‘ବିଜେଡିର ଲୋକାଲ୍ ଗୁଣ୍ଡା ମାରିଛନ୍ତି ଅଣ୍ଡା’  

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଅଣ୍ଡାମାଡ଼ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି। ଜୁଏଲ ଚିଠିରେ ଲେଖିଛନ୍ତି ଯେ ସେ ‘ସବ୍‌କା ସାଥ୍ ସବ୍‌କା ବିକାଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ରାପଡ଼ାରୁ ରାଜକନିକା ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ଫିଙ୍ଗିଥିଲେ। ସେମାନେ ପଥର ମଧ୍ୟ ଫିଙ୍ଗି ଥିଲେ। […]

jual

jual

Rakesh Mallick
  • Published: Friday, 16 June 2017
  • Updated: 16 June 2017, 12:08 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଅଣ୍ଡାମାଡ଼ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ଜୁଏଲ ଚିଠିରେ ଲେଖିଛନ୍ତି ଯେ ସେ ‘ସବ୍‌କା ସାଥ୍ ସବ୍‌କା ବିକାଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ରାପଡ଼ାରୁ ରାଜକନିକା ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ଫିଙ୍ଗିଥିଲେ। ସେମାନେ ପଥର ମଧ୍ୟ ଫିଙ୍ଗି ଥିଲେ। ରାଜକନିକା ଯିବା ବାଟରେ ଚାରୋଟି ସ୍ଥାନରେ ଏପରି ଘଟିଥିଲା।

ସେ ଲେଖିଛନ୍ତି ଯେ ଏଭଳି ନିନ୍ଦନୀୟ କାର୍ଯ୍ୟ ବିଜେଡିର ସ୍ଥାନୀୟ ଗୁଣ୍ଡାମାନେ କରିଛନ୍ତି। ତାଙ୍କ ଗସ୍ତ ନେଇ ପୂର୍ବରୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲେ।

juel letter to rajnathକ୍ଷୁବ୍ଧ ଜୁଏଲ ଲେଖିଛନ୍ତି, ରାଜ୍ୟରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା କେନ୍ଦ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ। କିନ୍ତୁ ଓଡ଼ିଶା ସରକାର ଏଥିରେ ବିଫଳ ହୋଇଛନ୍ତି। ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରାଯିବା କିଛି ନୂଆ କଥା ନୁହେଁ। ତାଙ୍କ ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଏଭଳି ଘଟଣା ରାଜ୍ୟରେ ବଢୁଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର କେତେ ଚିନ୍ତିତ ତାହା ସ୍ପଷ୍ଟ ହେଉଛି।

ଏଭଳି ଘଟଣାରେ ହସ୍ତକ୍ଷେପ କରିବାକୁ ରାଜନାଥଙ୍କୁ ଅନୁରୋଧ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଜୁଏଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story