ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି

<p>ସମ୍ୱଲପୁର (ଓଡିଶା ରିପୋର୍ଟର): କଳକାରଖାନାରେ ସ୍ଥାନୀୟ ଲୋକଙ୍କୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଉ। ଏଥିପାଇଁ ରାଜ୍ୟ ସାରକାର ଏକ ଆଇନ୍&zwnj; ଆଣି କାରଖାନା ମାଲିକମାନଙ୍କୁ ଅବଗତ କରାନ୍ତୁ। ଏପରି ଦାବି କରି ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଏହି ବିକ୍ଷୋଭ ସମାବେଶରେ ସମ୍ୱଲପୁର ଓ ଆଖପାଖ ଜିଲ୍ଲାର ଶତାଧିକ ଯୁବକ ସାମିଲ ହୋଇଥିଲେ। ପରେ ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ ସୁରେଶ ପୂଜାରୀଙ୍କ ସମେତ ୬୦ରୁ ଅଧିକ କର୍ମୀଙ୍କୁ ଗିରଫ କରି କ୍ଷେତରାଜପୁର ଥାନାରୁ ଛାଡି ଦେଇଛି।</p> <p>ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ କହିଛନ୍ତି-&ldquo;ଦାବି ପୂରଣ ପାଇଁ ଯୁବକମାନେ ରାଜରାସ୍ତାକୁ ଆସିଛନ୍ତି। ଆମକୁ ଗିରଫ କରିବାର ଭୟ ନାହିଁ। କେତେ ଜଣକୁ ଗିରଫ କରିବ କର। ଯେତେ ଗିରଫ କରିବ ସେତେ ଯୁବକ ଆନ୍ଦୋଳନରେ ସାମିଲ ହେବେ। ଜେଲରେ ରଖିବା ପାଇଁ ଜାଗା ପାଇବେ ନାହିଁ।&rdquo;</p>

Ordigital Desk
  • Published: Friday, 08 December 2017
  • Updated: 08 December 2017, 04:35 PM IST

Sports

Latest News

<p>ସମ୍ୱଲପୁର (ଓଡିଶା ରିପୋର୍ଟର): କଳକାରଖାନାରେ ସ୍ଥାନୀୟ ଲୋକଙ୍କୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଉ। ଏଥିପାଇଁ ରାଜ୍ୟ ସାରକାର ଏକ ଆଇନ୍&zwnj; ଆଣି କାରଖାନା ମାଲିକମାନଙ୍କୁ ଅବଗତ କରାନ୍ତୁ। ଏପରି ଦାବି କରି ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଏହି ବିକ୍ଷୋଭ ସମାବେଶରେ ସମ୍ୱଲପୁର ଓ ଆଖପାଖ ଜିଲ୍ଲାର ଶତାଧିକ ଯୁବକ ସାମିଲ ହୋଇଥିଲେ। ପରେ ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ ସୁରେଶ ପୂଜାରୀଙ୍କ ସମେତ ୬୦ରୁ ଅଧିକ କର୍ମୀଙ୍କୁ ଗିରଫ କରି କ୍ଷେତରାଜପୁର ଥାନାରୁ ଛାଡି ଦେଇଛି।</p><p>ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ କହିଛନ୍ତି-&ldquo;ଦାବି ପୂରଣ ପାଇଁ ଯୁବକମାନେ ରାଜରାସ୍ତାକୁ ଆସିଛନ୍ତି। ଆମକୁ ଗିରଫ କରିବାର ଭୟ ନାହିଁ। କେତେ ଜଣକୁ ଗିରଫ କରିବ କର। ଯେତେ ଗିରଫ କରିବ ସେତେ ଯୁବକ ଆନ୍ଦୋଳନରେ ସାମିଲ ହେବେ। ଜେଲରେ ରଖିବା ପାଇଁ ଜାଗା ପାଇବେ ନାହିଁ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos