚାଲିଥିଲା।

ଶୂନ୍ୟକାଳରେ ଶାସକ ଦଳ ପକ୍ଷରୁ ଗୃହରେ ମୋବାଇଲ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଯାଇଛି। ବିଧାୟକ ଅମର ଶତପଥୀ ଏହି ପ୍ରସଙ୍ଗ ଉଠାଇ ଗୃହରେ ଭିତରେ ମୋବାଇଲ ବ୍ୟବହାର କରାଯିବ କି ନାହିଁ, ସେ ନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି କହିଥିଲେ।

ରାଜ୍ୟରେ କୁକୁଡ଼ା ଚାଷର ଦୁର୍ଦ୍ଦିନକୁ ନେଇ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ଆନ୍ଧ୍ର ବେପାରୀ ଓ ଓପେଲଫେଡ୍ ମଧ୍ୟରେ ଭିତିରି ବୁଝାମଣା ଯୋଗୁଁ ବାହାର ରାଜ୍ୟର ବ୍ୟବସାୟୀ ଅଧିକ ଲାଭ ପାଉଥିବା ଅଭିଯୋଗ କରି ଶାସକ ଦଳର ବିଧାୟକମାନେ ଗୃହରେ ଉଦବେଗ ପ୍ରକାଶ କରିଥିଲେ। ଘଟଣାର ତଦନ୍ତ କରି ପଦକ୍ଷେପ ନେବା ପାଇଁ କୃଷିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ କିଛି ଅଫିସରଙ୍କ ସମ୍ପୃକ୍ତି ରହୁଥିବା ଓ ରାଜ୍ୟ ବାହାର ବ୍ୟବସାୟୀ ଓଡ଼ିଆ ଚାଷୀଙ୍କୁ ବ୍ଲାକମେଲିଂ କରୁଥିବା କହିଥିଲେ। ରାଜ୍ୟରେ ବାହାର କମ୍ପାନୀଙ୍କ ପ୍ରଭାବ ରହିଥିବା ଓ ସେମାନେ ଲାଭବାନ ହେଉଥିବା କଥାକୁ କୃଷୀ ମନ୍ତ୍ରୀ ସ୍ୱୀକାର କରିଥିଲେ। ତେବେ ଓପେଲଫେଡ ଲାଭରେ ଚାଲୁଥିବା ଯୋଗୁଁ ତଦନ୍ତ କଥାକୁ ସେ ଏଡାଇ ଯାଇଥିଲେ।

ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ ଦାବିକୁ ନେଇ ଆଲୋଚନା ମଧ୍ୟ ବିନା ବିରୋଧୀରେ ହୋଇଥିଲା। ଏହାକୁ ନେଇ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ଏପରି ହେବା ଅତ୍ୟନ୍ତ ଦୁଃଖଦାୟକ। ଏହାସହ ନବ ଦାସଙ୍କୁ ନିଲମ୍ବନ କରାଯିବାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଦିନେ କି ଦୁଇଦିନ ବିଳମ୍ବ ହୋଇଥିଲେ କିଛି ଅସୁବିଧା ହୋଇ ନ ଥାନ୍ତା।

ବିନା ବିରୋଧୀରେ ପ୍ରଶ୍ନକାଳ ଚାଲିବା ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ। ଗତକାଲି ସର୍ବଦଳୀୟ ବୈଠକରେ ଆମେ ଲିଖିତ ଭାବେ ଜଣାଇଥିଲୁ। ବାଚସ୍ପତି ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲୁ। ବାଚସ୍ପତି ଏହା ଉପରେ ବିଚାର କରିବେ ବୋଲି କହିଥିଲେ। ଆଜି ଏ ନେଇ ଆମ ସହ କୌଣସି ଆଲୋଚନା କରାଯାଇନାହିଁ। ନିଷ୍ପତ୍ତି ଶୁଣାଇ ସାରିବା ପରେ ତଦନ୍ତ ହେଉଥିବା କୁହାଯିବା ଯୁକ୍ତିଯୁକ୍ତ ନୁହେଁ। ଏପରି ନିଷ୍ପତ୍ତି ଫାଶୀ ଦେବା ପରେ ତଦନ୍ତ କରାଯିବା ଭଳି କଥା ହେଉଛି। ବିଜୁ ପଟ୍ଟନାୟକଙ୍କୁ ମରଣତ୍ତୋର ଭାରତରତ୍ନ ପ୍ରଦାନ ନେଇ ଆଲୋଚନା ବେଳେ ବିରୋଧୀ ଅନୁପସ୍ଥିତ ରହିବାକୁ ନେଇ ଅବକାରୀ ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏହାର ଉତ୍ତର ଦେଇ ବାହୀନପତି କହିଛନ୍ତି, ବିଜୁ ବାବୁ ଜଣେ ଜାତୀୟ ସ୍ତରର ନେତା ଥିଲେ। ସେ ବିରୋଧୀଙ୍କୁ ଉପଯୁକ୍ତ ସମ୍ମାନ ଦେଉଥିଲେ। ହେଲେ ନବୀନ ବିରୋଧୀଙ୍କୁ ଅସମ୍ମାନ କରୁଛନ୍ତି। ବିଜୁ ବାବୁଙ୍କ ସହ କାମ କରିଥିବା ଲୋକମାନେ କେବେ ଏପରି ଘଟଣାକୁ ପସନ୍ଦ କରିବେ ନାହିଁ।

ବିଜେପି ବିଧାୟକ କେଭି ସିଂହଦେଓ କହିଛନ୍ତି, ଏହା ସୁସ୍ଥ ପରମ୍ପରା ନୁହେଁ। ଗୃହ ପରିଚାଳନାରେ ଶାସକଦଳ ବିଭ୍ରାଟ ହେଉ ଚାହିଁଛନ୍ତି। ବିରୋଧୀଙ୍କ ଅନୁପସ୍ଥିତିରେ ବିଲ ପାସ୍ କରାଯାଉଛି। ପୁଣି ଯଦି ବାଚସ୍ପତି ଆଲୋଚନା ପାଇଁ ଡାକନ୍ତି ନିଶ୍ଚିତ ଯୋଗଦେବୁ। ଏପରି ଲାଗୁଛି ନବ ଦାସଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କରାଯିବାକୁ ଶାସକ ଦଳ ପକ୍ଷରୁ ପୂର୍ବରୁ ଯୋଜନା କରାଯାଇଥିଲା। ବାଚସ୍ପତି ଏହି ଘଟଣାର ତଦନ୍ତ କରିବାକୁ ସଦାଚାର କମିଟିକୁ ନିର୍ଦ୍ଦେଶ ଦେବା ପରେ ଏପରି ନିଷ୍ପତ୍ତି ନିଆଯିବାର କିଛି ଆବଶ୍ୟକତା ନ ଥିଲା। ଏଥିରୁ ଜଣାପଡୁଛି ବିରୋଧୀ ଅନୁପସ୍ଥିତ ରହୁନ୍ତୁ ବୋଲି ଶାସକ ଦଳ ଚାହୁଁଛନ୍ତି।

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ବିନା ବିରୋଧୀରେ ଆଲୋଚନା ଠିକ କଥା ନୁହେଁ। ବିରୋଦୀ ଦଳ କରିଥିବା ଦାବିକୁ ଆଧାର କରି ବାଚସ୍ପତି ତାଙ୍କ ନିଷ୍ପତ୍ତିର ପୁନଃବିଚାର କରିପାରନ୍ତି। ଗତକାଲି ବୈଠକରେ ଗୃହକାର୍ଯ୍ୟରେ ଯୋଗଦେବାକୁ ବିରୋଧୀଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ। ବିରୋଧୀ ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରିବେ ବୋଲି ଆମେ ଆଶା କରିଥିଲୁ। ହେଲେ ସେପରି କିଛି ହେଲାନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story