ବିଜେଡି, ବିଜେପି ଓ କଂଗ୍ରେସର ଟାର୍ଗେଟ୍ ୨୦୧୭ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ବର୍ଷ ୨୦୧୬ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ। ଅନ୍ତର୍ଦ୍ୱନ୍ଦ୍ୱ ଦୂର କରି ସାଂଗଠନିକ ନିର୍ବାଚନ, ସରକାରରେ ଥିବାରୁ ଗୁଡ୍ ଗଭର୍ଣ୍ଣାସ୍ ବିଜେଡି ପାଇଁ ଚ୍ୟାଲେଂଜ ହେବ। ଦଳରେ ଥିବା ମତାନ୍ତର ଦୂର କରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ତୟାର ହେଉଛି କଂଗ୍ରେସ। ବିଜେପି ନୂଆବର୍ଷରେ ନବକଳେବର ସହ ଓହ୍ଲାଇବ ମୈଦାନକୁ। ତେବେ ୩ ଦଳର ଫେ।କସରେ ରହିବ ୨୦୧୭ ପଞ୍ଚାୟତ ନିର୍ବାଚନ। […]

bjd-bjp-cong

bjd-bjp-cong

Rakesh Mallick
  • Published: Friday, 01 January 2016
  • Updated: 01 January 2016, 03:23 PM IST

Sports

Latest News

bjd-bjp-congଭୁବନେଶ୍ୱର: ବର୍ଷ ୨୦୧୬ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ। ଅନ୍ତର୍ଦ୍ୱନ୍ଦ୍ୱ ଦୂର କରି ସାଂଗଠନିକ ନିର୍ବାଚନ, ସରକାରରେ ଥିବାରୁ ଗୁଡ୍ ଗଭର୍ଣ୍ଣାସ୍ ବିଜେଡି ପାଇଁ ଚ୍ୟାଲେଂଜ ହେବ। ଦଳରେ ଥିବା ମତାନ୍ତର ଦୂର କରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ତୟାର ହେଉଛି କଂଗ୍ରେସ। ବିଜେପି ନୂଆବର୍ଷରେ ନବକଳେବର ସହ ଓହ୍ଲାଇବ ମୈଦାନକୁ। ତେବେ ୩ ଦଳର ଫେ।କସରେ ରହିବ ୨୦୧୭ ପଞ୍ଚାୟତ ନିର୍ବାଚନ।

ବିଜେଡି ପାଇଁ ବର୍ଷ ୨୦୧୬ ହେବ ଅଧିକ ଚ୍ୟାଲେଂଜର ବର୍ଷ। ବର୍ଷ ଆରମ୍ଭରୁ ଦଳର ସାଂଗଠନିକ ନିର୍ବାଚନକୁ ସୁରୁଖୁରୁରେ ସାରିବା ଦଳ ପାଇଁ ପ୍ରଥମ ଚ୍ୟାଲେଂଜ ହେବ। ଛାତ୍ର, ଯୁବ ଓ ମହିଲା ସଙ୍ଗଠନ ମଧ୍ୟ ପରିବର୍ତ୍ତନ ହୋଇପାରେ। ପଦଯାତ୍ରାବେଳେ ବିଜେଡିର ଅନ୍ତଃକନ୍ଦଳ ପଦାକୁ ଆସିଥିଲା। ତେଣୁ ସମସ୍ତଙ୍କୁ ନେଇ କିଭଳି ଦଳ ସାଙ୍ଗଠନିକ ନିର୍ବାଚନ ଶେଷ କରିବ, ତାହା ହିଁ ହେବ ପ୍ରାଥମିକତା। ୩ ରାଜ୍ୟସଭା ପଦ ପାଇଁ ନେତା ଚୟନ ସହ ସମ୍ୱଲପୁର ଓ ରାଉରକେଲାରେ ମହାନଗର ନିର୍ବାଚନ ଦଳ ପାଇଁ ଚ୍ୟାଲେଂଜ ହୋଇପାରେ।

ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟବାସୀଙ୍କ ବିକାଶ ପାଇଁ ତାଙ୍କ ଦଳ ପ୍ରତିଶ୍ରୁତିବଦ୍ଧ। ସେହି ପ୍ରତିଶ୍ରୁତିବଦ୍ଧତାକୁ ସାଥୀ କରି ତାଙ୍କ ଦଳ ନୂଆ ବର୍ଷରେ ଆଗେଇ ଚାଲିବ। ୨୦୧୭ ପଂଚାୟତ ନିର୍ବାଚନ ଉପରେ ନିଶ୍ଚିତ ଭାବେ ଦଳ ନଜର ରଖିବ। ୨୦୧୬ ଶେଷ ଆଡକୁ ଏନେଇ ପ୍ରକ୍ରିୟା ଆରମ୍ଭ କରାଯିବ।

କଂଗ୍ରେସ ଆଗରେ ସବୁଠୁ ବଡ଼ ଚ୍ୟାଲେଂଜ ହେଲା ଦଳ ମଧ୍ୟରେ ଦେଖା ଦେଇଥିବା ମତଭେଦ ଦୂର କରିବା। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଦଳ ପାଇଁ ଆଉ ଏକ ଚ୍ୟାଲେଂଜ ହେବ। ତେବେ ୨୦୧୭ ପଂଚାୟତ ନିର୍ବାଚନକୁ ଦଳ ସେମିଫ।ଇନାଲ ଭାବେ ଗ୍ରହଣ କରୁଛି। ତେଣୁ ସେଥିପାଇଁ ଏବେଠୁ ଖସଡ଼ା ପ୍ରସ୍ତୁତ କରିବା ଦଳ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ତାଙ୍କ ଦଳ ପଞ୍ଚାୟତସ୍ତରକୁ ଓହ୍ଲାଇଛି। ଲୋକଙ୍କୁ ସାଥୀ କରି ଲୋକଙ୍କ ପାଇଁ ଲଢ଼େଇ କରାଯିବ। ୨୦୧୭ ପଞ୍ଚାୟତ ନିର୍ବାଚନ ଟାର୍ଗେଟ୍ ରହିବ।

ବର୍ଷ ଆରମ୍ଭରୁ ବିଜେପି ପାଇଁ ବଡ଼ ଚ୍ୟାଲେଂଜ ହେବ ସହମତି ଭିତ୍ତିରେ ରାଜ୍ୟ ସଭାପତି ଚୟନ। ନୂଆ ବର୍ଷରେ ବିଜେପିର ନୂଆ ଟିମର ନବକଳେବର ସହ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦଳ ପାଇଁ ବଡ ଚ୍ୟାଲେଂଜ ହେବ। ତା’ସହିତ ଦଳର ଫେ।କସରେ ରହିବ ୨୦୧୭ ପଂଚାୟତ ନିର୍ବାଚନ।

ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ୨୦୧୬ରେ ଦଳର ସାଂଗଠନିକ ନିର୍ବାଚନ ଶେଷ ହେବା ପରେ ୨୦୧୭ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ। ତା’ପରେ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରାଯିବ।

ବର୍ଷ ୨୦୧୫ରେ ରାଜ୍ୟ ରାଜନୀତ ସରଗରମ ଥିବାବେଳେ ୨୦୧୬ରେ ମଧ୍ୟ ରାଜ୍ୟ ରାଜନୀତି ଆହୁରି ସରଗରମ ହେବ ଓ ରୋଚକ ମୋଡ଼ରେ ପହଚିଂବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos