ବିଜେଡିର କନିଷ୍ଠ ନେତାମାନେ ରାଜନୀତିକୁ ବ୍ୟବସାୟରେ ପରିଣତ କରିଛନ୍ତି: ବିଜୟଶ୍ରୀ

ଭୁବନେଶ୍ୱର: ବରିଷ୍ଠ ଓ କନିଷ୍ଠଙ୍କୁ ନେଇ ପୁଣି ବିଜେଡିରେ ଝଡ଼ ଉଠିଛି। ଦାମଙ୍କ ପରେ ଦଳରେ କନିଷ୍ଠଙ୍କୁ ପ୍ରାଧାନ୍ୟକୁ ନେଇ ଦୁଇ ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ ଏବଂ ପ୍ରସନ୍ନ ଆଚାର୍ଯ୍ୟ ବର୍ଷିଛନ୍ତି। ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏକ ସାଂସ୍କୃତିକ ସଭାରେ ଦଳର ଯୁବନେତାମାନେ ରାଜନୀତିକୁ ବ୍ୟବସାୟରେ ପରିଣତ କରିଥିବା କହି ସେମାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେହିପରି ଯୁବନେତାଙ୍କ କାର୍ଯ୍ୟକଳାପରେ ନେତୃତ୍ୱ ବିଶ୍ୱାସଘାତକତାର ଶିକାର ନ ହେଉ ବୋଲି ଦଳର ଉପ ସଭାପତି ପ୍ରସନ୍ନ […]

bijaya-prasanna

bijaya-prasanna

Rakesh Mallick
  • Published: Monday, 18 April 2016
  • Updated: 18 April 2016, 03:19 PM IST

Sports

Latest News

ଭୁବନେଶ୍ୱର: ବରିଷ୍ଠ ଓ କନିଷ୍ଠଙ୍କୁ ନେଇ ପୁଣି ବିଜେଡିରେ ଝଡ଼ ଉଠିଛି। ଦାମଙ୍କ ପରେ ଦଳରେ କନିଷ୍ଠଙ୍କୁ ପ୍ରାଧାନ୍ୟକୁ ନେଇ ଦୁଇ ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ ଏବଂ ପ୍ରସନ୍ନ ଆଚାର୍ଯ୍ୟ ବର୍ଷିଛନ୍ତି। ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏକ ସାଂସ୍କୃତିକ ସଭାରେ ଦଳର ଯୁବନେତାମାନେ ରାଜନୀତିକୁ ବ୍ୟବସାୟରେ ପରିଣତ କରିଥିବା କହି ସେମାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେହିପରି ଯୁବନେତାଙ୍କ କାର୍ଯ୍ୟକଳାପରେ ନେତୃତ୍ୱ ବିଶ୍ୱାସଘାତକତାର ଶିକାର ନ ହେଉ ବୋଲି ଦଳର ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଚେତାଇ ଦେଇଛନ୍ତି।

ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, “ନବୀନ ବାବୁଙ୍କ ଛତ୍ରଛାୟା ତଳେ ରହି ନିର୍ବାଚନ ଜିତିଯିବା ପରେ ଦେଶସେବା ଛାଡି ଏମାନେ ନିଜ କାମରେ ଲାଗି ଯାଉଛନ୍ତି। ଲମ୍ବା ଲମ୍ବା ଗାଡ଼ି, ବଡ଼ ବଡ଼ ଘର କରିବା ଓ ଠିକାଦାରଙ୍କ ସହ ଫିକ୍ସିଂ କରିବାରେ ବ୍ୟସ୍ତ ରହୁଛନ୍ତି। ଦାମ ଭାଇ ଜନସେବା କରୁଥିଲେ। ଏବେର ପିଲା କର୍ମ, ଧର୍ମ ଓ ଖ୍ୟାତିକୁ ପଦାଘାତ କରିଛନ୍ତି। ଜନସେବା ତ ଦୂରର କଥା ନିଜ ସେବା କେମିତି ହେବ ସେହି ଚିନ୍ତାରେ ରହୁଛନ୍ତି।”

ଏବେ ପ୍ରଶ୍ନ ଉଠୁଛି ଦଳରେ କିଏ ରାଜନୀତିକୁ ବ୍ୟବସାୟୀକରଣ କରିଛି? କିଏ ଲମ୍ବା ଗାଡ଼ି, ବଡ଼ ଘର କରିଛି? କାହାର ଠିକାଦାରଙ୍କ ସହ ସମ୍ପର୍କ ରହିଛି?

କେବଳ ବିଜୟଶ୍ରୀ ନୁହନ୍ତି, ନବୀନଙ୍କ ଉପସ୍ଥିତିରେ କନିଷ୍ଠ ନେତାଙ୍କ ଉପରେ ବର୍ଷିଛନ୍ତି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। କନିଷ୍ଠଙ୍କୁ ସମାଲୋଚନା କରିବା ସହ ବିଶ୍ୱାସଘାତକତାର ଶିକାର ନ ହେବା ପାଇଁ ଦଳୀୟ ନେତୃତ୍ୱକୁ ସତର୍କ କରାଇ ଦେଇଛନ୍ତି। କିଛିଦିନ ତଳେ ନିଜକୁ ବୟସ୍କ କହି ଯୁବମନ୍ତ୍ରୀଙ୍କୁ ପରୋକ୍ଷରେ କଟାକ୍ଷ କରିଥିଲେ ଦାମ। ଏବେ ଦୁଇ ବରିଷ୍ଠ ନେତାଙ୍କ ଏପରି ମନ୍ତବ୍ୟ ଦଳରେ ଯୁବ ଓ ବରିଷ୍ଠଙ୍କ ଭିତରେ ଥିବା ତିକ୍ତତାକୁ ପଦାରେ ପକାଇଛି।

ତେବେ ଦଳରେ କିଛି ବିଭେଦ ନାହିଁ, ବରିଷ୍ଠଙ୍କ ମନରେ କିଛି ଥିଲେ ସଭାପତିଙ୍କୁ ଜଣାନ୍ତୁ ବୋଲି  କିଛି ନେତା କହିଛନ୍ତି।

ସାଧାରଣ ସମ୍ପାଦକ ଦେବୀ ମିଶ୍ର କହିଛନ୍ତି, “ବ୍ୟକ୍ତିଗତ ଭାବେ କିଏ କ’ଣ କହିଲା କହି ପାରିବି ନାହିଁ। ମୋର ସମସ୍ତଙ୍କ ପ୍ରତି ସମ୍ମାନ ରହିଛି। ବରିଷ୍ଠ, କନିଷ୍ଠଙ୍କ ଭିତରେ କିଛି ବିଭେଦ ନାହିଁ।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “କିଛି ନେତୃତ୍ୱଙ୍କ ମନରେ ଯଦି କିଛି ରହୁଛି, ଦଳର ସଭାପତିଙ୍କ ସହ ଆଲୋଚନା କରିବା ଉଚିତ ହେବ ବୋଲି ମୁଁ ଭାବୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story