କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ୩୧୪ ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ବରଗଡ ବିକାଶ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାର ମୁଖ୍ୟମନ୍ତ୍ରୀ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ଏହି ଘଟଣା ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜେପି। ବିଜେପି ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏନେଇ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ ଧାରଣା ଦେଇଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ସାଂସଦ, ମନ୍ତ୍ରୀ ଓ ବିଧାୟକ ବସି ସାମ୍ବାଦିକ ସମ୍ମିଳନୀ […]

bjp-strike

bjp-strike

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 04:12 PM IST

Sports

Latest News

bjp-strikeଭୁବନେଶ୍ୱର: ବରଗଡ ବିକାଶ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାର ମୁଖ୍ୟମନ୍ତ୍ରୀ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ଏହି ଘଟଣା ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜେପି। ବିଜେପି ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ଏନେଇ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ ଧାରଣା ଦେଇଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ସାଂସଦ, ମନ୍ତ୍ରୀ ଓ ବିଧାୟକ ବସି ସାମ୍ବାଦିକ ସମ୍ମିଳନୀ କରି ବରଗଡରେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ପସେଇ ନ ଦେବାକୁ ଧମକ ଦେଇଥିଲେ। ଏହାକୁ ୨୪ ତାରିଖ ଦିନ କାର୍ଯ୍ୟରେ ପରିଣତ କଲେ। କେନ୍ଦ୍ରୀୟ ମନ୍ତ୍ରୀଙ୍କ ଗାଡି ଉପରକୁ ଢେଲା ମାରିବା ସହ ଖରାପ ବ୍ୟବହାର ଓ କଳାପତାକା ପ୍ରଦର୍ଶନ କରିଥିଲେ। ଏହା ସତ ଯେ ଗଣତନ୍ତ୍ରିକ ରାଷ୍ଟ୍ରରେ କଳାପତାକା ଦେଖାଇବାର ହକ୍‌ ସମସ୍ତଙ୍କର ରହିଛି, କିନ୍ତୁ ପଥର ପକାଇ କାରର କାଚ ଭାଙ୍ଗିବା ନଶ୍ଚିତ ଭାବେ ନିନ୍ଦନୀୟ। ଏହା ଗଣତନ୍ତ୍ର ଓ ସମ୍ବିଧାନିକ ବିଧି ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ। ଏହି ଘଟଣା ଓଡ଼ିଶା ମାଟିକୁ ଦେଶରେ ନିନ୍ଦା କରିଛି।”

ସେ କହିଛନ୍ତି, “ଯଦି ଅଣ୍ଡା ମାରିଲେ ଲୋକଙ୍କୁ ଗିରଫ କରାଯାଉଛି, ଡିଏସ୍‌ପିଙ୍କୁ ନିଲମ୍ବିତ କରାଯାଉଛି। କୌଣସି ତଦନ୍ତକୁ ଅପେକ୍ଷା ନ କରି କାର୍ଯ୍ୟନୁଷ୍ଠାନ ନିଆଯାଉଛି। ଆଜି କାହିଁକି ଏ ସରକାର ନାଟକ କରିବା ସହ କୁମ୍ଭୀର କାନ୍ଦଣା କାନ୍ଦୁଛି ମୁଁ ବୁଝିପାରୁନାହିଁ।”

କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ବିଜେଡି ଆଜି ଦେଇଥିବା ଧାରଣାକୁ ସେ ସମାଲୋଚନା କରିଛନ୍ତି। ସ କହିଛନ୍ତି, “ରାଜ୍ୟ ସରକାର ଚାଷୀଙ୍କୁ ନିୟମିତ ଭାବେ ସାର ଯୋଗାଇ ନ ପାରିବାରୁ କଳାବଜାରୀ ବଢୁଛି। ଜଳସେଚନ ସୁବିଧା ଦେଇପାରୁନାହାନ୍ତି। ଚାଷୀ ମରୁଡିର ସହାୟତା ପାଉନାହାନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ତଳେ ପକାଇଛି। ୧୬ ବର୍ଷ ଏ ସରକାର ଶୋଇଥିଲା। ଏବେ ଚାଷ ଓ ଚାଷୀଙ୍କ ପାଇଁ ଦରଦ ଦେଖାଉଛି। ରାଜ୍ୟ ସରକାର ନିଜସ୍ତରରେ କିଛି କରୁ ନ ଥିବା ବେଳେ କେନ୍ଦ୍ରକୁ ଦୋଷ ଦେବା ନିନ୍ଦନୀୟ। ଏହି ଧରଣା କେବଳ କୁମ୍ଭୀର କାନ୍ଦଣା। ଏପରି କାର୍ଯ୍ୟପଳାପ ପାଇଁ ସମଗ୍ର ଓଡ଼ିଶାବାସୀ ତାଙ୍କୁ ଘୃଣା କରୁଛନ୍ତି। ତେଣୁ ବିଜେଡି ନିଜର ସମ୍ମାନ ବଞ୍ଜାଇବାକୁ ଏପରି କରୁଛି।”

ଆରଡିସି ତଦନ୍ତ ନିର୍ଦ୍ଦେଶ ନେଇ ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ଅଣ୍ଡା ମାଡ କରାଯିବା ଘଟଣାର ଆରଡିସି ସ୍ତରୀୟ ତଦନ୍ତ ହୋଇଥିଲା କି? ନିର୍ଲଜତାର ବି ସୀମା ରହିଛି, କ୍ଷମତାରେ ଥିବା ଏହି ସରକାର ଏତେ ବି ନିର୍ଜଲ ହେବା ଠିକ୍‌ ନୁହେଁ। ମୁଖ୍ୟମନ୍ତ୍ରୀ ପଦବୀର ମର୍ଯ୍ୟାଦା ରହିଛି। ନବୀନ ପଟ୍ଟନାୟକ ଏହାର ମାନ ରଖନ୍ତୁ।”

ଗତ ୨୪ ତାରିଖରେ ବରଗଡରେ ବିକାଶ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହାର ପ୍ରଶାସନିକ ତଦନ୍ତ ପାଇଁ ଉତ୍ତରଞ୍ଚଳ ଆରଡିସିଙ୍କୁ ଦାୟିତ୍ୱ ଦେଇଛନ୍ତି। ୬୦ ଦିନ ମଧ୍ୟରେ ଏହାର ତଦନ୍ତ କରି ରପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story