୨୫% ଦରମା ବୃଦ୍ଧିକୁ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକଙ୍କ ପ୍ରତ୍ୟାଖ୍ୟାନ, ପଞ୍ଚାୟତ ନିର୍ବାଚନ ବର୍ଜନ ଧମକ

ଭୁବନେଶ୍ୱର: ଗ୍ରାଣ୍ଟ୍ ଇନ୍ ଏଡ୍ ଅର୍ଡର ୨୦୧୩ରେ ଅନ୍ତର୍ଭୁକ୍ତ ହୋଇଥିବା ଉଚ୍ଚବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଦ୍ରାସା ଓ ସଂସ୍କୃତ ଟୋଲ୍ ଗୁଡ଼ିକର ଶିକ୍ଷକ ଓ କର୍ମଚାରୀମାନେ ମାସିକ ଯେତିକି ଦରମା ପାଉଛନ୍ତି ସେଥିରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଘୋଷଣା କରିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଛି  ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ ସଂଘ। ସେମାନଙ୍କ ମୂଳ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର […]

block-grant-teachers

block-grant-teachers

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 07:20 PM IST

Sports

Latest News

block-grant-teachersଭୁବନେଶ୍ୱର: ଗ୍ରାଣ୍ଟ୍ ଇନ୍ ଏଡ୍ ଅର୍ଡର ୨୦୧୩ରେ ଅନ୍ତର୍ଭୁକ୍ତ ହୋଇଥିବା ଉଚ୍ଚବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଦ୍ରାସା ଓ ସଂସ୍କୃତ ଟୋଲ୍ ଗୁଡ଼ିକର ଶିକ୍ଷକ ଓ କର୍ମଚାରୀମାନେ ମାସିକ ଯେତିକି ଦରମା ପାଉଛନ୍ତି ସେଥିରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଘୋଷଣା କରିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଛି  ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ ସଂଘ। ସେମାନଙ୍କ ମୂଳ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ବି ଚେତାବନୀ ଦେଇଛି ସଂଘ।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇବା ପରେ ଆଜି ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୧ ତାରିଖରୁ ପିଛିଲା ଭାବେ ଏହାକୁ ଲାଗୁ କରାଯିବ।

ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି,“ଏହା ଦ୍ୱାରା ୨୬୦୮ ହାଇସ୍କୁଲ୍, ୯୧୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୩୮ଟି ମଦ୍ରାସା ଓ ୨୯ଟି ସଂସ୍କୃତ ଟୋଲ୍‌ର ପ୍ରାୟ ୩୧,୫୦୦ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।”

ସେ କହିଛନ୍ତି,“ଏହି ବର୍ଗର ଶିକ୍ଷକମାନଙ୍କର ଦରମାରେ ପ୍ରତିବର୍ଷ ୩ ପ୍ରତିଶତ ଲେଖାଏଁ ଅଭିବୃଦ୍ଧି ହେବ।”

ମନ୍ତ୍ରୀ କହିଛନ୍ତି,“ପ୍ରଥମ ଥର ପାଇଁ ଏ ବର୍ଗର ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁ କରାଯାଇଛି। ସେଇ ଅନୁସାରେ ସେମାନଙ୍କୁ ଇପିଏଫ୍‌ରେ ଅନ୍ତର୍ଭୁକ୍ତ କରାଯିବ। ଅର୍ଥ ବିଭାଗ ସହିତ ପରାମର୍ଶ କରିବା ପରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏନେଇ ସବିଶେଷ ନିର୍ଦ୍ଦେଶାବଳୀ ପ୍ରକାଶ କରିବ। ଯେଉଁମାନେ ଇପିଏଫ୍‌ରେ ଅନ୍ତର୍ଭୁକ୍ତ ହେବେ ସେମାନେ ଚାକିରିରୁ ଅବସର ନେବା ପରେ ପେନ୍‌ସନ୍ ପାଇବେ। ସେହିପରି ଏହି ସ୍କିମ୍‌ରେ ସାମିଲ ଶିକ୍ଷକ ଓ କର୍ମଚାରୀମାନେ କୌଣସି କାରଣରୁ ପ୍ରାଣ ହରାଇଲେ ସେମାନଙ୍କ ପରିବାର ଲୋକେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ।”

ଏଇ ବର୍ଗର ଶିକ୍ଷକ ଓ କର୍ମଚାରୀମାନଙ୍କ ଦରମା ଅଭିବୃଦ୍ଧି ଓ ସାମଜିକ ସୁରକ୍ଷାରେ ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସରକାର ୧୨୯.୨୬ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି।

ସେ କହିଛନ୍ତି,“ଏହା ବାଦ୍ ଏଇ ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କର ଚାକିରି କାଳ ମଧ୍ୟରେ ଦୁର୍ଘଟଣା ଆଦିରେ ଅକାଳ ବିୟୋଗ ଘଟିଲେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସେହିପରି କୌଣସି କାରଣରୁ ଚାକିରି କାଳ ମଧ୍ୟରେ ଏମାନଙ୍କ ମଧ୍ୟରୁ କେହି ଅକ୍ଷମ ହେଲେ ସରକାର ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପୃଥକ ଭାବେ ଅର୍ଥ ବ୍ୟବସ୍ଥା କରାଯିବ।”

ଅନ୍ୟପକ୍ଷରେ ସରକାରଙ୍କ ଏ ନିଷ୍ପତ୍ତିକୁ ଗ୍ରହଣ କରିପାରିନି ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ ସଂଘ। ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି,“ଦରମା ଭିତ୍ତିକ ଅନୁଦାନ ପାଇଁ ସଂଘ ଦାବି କରିଆସୁଛି। କିନ୍ତୁ ସରକାର ଯିଏ ଯେତିକି ଦରମା ପାଉଛନ୍ତି ସେଥିରେ ପଚିଶ ପ୍ରତିଶତ ବୃଦ୍ଧି କରି ଠକିବାକୁ ଚେଷ୍ଟା କରିଛନ୍ତି। ସଂଘର ମୂଳ ଦାବି ଗୁଡ଼ିକ ମଧ୍ୟରେ ଥିଲା- ମୂଳ ଦରମା ସହିତ ମହଙ୍ଗା ଭତ୍ତା, ଅବସରକାଳୀନ ସୁବିଧା ସୁଯୋଗ ଓ ଚାକିରି ସର୍ତ୍ତାବଳୀ ଲାଗୁ କରିବା। କିନ୍ତୁ ସରକାର ସେପରି କରି ନାହାନ୍ତି।”

ସେ କହିଛନ୍ତି,“ଏଇ ବର୍ଗର ଅଧିକାଂଶ ଶିକ୍ଷକ ଓ କର୍ମଚାରୀ ଏବେ ଅବସରର ଦ୍ୱାର ଦେଶରେ। ବ୍ଲକ୍ ଗ୍ରାଣ୍ଟ୍ ହାଇସ୍କୁଲ୍‌ର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ମାସିକ ୬୦୦୦ ଟଙ୍କା ଦରମା ପାଉଥିବା ବେଳେ ସରକାରଙ୍କ ଘୋଷଣା ଅନୁଯାୟୀ ମାସିକ ୭,୫୦୦ ଟଙ୍କା ପାଇବ। ତେଣୁ ସରକାରଙ୍କ ଘୋଷଣା ଗ୍ରହଣୀୟ ନୁହେଁ। ଏହାକୁ ନେଇ ଏଇ ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସଂଘ ତା’ର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନେବ। ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ନ କଲେ ସଂଘ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବ।”

ସୂଚନାଯୋଗ୍ୟ, ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଏବେ ମାସିକ ୧୩,୫୦୦ ଟଙ୍କା ପାଉଥିବା ବିଏ.ବିଇଡି ଶିକ୍ଷକମାନେ ୧୬,୮୭୫ ଟଙ୍କା ପାଇବେ। ସଂସ୍କୃତ ଓ ହିନ୍ଦୀ ଶିକ୍ଷକମାନେ ୮,୦୦୦ ସ୍ଥାନରେ ୧୦,୦୦୦, କ୍ରୀଡ଼ା ଶିକ୍ଷକ, ଅନ୍ୟାନ୍ୟ କନିଷ୍ଠ ବର୍ଗର ଶିକ୍ଷକ ଓ କିରାଣୀମାନେ ୭,୧୦୦ ବଦଳରେ ୮,୮୫୦ ଟଙ୍କା ପାଇବେ। ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ୬,୨୫୦ ଟଙ୍କା ବଦଳରେ ୭,୮୧୨ ଟଙ୍କା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story