ବିରୋଧୀ ଚାଷୀଙ୍କୁ ଅମର ଲଡୁ ଦେଇ ଦିଅନ୍ତୁ, ଆଉ କେହି ମରିବେନି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ‘ଯିଏ ଯେଉଁଠି ମରିଲା ତାହାକୁ ଚାଷୀ ଆତ୍ମହତ୍ୟା କୁହାଯାଉଛି। କେହି କ’ଣ ମରିବେ ନାହିଁ? ବିରୋଧୀ ଦଳ ସମସ୍ତଙ୍କୁ ଅମର ଲଡୁ ଦେଇ ଦିଅନ୍ତୁ। ଆଉ କେହି କେଉଁଠି ମରିବେ ନାହିଁ।’ ରାଜ୍ୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରବିବାର ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ଦୁଇଟି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ତିନିଟି ଖବର କାଗଜରେ ଏ ସଂପର୍କିତ ରିପୋର୍ଟ ପ୍ରକାଶିତ […]

pramila-mallick

pramila-mallick

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 10:55 AM IST

Sports

Latest News

ଭୁବନେଶ୍ୱର: ‘ଯିଏ ଯେଉଁଠି ମରିଲା ତାହାକୁ ଚାଷୀ ଆତ୍ମହତ୍ୟା କୁହାଯାଉଛି। କେହି କ’ଣ ମରିବେ ନାହିଁ? ବିରୋଧୀ ଦଳ ସମସ୍ତଙ୍କୁ ଅମର ଲଡୁ ଦେଇ ଦିଅନ୍ତୁ। ଆଉ କେହି କେଉଁଠି ମରିବେ ନାହିଁ।’ ରାଜ୍ୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରବିବାର ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ଦୁଇଟି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ତିନିଟି ଖବର କାଗଜରେ ଏ ସଂପର୍କିତ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେବା ପରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧରି ଘଟଣା ସ୍ଥଳକୁ ଯାଇଥିଲେ। ଚାଷୀଙ୍କ ଘର ଓ ଜମି ବୁଲି ଦେଖିଥିଲେ। ଚାଷ ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଥିଲା। ଆଣ୍ଠୁଏ ପାଣିରେ କେଉଁଠି ଧାନ ମରି ଗଲାଣି କି? ପ୍ରକୃତ ତଥ୍ୟ ନଜାଣି ଯିଏ ଯେଉଁଥିରେ ମଲେ ବି ଚାଷୀ ଆତ୍ମହତ୍ୟା କହିବା ଠିକ୍ ନୁହେଁ।

ପ୍ରମିଳା ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀଙ୍କ କାମ ହେଲା ସରକାର ଯାହା କରିବେ ତାହାକୁ ବିରୋଧ କରିବେ। ବିରୋଧ ନକଲେ ସେମାନଙ୍କ ଦଳ ରହିବ ନାହିଁ କି ସେମାନେ ରାଜନୀତି କରି ପାରିବେ ନାହିଁ। ବିରୋଧ ଦଳଗୁଡ଼ିକ ଯେତେବେଳ ସରକାରରେ ଥିଲେ କିଛି ଭଲ କାମ କରି ନ ଥିଲେ। ଏଣୁ ଏବର ନବୀନ ପଟ୍ଟନାୟକଙ୍କ ଶାସନରେ ଯେତେ ଭଲ କାମ କଲେ ମଧ୍ୟ ସେଗୁଡ଼ିକ ସେମାନଙ୍କୁ ଖରାପ ଦେଖାଯାଉଛି।

ଏହା ସହିତ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗଣମାଧ୍ୟମଗୁଡ଼ିକୁ ମଧ୍ୟ ସେ ଚାଲେଞ୍ଜ୍ ଦେଇଛନ୍ତି। ପ୍ରମିଳା କହିଛନ୍ତି ଯେ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ଖବରକାଗଜଗୁଡ଼ିକ ଲେଖି ପକାଉଛନ୍ତି। ତାଙ୍କ ଅଞ୍ଚଳ (ବିଧାନସଭା ନିର୍ବାଚନ ମଣ୍ଡଳୀ)ରେ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଖବରକାଗଜଗୁଡ଼ିକ ପ୍ରମାଣିତ କରି ଦେଖାଇ ଦିଅନ୍ତୁ। ସାହାସ ଥିଲେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ସାଙ୍ଗରେ ଘଟଣାସ୍ଥଳକୁ ଆସନ୍ତୁ।

ଋଣ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏବେ ଚାଷୀମାନେ ଏସଏଚଜି (ସ୍ୱୟଂ ସହାୟକ ଗୋଷ୍ଠୀ)ଙ୍କଠାରୁ ଋଣ ନେଉଛନ୍ତି। ଋଣ ଦେବା ପାଇଁ ସେମାନେ ଚାଷୀମାନଙ୍କଠାରୁ ଜମି, ଘର ଅବା ସୁନା ଆଦି ବନ୍ଧକ ରଖୁ ନାହାନ୍ତି। ପୂର୍ବରୁ ଚାଷୀମାନେ ସାହୁକାର ପାଖରେ ଏସବୁ ବନ୍ଧକ ରଖି ଋଣ ଆଣୁ ଥିଲେ। କିନ୍ତୁ ନବୀନ ପଟ୍ଟନାୟକଙ୍କ ଶାସନରେ ଆଉ ଏଭଳି ହେଉ ନାହିଁ।

ଅନ୍ୟପକ୍ଷରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ କହିଛନ୍ତି, ପ୍ରମିଳା ମଲ୍ଲିକଙ୍କ ବୟାନ ବିଜେଡି ପଲିସିର ଏକ ଅଂଶ। ରାଜ୍ୟ ସରକାର ଚାଷୀ ମୃତ୍ୟୁ ଘଟଣାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଶାସକ ଦଳର ନେତା ଓ ମନ୍ତ୍ରୀମାନେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି। ଏହା ରାଜ୍ୟର ଚାଷୀକୁଳଙ୍କ ପ୍ରତି ଉପହାସ। ସରକାରଙ୍କର ଚାଷୀଙ୍କ ପ୍ରତି ଆନ୍ତରିକତା ନାହିଁ। ଚାଷୀଙ୍କ ଲାଗି ସରକାର ଯାହା ଘୋଷଣା କରିଛନ୍ତି ତାହା କେନ୍ଦ୍ରୀୟ ଯୋଜନାର ଅଂଶ ବିଶେଷ। ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ହେଲେ ସରକାର ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଟଙ୍କାଟିଏ ବି ଚାଷୀଙ୍କ ପାଇଁ ଘୋଷଣା କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କହିଛନ୍ତି ଯେ ଜାନୁଆରୀ ଅବା ଫେବ୍ରୁଆରୀ ମାସରେ ଚାଷୀ ଆତ୍ମହତ୍ୟା କରି ନ ଥିଲେ। କିନ୍ତୁ ଏବେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟରେ ମରୁଡ଼ି ସ୍ଥିତି ବେଳେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏଣୁ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ମଧ୍ୟ ସଂପର୍କ ରହିଛି। କିନ୍ତୁ ସରକାର ଏହାକୁ ଗ୍ରହଣ ନ କରିବା ନିହାତି ଦୁର୍ଭାଗ୍ୟଜନକ। ଆଉ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟ ବିପଦ କାଳେ ବିପରୀତ ବୁଦ୍ଧି ସଦୃଶ।

କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟକୁ ସମାଲୋଚନା କରାଯାଇଛି। ଦଳର ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି ଯେ ରାଜ୍ୟର ଚାଷୀମାନଙ୍କ ପ୍ରତି ବିଜେଡିର ଆନ୍ତରିକତା ନାହିଁ କି ଦରଦ ବି ନାହିଁ। ଆଉ ’ଅମର ଲଡୁ’ ଭଳି ମନ୍ତବ୍ୟ ସେମାନଙ୍କର ନିମ୍ନ ମାନସିକତାକୁ ସୂଚାଇ ଦେଉଛି। ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ତାହାର ସମାଧାନର ବାଟ ବାହାର କରିବା ବଦଳରେ ଦଳୀୟ ନେତାମାନେ ଚାଷୀକୁଳକୁ ଉପହାସ କରୁଛନ୍ତି।

ତେବେ ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ ରାଜ୍ୟରେ ଚାଷୀ ମୃତ୍ୟୁ ଘଟଣା ବେଳେ ବ୍ୟକ୍ତିଗତ ଭାବେ କୌଣସି ନେତାଙ୍କ ଏମିତି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଏଭଳି ମନ୍ତବ୍ୟ ଦେବା ଠିକ୍ ନୁହେଁ। କିନ୍ତୁ ସରକାର ଚାଷୀ ଆତ୍ମହତ୍ୟା ନେଇ ସମ୍ବେଦନଶୀଳ ଅଛନ୍ତି ଓ ଉଚିତ୍ ପଦକ୍ଷେପ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story