ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରୁ ନାହାନ୍ତି: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଜେପି ପୁଣି ଟାର୍ଗେଟ କରିଛି। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରୁ ନ ଥିବା ଦଳ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ। ଏଥିପାଇଁ ଦଳ ପକ୍ଷରୁ ‘ଆଗଉଛି ଭାରତ, ଆଗେଇବ ଓଡ଼ିଶା……… ବଦଳୁଛି ଭାରତ, ବଦଳିବ ଓଡ଼ିଶା’ ସ୍ଲୋଗାନ ଦିଆଯାଇଛି। ଦଳ ପକ୍ଷରୁ ଆଜି ଏହି ସ୍ଲୋଗାନ ସମ୍ବଳିତ ପୋଷ୍ଟର ଉନ୍ମୋଚନ କରାଯାଇଛି। ରାଜ୍ୟ ବିଜେପି […]

sameer-mohanty

sameer-mohanty

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 01:49 PM IST

Sports

Latest News

sameer-mohantyଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଜେପି ପୁଣି ଟାର୍ଗେଟ କରିଛି। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରୁ ନ ଥିବା ଦଳ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ। ଏଥିପାଇଁ ଦଳ ପକ୍ଷରୁ ‘ଆଗଉଛି ଭାରତ, ଆଗେଇବ ଓଡ଼ିଶା......... ବଦଳୁଛି ଭାରତ, ବଦଳିବ ଓଡ଼ିଶା’ ସ୍ଲୋଗାନ ଦିଆଯାଇଛି। ଦଳ ପକ୍ଷରୁ ଆଜି ଏହି ସ୍ଲୋଗାନ ସମ୍ବଳିତ ପୋଷ୍ଟର ଉନ୍ମୋଚନ କରାଯାଇଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “କେନ୍ଦ୍ର ସରକାର ୨ ବର୍ଷ ପୂରଣ କରିଛନ୍ତି। ନିର୍ବାଚନରେ ଆମ ଦଳ ପ୍ରତିଶ୍ରୁତି ଦେଇଥିଲା ଯେଉଁ କାର୍ଯ୍ୟ କରିବ ତାହାର ହିସାବ ଜନସାଧାରଣକୁ ଦେବ। ଏଥିପାଇଁ ଦଳ ପକ୍ଷରୁ ‘ବିକାଶ ଉତ୍ସବ’ ଆୟୋଜନ କରାଯାଉଛି। ଏହି ପରିପେକ୍ଷୀରେ ଆସନ୍ତା ଜୁନ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱରରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ।”

ସେ କହିଛନ୍ତି, “କେନ୍ଦ୍ର ସରକାର ହାତକୁ ନେଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଅବଗତ କରିବେ। ରାଜ୍ୟରେ ୧୬ ବର୍ଷ ହେଲା ଚାଲିଥିବା ବିଜେଡି ସରକାର ସ୍ଥାଣୁ ପାଲଟି ଯାଇଛି। ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ସେଗୁଡିକ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ତାହାର ସମୀକ୍ଷା କରିବେ। ରାଜ୍ୟରେ ଲାଗି ରହିଥିବା ଅରାଜକତାକୁ ନେଇ ଦଳ ପ୍ରତ୍ୟକ ଲୋକଙ୍କ ଘରକୁ ଯିବ।”

ସେ କହିଛନ୍ତି, “ରାଜ୍ୟର ବିକାଶ କ୍ଷେତ୍ରରେ ମୋଦିଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି। ରାଜ୍ୟରେ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୭୫ ପ୍ରତିଶତ ଅର୍ଥର ବ୍ୟବସ୍ଥା କରିଛନ୍ତି। କଲେଜ କିପରି ପ୍ରତିଷ୍ଠା ହେବ ସେ ଦାୟିତ୍ୱ ରାଜ୍ୟ ସରକାରଙ୍କର, ଏଥିରେ ରାଜ୍ୟ ସରକାର ଆଗେଇବା ଦରକାର। କୃଷିବିମା ଯୋଜନା, ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା, ବାଳିକା ସମ୍ପୃଦ୍ଧିର ପ୍ରଚାର ପ୍ରସାର, ‘ବେଟି ବଚାଓ ବେଟି ପଢାଓ’ ଯୋଜନା ରାଜ୍ୟରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ରାସନ କାର୍ଡ ବିଭ୍ରାଟ, ଦେଶର ୨୦୦ କଲେଜ ତାଲିକାରେ ରାଜ୍ୟର ଗୋଟିଏ ବି କଲେଜ ନ ରହିବା ବିଜେଡି ସରକାରଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଛି।”

ସେ ଆହୁରି କହିଛନ୍ତି, “୨୬ ତାରିଖରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିସାବ ଦେବାର ପକ୍ଷ ପାଳନ କରାଯାଉଛି। ଏହି ପରିପେକ୍ଷୀରେ ପର୍ଯ୍ୟାୟ କ୍ରମେ କେନ୍ଦ୍ରୀୟ ମନ୍ତ୍ରୀମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ଭାରତବର୍ଷ ଏକ ସଂଘୀୟ ବ୍ୟବସ୍ଥାରେ ରହିଛି। କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାରମାନଙ୍କର ମଧ୍ୟ ଅଂଶଧନ ରହୁଛି। ବହୁ ଯୋଜନା କେନ୍ଦ୍ର-ରାଜ୍ୟ ମିଳିତ ସହଯୋଗରେ ହେଉଛି। ସରକାର ପରିବର୍ତ୍ତନ ପରେ କେନ୍ଦ୍ର ସରକାର ସର୍ବଶିକ୍ଷା ଅଭିଯାନ ବନ୍ଦ କରିଦେଲେ। ଏବେ ବହୁ ସ୍କୁଲରେ ନିର୍ମାଣ ଚାଲିଥିବା ଶ୍ରେଣୀଗୃହ ଅଧାପନ୍ତରିଆ ଭାବେ ପଡି ରହିଛି। ବିଆରଜିଏଫ୍‌ ଫଣ୍ଡରେ ମିଳୁଥିବା ଅର୍ଥ ଦେବା ବନ୍ଦ କରିଦେଲେ, ଏହାସତ୍ତ୍ୱେ ରାଜ୍ୟ ସରକାର ଏହାକୁ ଚଳାଇଛନ୍ତି। ପୂର୍ବରୁ ୧୧ଟି ଜିଲ୍ଲାରେ ବିଆରଜିଏଫ୍‌ ଅର୍ଥ ଖର୍ଚ୍ଚ କରାଯାଉଥିବା ବେଳେ ଏବେ ୩୦ଟି ଜିଲ୍ଲାରେ ହେଉଛି।”

ସେ କହିଛନ୍ତି, “ରାଜ୍ୟ ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳ ବିକାଶରେ କେନ୍ଦ୍ର ସରକାରଙ୍କର ମଧ୍ୟ ସହଯୋଗ ରହୁଛି। ପଞ୍ଚାୟତ ପାଇଁ ଆସିଥିବା କେନ୍ଦ୍ରୀୟ ଅର୍ଥ ଶତପ୍ରତିଶତ ଉପଯୋଗ ହୋଇଛି। କୌଣସି ଯୋଜନାରେ ଆସିଥିବା ଅର୍ଥ ପଡି ରହିନାହିଁ। ରାଜ୍ୟ ସରକାର କେନ୍ଦ୍ର ଉପରେ ନିର୍ଭର ନ କରି ନିଜସ୍ୱ ସମ୍ବଳରେ ବହୁ ଯୋଜନା କାର୍ଯ୍ୟକାରୀ କରୁଛି। ସେ ହିସାବ ଦେବେ, ଦିଅନ୍ତୁ। ରାଜ୍ୟବାସୀ ଠିକ୍‌ କରିବେ ସେମାନଙ୍କ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ହେଉଛି କି ନାହିଁ। ୫ଟି ରାଜ୍ୟର ହୋଇଥିବା ବିଧାନସଭା ନିର୍ବାଚନରେ ଆସାମକୁ ଛାଡିଦେଲେ ବିଜେପିର ସ୍ଥିତି କ’ଣ ରହିଲା ସମସ୍ତେ ଜାଣିଲେ। ଏ ରାଜ୍ୟଗୁଡିକରେ ମଧ୍ୟ କେନ୍ଦ୍ରୀୟ ଯୋଜନା ହେଉଛି। ତାଙ୍କ ଦଳ ସେଗୁଡିକୁ ନେଇ ଲୋକଙ୍କ ପାଖକୁ ନିଶ୍ଚିତ ଯାଇଥିବେ। ହେଲେ ନିର୍ବାଚନ ଫଳାଫଳ କ’ଣ ହେଲା? ରାଜ୍ୟ ସରକାର କରୁଥିବା ଉନ୍ନୟନ କାର୍ଯ୍ୟକୁ ପୂର୍ବର ଉପା ସରକାର ଓ ଏବେର ଏନ୍‌ଡିଏ ସରକାର ପ୍ରଶଂସା କରିଛନ୍ତି। ରାଜ୍ୟ ୪ ଥର କୃଷି କର୍ମଣ ପୁରସ୍କାର ପାଇଲାଣି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶ କାର୍ଯ୍ୟ ଜାରି ରହିଛି ଓ ଆଗକୁ ରହିବ ମଧ୍ୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story