ଯୁବତୀଙ୍କ ଚୁଟି କାଟି ମାଡ଼ ମାରିବା ଘଟଣାର ତଦନ୍ତ ଆରମ୍ଭ

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକ୍ ପରଧିଆପାଲିରେ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ଚୁଟି କାଟି ଦେବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଆଜି ପୀଡ଼ିତାଙ୍କ ଗାଁକୁ ଯାଇ ଘଟଣାର ଅନୁସନ୍ଧାନ କରିଛନ୍ତି ଉପଜିଲ୍ଲାପାଳ। ସାମାନ୍ୟ ମୋବାଇଲ୍ ଚୋରି ଅଭିଯୋଗରେ ସଂପୃକ୍ତ  ଯୁବତୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଗତ ୬ ତାରିଖରେ ଏଇ ଘଟଣା ଘଟିଥିବା ବେଳେ ଗତକାଲି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ତାଙ୍କ ଅଭିଯୋଗ ଅନୁଯାୟୀ, ଗାଁର […]

bolangirincident

Rakesh Mallick
  • Published: Thursday, 09 March 2017
  • , Updated: 09 March 2017, 05:24 PM IST

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକ୍ ପରଧିଆପାଲିରେ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ଚୁଟି କାଟି ଦେବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଆଜି ପୀଡ଼ିତାଙ୍କ ଗାଁକୁ ଯାଇ ଘଟଣାର ଅନୁସନ୍ଧାନ କରିଛନ୍ତି ଉପଜିଲ୍ଲାପାଳ।

ସାମାନ୍ୟ ମୋବାଇଲ୍ ଚୋରି ଅଭିଯୋଗରେ ସଂପୃକ୍ତ  ଯୁବତୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

ଗତ ୬ ତାରିଖରେ ଏଇ ଘଟଣା ଘଟିଥିବା ବେଳେ ଗତକାଲି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ତାଙ୍କ ଅଭିଯୋଗ ଅନୁଯାୟୀ, ଗାଁର ଜଣେ ପଡ଼ୋଶୀଙ୍କ ଘରକୁ ସେ ସିଲେଇ ଶିଖିବାକୁ ଯାଇଥିଲେ। କିନ୍ତୁ ତାଙ୍କ ନାଁରେ ମୋବାଇଲ୍ ଚୋରି ଅଭିଯୋଗ ଆଣି ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏହା ପରେ ସଂପୃକ୍ତ ଅଭିଯୁକ୍ତ ପରିବାରର ଲୋକେ ତାଙ୍କ ବେକରେ ଚପଲ ମାଳ ପିନ୍ଧାଇ ବୁଲାଇ ଥଲେ।

Related story