ବିଜେପି ନଈ ନ ଦେଖି ଲଙ୍ଗଳା ହେଉଛି: ଦାମ ରାଉତ

ଭୁବନେଶ୍ୱର: ଗ୍ୟାସ୍‌ ଏଜେନ୍ସି ଓ ପେଟ୍ରୋଲ ପମ୍ପ ଉପରେ ଭିଜିଲାନ୍ସ ଚଢ଼ାଉ ନେଇ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଆଜି ବିଜେପି ଉପରେ ବର୍ଷି ଛନ୍ତି।  ସେ କହିଛନ୍ତି,“ବିଜେପି ନଈ ନ ଦେଖି ଲଙ୍ଗଳା ହେଉଛି। କିଛି ଲୋକ ଅଛନ୍ତି ଜିରାରୁ ସିରା କାଢ଼ିବା ତାଙ୍କର କାମ। ରାଜ୍ୟରେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଯେପରି ତଦନ୍ତକାରୀ ସଂସ୍ଥା ସେହିପରି କେନ୍ଦ୍ରରେ ସିବିଆଇ ମଧ୍ୟ ତଦନ୍ତକାରୀ ସଂସ୍ଥା। ଯେଉଁଠି ଅସଙ୍ଗତ ଘଟେ ସେମାନେ ସେଇଠି ତଦନ୍ତ କରି  କାର୍ଯ୍ୟାନୁଷ୍ଠାନ […]

dama

dama

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 07:56 PM IST

Sports

Latest News

ଭୁବନେଶ୍ୱର: ଗ୍ୟାସ୍‌ ଏଜେନ୍ସି ଓ ପେଟ୍ରୋଲ ପମ୍ପ ଉପରେ ଭିଜିଲାନ୍ସ ଚଢ଼ାଉ ନେଇ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଆଜି ବିଜେପି ଉପରେ ବର୍ଷି ଛନ୍ତି।  ସେ କହିଛନ୍ତି,“ବିଜେପି ନଈ ନ ଦେଖି ଲଙ୍ଗଳା ହେଉଛି। କିଛି ଲୋକ ଅଛନ୍ତି ଜିରାରୁ ସିରା କାଢ଼ିବା ତାଙ୍କର କାମ। ରାଜ୍ୟରେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଯେପରି ତଦନ୍ତକାରୀ ସଂସ୍ଥା ସେହିପରି କେନ୍ଦ୍ରରେ ସିବିଆଇ ମଧ୍ୟ ତଦନ୍ତକାରୀ ସଂସ୍ଥା। ଯେଉଁଠି ଅସଙ୍ଗତ ଘଟେ ସେମାନେ ସେଇଠି ତଦନ୍ତ କରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।  କିନ୍ତୁ  ସେମାନେ ନିରେପକ୍ଷ  ତଦନ୍ତ  କରନ୍ତୁ କି ନ କରନ୍ତୁ ତାହା ଅଲଗା କଥା, କିନ୍ତୁ ରାଜନୈତିକ ଦଳମାନେ ପରସ୍ପରକୁ ଆକ୍ଷେପ  ପ୍ରତ୍ୟାରୋପ  କରିବାରେ ବ୍ୟସ୍ତ ରହୁଛନ୍ତି। ”

ମନ୍ତ୍ରୀ କହିଛନ୍ତି, “ରାଜନୈତିକ ଦଳମାନେ  ସବିଆଇକୁ ପୈତୃକ ସମ୍ପତ୍ତି ଭାବୁଥିବା ବେଳେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚକୁ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବୁଛନ୍ତି।  ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବା ସାମ୍ଭିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଏହି ସଂସ୍ଥା ଗୁଡ଼ିକ ହୋଇଛି। ଯଦି ସେମାନେ କାର୍ଯ୍ୟ କଲାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରଭାବିତ କରୁଥାନ୍ତି ତାହାହେଲେ ଏହା ଅତ୍ୟନ୍ତ ଦୁଃଖ ଦାୟକ ଓ ଦେଶର ଗଣତନ୍ତ୍ର ପାଇଁ ବିପଦ।”

ସେ କହିଛନ୍ତି,“ସିବିଆଇ ଗୋଟିଏ ଦିନ ଚଢ଼ାଉ କରିବା ବେଳେ ପରଦିନ  କ୍ରାଇମ ବ୍ରାଞ୍ଚର ଚଢ଼ାଉକରିବା ‘କୂଆ ରାବିବାକୁ ତାଳ ପଡ଼ିବା କଥା’’। ଧର୍ମେନ୍ଦ୍ର ବାବୁଙ୍କର ଆଗରୁ  ଯଦି ସେପରି ସୁନାମ ଥିଲା ତାହାହେଲେ ଏବେ ଦୁର୍ନାମ ହୋଇଥାନ୍ତା। ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ  ହେବା ପୂର୍ବରୁ  ନା ପରେ ତାଙ୍କ ଭାଇଙ୍କୁ ଏଜେନ୍ସି ମିଳିଛି ସେଇ ତଦନ୍ତ କରାଯାଉ।”

ସେ ଆହୁରି କହିଛନ୍ତି,“ପ୍ରତି ପେଟ୍ରୋଲ ପମ୍ପ ପରିସରରେ ଲଗାଯାଇଥିବା ହୋଡିଂରେ ପ୍ରଧାନମନ୍ତ୍ରୀଙ୍କ ସହ କାହିଁକି ମହିଳାମାନଙ୍କ ଫଟୋ ଲଗାଯାଉଛି?  ଏଥିରେ ମହିଳାମାନଙ୍କୁ କ’ଣ ସମ୍ମାନ ଦିଆଯାଉଛି? କ’ଣ ଏଥିରେ ମହିଳାମାନେ ସମ୍ମାନ  ପାଉଛନ୍ତି? ମହିଳାମାନେ ଖାଲି ରୋଷେଇ କରୁଛନ୍ତି କିନ୍ତୁ ପୁରୁଷମାନେ କ’ଣ ରୋଷେଇ କରୁନାହାନ୍ତି? ୨୦୦୩ ମସିହାରେ  ନବୀନ ପଟ୍ଟନାୟକଙ୍କ ସରକାର  ତୈଳନିଗମ ସହ କଥା ହେବା ପରେ ୫ଲିଟର ସିଲିଣ୍ଡର ଦିଆଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀମାନେ ତାକୁ ବିକ୍ରି କରି  ଆତ୍ମନିଯୁକ୍ତି କରୁଥିଲେ।  ୪ଟି ଜିଲ୍ଲାକୁ ପରୀକ୍ଷା ମୂଳକଭାବେ ଏହା ଦିଆଯାଇଥିଲା। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହେବା ପରେ  କାହିଁକି ଏହାକୁ ବନ୍ଦ କଲେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story