ଫିଲ୍ମ ପ୍ରମୋସନ ପାଇଁ ବୁଦ୍ଧିଆଙ୍କୁ ଛୁଟି ଦେବାକୁ ସିଡବ୍ଲ୍ୟୁସିକୁ ଚିଠି ଲେଖିଲେ ପ୍ରଯୋଜକ

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂଙ୍କୁ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର ପ୍ରମୋସନରେ ସାମିଲ ହେବା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ପ୍ରୟୋଜକ ସୁବ୍ରତ ରାୟ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)କୁ ଚିଠି ଲେଖିଛନ୍ତି। ଫିଲ୍ମ ପ୍ରମୋସନ ପାଇଁ ବୁଦ୍ଧିଆଙ୍କୁ ଜୁଲାଇ ୨୪ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଛୁଟି ଦେବାକୁ ପ୍ରୟୋଜକ ଅନୁରୋଧ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ପ୍ରମୋସନ ପାଇଁ ଛୁଟି ଅନୁମତି ଦେବାକୁ କୁହାଯାଇଛି। ବୁଦ୍ଧିଆ ଖରା […]

budhia1

budhia1

Rakesh Mallick
  • Published: Friday, 22 July 2016
  • Updated: 22 July 2016, 08:57 PM IST

Sports

Latest News

budhiaଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂଙ୍କୁ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର ପ୍ରମୋସନରେ ସାମିଲ ହେବା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ପ୍ରୟୋଜକ ସୁବ୍ରତ ରାୟ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)କୁ ଚିଠି ଲେଖିଛନ୍ତି। ଫିଲ୍ମ ପ୍ରମୋସନ ପାଇଁ ବୁଦ୍ଧିଆଙ୍କୁ ଜୁଲାଇ ୨୪ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଛୁଟି ଦେବାକୁ ପ୍ରୟୋଜକ ଅନୁରୋଧ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ପ୍ରମୋସନ ପାଇଁ ଛୁଟି ଅନୁମତି ଦେବାକୁ କୁହାଯାଇଛି।

ବୁଦ୍ଧିଆ ଖରା ଛୁଟିରେ ଘରକୁ ଆସି ହଷ୍ଟେଲ ନ ଫେରିବା, ମାଆଙ୍କ ସହ ସେ କେଉଁଆଡେ ଚାଲିଯାଇଥିବା, ଏ ସମ୍ପର୍କରେ କାହା ପାଖରେ କିଛି ଖବର ନ ଥିବା ଆଦି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା। ଏହାପରେ ଓଟିଭି ହାତରେ ଲାଗିଥିବା ସୂଚନାରୁ ବୁଦ୍ଧିଆ ମାଆଙ୍କ ସହ ଛୁଟି କାଟିବାକୁ ତାମିଲନାଡୁ ଯାଇଥିବା ଜଣାପଡିଥିଲା।

ଏସବୁ ଚର୍ଚ୍ଚା ଭିତରେ ସିଡବ୍ଲ୍ୟୁସି ବୁଦ୍ଧିଆ ନିଖୋଜ ନେଇ ଥାନାରେ ଏତଲା ଦେବା ସହ ଫିଲ୍ମ ପ୍ରୟୋଜକ ରାୟଙ୍କୁ ନୋଟିସ୍‌ ଜାରି କରିଥିଲା। ତେବେ ଏହି ନୋଟିସ୍‌ର ଉତ୍ତର ରାୟ ନ ଦେବାରୁ ଦ୍ୱିତୀୟ ଥର ମଧ୍ୟ ନୋଟିସ କରାଗଲା। ରାୟ ୨ଟି ନୋଟିସ୍‌ର ଉତ୍ତର ଏପର୍ଯ୍ୟନ୍ତ ଦେଇ ନ ଥିବା ବେଳେ ଏବେ ବୁଦ୍ଧିଆଙ୍କୁ ତାଙ୍କ ଫିଲ୍ମର ପ୍ରମୋସନ୍‌ରେ ନେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି।

‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ କହିଛନ୍ତି, “ବୁଦ୍ଧିଆଙ୍କୁ ଛୁଟି ଦେବାକୁ ଅନୁମତି ମଗାଯାଇଛି। ମନୋଜ ବାଜପେୟୀଙ୍କ ସହ ସେ ଦେଶର ବିଭିନ୍ନ ସହରରେ ତାଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମର ପ୍ରମୋସନ କରିବେ।”

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି, “ଫିଲ୍ମ ପ୍ରମୋସନ ପାଇଁ ୨୪ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଛୁଟି ଦେବାକୁ ପ୍ରୟୋଜକ ଚିଠି ଲେଖିଛନ୍ତି। ଆମେ ଦୁଇ ଥର ନୋଟିସ୍‌ କରିବା ପରେ ମଧ୍ୟ ଫିଲ୍ମ ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୌଣସି ଉତ୍ତର ଦିଆଯାଇନାହିଁ। ତେଣୁ ଆମେ ତାଙ୍କ ଚିଠିର କୌଣସି ଉତ୍ତର ଦେବୁ ନାହିଁ। ବୁଦ୍ଧିଆ ଫିଲ୍ମ ପ୍ରମୋସନରେ ଯିବାରେ ଆମର କିଛି ଆପତ୍ତି ନାହିଁ। ସ୍କୁଲ ବନ୍ଦ କରି ଓ ହଷ୍ଟେଲରେ ଅଭ୍ୟାସ୍‌ ଛାଡି ଫିଲ୍ମ ପ୍ରମୋସନରେ ଯିବାକୁ ଆମେ ଅନୁମତି ଦେଇପାରିବୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story